ଖୁସିଖବର : ଏପ୍ରିଲ ୧ ତାରିଖରୁ ଲାଗୁ ହେବ ନୂଆ ନିୟମ, ମିଳିବ ଅଧିକ ପେନସନ

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ ୨୪/୦୩ : ଇପିଏସ ପେନସନ ଧାରୀଙ୍କ ପାଇଁ ଖୁସିଖବର | ଏପ୍ରିଲ ୧ ତାରିଖରୁ ଇପିଏସ ପେନସନଧାରୀଙ୍କୁ ଅଧିକ ପେନସନ ମିଳିବ | ଅବସରର ୧୫ ବର୍ଷ ପରେ ପ୍ରାବଧାନରେ ପରିବର୍ତ୍ତନ ଆଣିଛନ୍ତି | ୨୦୦୯ ମସିହାରେ ଏହି ନିୟମ ଜାରି କରାଯାଇଥିଲା | ଶ୍ରମ ମନ୍ତ୍ରାଳୟ ନୂଆ ନିୟମ ଅନୁସୂଚିତ କରିଦେଇଛନ୍ତି | 

ଏହାଛଡା ଇପିଏଫ ନିୟମ ଅନୁଯାୟୀ, ପିଏଫ ଖାତାଧାରୀଙ୍କ ପାଇଁ ପେନସନ କମ୍ୟୁଟେସନ ଅର୍ଥାତ ଆଂଶିକ କ୍ଲିୟରାନ୍ସ ସୁବିଧା କରିଛନ୍ତି | ଯେଉଁମାନେ ୨୦୦୮ ମସିହା ୨୬ ସେପ୍ଟେମ୍ବର ୨୬ ତାରିଖ ପୂର୍ବରୁ ଅବସର ନେଇଛନ୍ତି ତାଙ୍କ ପାଇଁ ଏହି ନିୟମ ଲାଭଦାୟକ | କମ୍ୟୁଟେଡ ପେନସନ ତାରିଖ ଠାରୁ ୧୫ ବର୍ଷ ପରେ ତାଙ୍କୁ ସମ୍ପୂର୍ଣ ପେନସନ ସୁବିଧା ପୁଣିଥରେ ମିଳିବ |

କର୍ମଚାରୀ ପେନସନ ସ୍କିମ ବା ଇପିଏଫ ନିୟମ ଅନୁଯାୟୀ, ୨୦୦୮ ମସିହା ସେପ୍ଟେମ୍ବର ୨୬ ତାରିଖ ପୂର୍ବରୁ ଅବସର ନେଇଥିବା ଇପିଏଫଓ ସଦସ୍ୟ ନିଜ ପେନସନର ଏକ ତୃତୀୟାଂଶ ପେନସନ ହିସାବରେ ପାଇପାରିବେ | ବାକି ଦୁଇ ତୃତୀୟାଂଶ ପେନସନ ତାଙ୍କୁ ଜୀବନ ସାରା ମାସିକ ଭତ୍ତା ହିସାବରେ ମିଳିବ |

ପ୍ରଥମ ୧୫ ବର୍ଷ ପରେ ସମ୍ପୂର୍ଣ ପେନସନ ବାହାର କରିପାରିବ ସୁବିଧା ରହିଛି | ୨୦୦୯ ମସିହାରେ ସରକାର ଏହି ନିୟମ ପରିବର୍ତ୍ତନ କରିଦେଇଥିଲେ | ୨୦୨୦ ମସିହାରେ ଜାରି କରାଯାଇଥିବା ନୋଟିଫିକେସନ ଅନୁଯାୟୀ କର୍ମଚାରୀ ଫାଇଦା ମିଳିବ | କାରଣ ୧୫ ବର୍ଷ ପରେ ତାଙ୍କୁ ପୁଣି ସମ୍ପୂର୍ଣ ପେନସନ ମିଳିବ | ଯଦି ଜଣେ ବ୍ୟକ୍ତି ୨୦୦୫ ମସିହା ଏପ୍ରିଲ ୧ ତାରିଖରେ ଅବସର ନେଇଛନ୍ତି ତାହେଲେ ୨୦୨୦ ମସିହାରେ ତାଙ୍କୁ ଅଧିକ ପେନସନ ମିଳିବ |

କମ୍ୟୁଟେସନ କଣ ?

ପିଏଫ ଖାତାଧାରୀ ଅବସର ପରେ ମାସିକ ପେନସନ ରାଶିର ହକଦାର, ସେଥିରୁ ଏକ ନିଶ୍ଚିତ ରାଶି ଯଦି ଆଡ଼ଭାନ୍ସ ମିଳେ ତାହେଲେ ତାହାକୁ କମ୍ୟୁଟେସନ କୁହାଯାଏ | ୨୦୦୮ ମସିହା ସେପ୍ଟେମ୍ବର ୨୬ ତାରିଖ ପୂର୍ବରୁ ନିୟମ ଥିଲା ଯେ, ପିଏଫ ଖାତାଧାରୀ ଅବସର ପରେ ୧୦୦ ମାସର ପେନସନର ଏକ ତୃତୀୟାଂଶ ରାଶି ଆଡ଼ଭାନ୍ସରେ ବାହାର କରିପାରିବେ | ୧୫ ବର୍ଷ ପରେ ସମ୍ପୂର୍ଣ ରାଶି ବାହାର କରିପାରିବେ | ୨୦୨୦ ମସିହା ଫେବୃଆରୀ ୨୦ ତାରିଖକୁ ଜାରି ନୋଟିଫିକେସନ ଅନୁଯାୟୀ କର୍ମଚାରୀଙ୍କୁ ଲାଭ ମିଳିବ କାରଣ ୧୫ ବର୍ଷ ପରେ ତାଙ୍କୁ ପୁଣିଥରେ ସମ୍ପୂର୍ଣ ପେନସନ ରାଶି ମିଳିବ |

ଏହି ସୁବିଧା ଅନୁଯାୟୀ, ପେନସନଧାରୀଙ୍କୁ ଏକ ଭାଗ ଦେଇ ଦିଆଯାଏ | ଆଗାମୀ ୧୫ ବର୍ଷ ଯାଏଁ ମାସିକ ପେନସନର ଏକ ତୃତୀୟାଂଶ କଟାଯାଇଥାଏ | ୧୫ ବର୍ଷ ପରେ ପେନସନଧାରୀ ପୁରା ପେନସନ ନେଇପାରିବେ |ଏହି ମାସିକ ପେନସନ ପ୍ରସ୍ତାବକୁ ଇପିଏଫଓ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟ ୨୦୧୯ ମସିହା ଅଗଷ୍ଟ ୨୧ ତାରିଖରେ ମଞ୍ଜୁରୀ ଦେଇଥିଲେ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.