Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ନୂଆ ଜନସଂଖ୍ୟା ନୀତିକୁ ସମର୍ଥନ ଜଣାଇଲେ ଆଖଡ଼ା ପରିଷଦ: ନୂଆ ନୀତି ପାଳନ କରିବାକୁ ମୁସଲିମ ଧର୍ମଗୁରୁଙ୍କୁ କଲେ ଅପିଲ

12/07/2021 at 1:57 PM

ପ୍ରୟାଗରାଜ ୧୨/୦୭ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନୂଆ ଜନସଂଖ୍ୟା ନୀତିକୁ ଆଖଡ଼ା ପରିଷଦ ସ୍ୱାଗତ ଓ ସମର୍ଥନ ଜଣାଇଛି। ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଦେଶର ଓ ରାଜ୍ୟର ଅନେକ ସମସ୍ୟାର କାରଣ। ଲଗାତାର ବୃଦ୍ଧି ପାଉଥିବା ଜନସଂଖ୍ୟା ଉପରେ ତତ୍କାଳ ପ୍ରତିବନ୍ଧକ ଲଗାଇବା ଜରୁରୀ ବୋଲି ସେ କହିଛନ୍ତି।

ମହନ୍ତ ଗିରି କହିଛନ୍ତି ଯେ, ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଆଇନ ଗଠନ କରିବା ଉଚିତ। ଏହି ଆଇନ ଦେଶ ଓ ରାଜ୍ୟରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଇଁ ବାଧ୍ୟତାମୂଳକ ହେବା ଉଚିତ। ଜନସଂଖ୍ୟାର ସିଧା ସଳଖ ପ୍ରଭାବ ଭଲ ଶିକ୍ଷା ଓ ଚିକିତ୍ସା ବ୍ୟବସ୍ଥା ଉପରେ ମଧ୍ୟ ପଡୁଛି। ମୁସଲମାନ ଧର୍ମଗୁରୁଙ୍କୁ ବିରୋଧ କରି ଓ ଏହାକୁ ଆଲ୍ଲାଙ୍କ ବରଦାନ କହୁଥିବା ମନ୍ତବ୍ୟ ଉପରେ ମହନ୍ତ ନରେନ୍ଦ୍ର ଗିରି ପ୍ରଶ୍ନ କରିଛନ୍ତି ଯେ, ପିଲା ଜନ୍ମ କରିବାରେ ଭଗବାନଙ୍କ ବରଦାନ କେଉଁଠି ?

ମହନ୍ତ ନରେନ୍ଦ୍ର ଗିରି ମୁସଲମାନ ଧର୍ମଗୁରୁଙ୍କୁ ଅପିଲ କରିଛନ୍ତି ଯେ ସେମାନେ ମଧ୍ୟ ଏହି ଆଇନକୁ ସହୃଦୟତାର ସହ ସ୍ୱୀକାର କରନ୍ତୁ ଏବଂ ମୁସଲମାନ ସମାଜରେ ଲୋକଙ୍କୁ କମ ସନ୍ତାନ ଜନ୍ମ କରିବାକୁ ଲୋକଙ୍କୁ ସଚେତନ ମଧ୍ୟ କରନ୍ତୁ।

ସେ କହିଛନ୍ତି ଯେ ଦୁଇଟି ସନ୍ତାନ ପରେ ଯଦି କିଏ ତୃତୀୟ ସନ୍ତାନ ଜନ୍ମ କରୁଛି ତାହେଲେ ତାଙ୍କୁ ଭୋଟ ଦେବା ଅଧିକାରରୁ ବଞ୍ଚିତ କରାଯାଉ ଏବଂ ତାଙ୍କୁ ନିର୍ବାଚନ ଲଢ଼ିବା ଅଧିକାର ମଧ୍ୟ ଦିଆନଯାଉ। ଏମାନଙ୍କ ଆଧାର କାର୍ଡ ମଧ୍ୟ ନ କରାଯାଉ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏମାନଙ୍କୁ ସରକାରଙ୍କ ତମାମ ଯୋଜନାରୁ ବଞ୍ଚିତ କରାଯାଉ। ତାହେଲେ ଯାଇ ଆଇନ କଡାକଡି ଭାବେ ପାଳନ ହେବ।

ଆଖଡ଼ା ପରିଷଦ ଅଧ୍ୟକ୍ଷ କହିଛନ୍ତି ଯେ ମୁସଲିମ ସମାଜରେ ୩ଟି ବିବାହ ପାଇଁ ଅନୁମତି ଅଛି। ସେଥିପାଇଁ କୌଣସି ମୁସଲମାନ ବ୍ୟକ୍ତିଙ୍କୁ ପ୍ରତ୍ୟେକ ପତ୍ନୀ ଠାରୁ ୨ଟି ସନ୍ତାନ ଜନ୍ମ ଦେବାକୁ ଅନୁମତି ଦିଆଯିବା ଉଚିତ ନୁହେଁ। ପତ୍ନୀ ୩ ଥିଲେ ମଧ୍ୟ ସନ୍ତାନ ୨ ହେବ ଉଚିତ ବୋଲି ସେ କହିଛନ୍ତି।

   Related Posts