Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ସାମ୍ନାକୁ ଆସିଲା ନୂତନ ସଂସଦ ଭବନର ଚିତ୍ର, ମିଳିତ ଅଧିବେଶନ ପାଇଁ ରହିବ ୧୨୨୪ ଆସନ

5/12/2020 at 10:26 PM

ନୂଆଦିଲ୍ଲୀ ୦୫।୧୨: ଇଂରେଜ ଅମଳରେ ନିର୍ମିତ ଭାରତର ସଂସଦ ଭବନ ଏବେ ଇତିହାସ ପାଲଟିଯିବ। ବର୍ତ୍ତମାନ ସଂସଦ ଭବନ ପାଖରେ ନୂତନ ସଂସଦ ଭବନ ନିର୍ମାଣ କରାଯାଉଛି। ନୂତନ ସଂସଦ ଭବନ କିପରି  ହେବ, ଏହାର ନିର୍ମାଣ ଶୈଳୀ କେମିତି ରହିଛି, ଏବେ ଏହାର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ୯୭୧ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ ହେଉଥିବା ନୂତନ ସଂସଦ ଭବନର ଭୂମିପୂଜନ ଡିସେମ୍ବର ୧୦ରେ ଅପରାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହେବ। ଲୋକସଭା ବାଚସ୍ପତି ଓମ ବିର୍ଲା ଏହାର ସୂଚନା ଦେଇଛନ୍ତି।

ବାଚସ୍ପତି ବିର୍ଲା କହିଛନ୍ତି, ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆମେ ନୂତନ ଭବନରେ ଦୁଇ ଗୃହର ଅଧିବେଶନ ଆରମ୍ଭ କରିବୁ। ନୂତନ ସଂସଦ ଭବନରେ ଲୋକସଭା ସଦସ୍ୟ ପାଇଁ ପ୍ରାୟ ୮୮୮  ଆସନ ଓ ରାଜ୍ୟସଭା ସଦସ୍ୟ ପାଇଁ ୩୨୬ରୁ ଅଧିକ ଆସନ ରହିବ। କାରଣ ଭବିଷ୍ୟତରେ ଉଭୟ ଗୃହର ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏମିତି କରାଯାଉଛି। ଲୋକସଭାର ଆକାର ବର୍ତ୍ତମାନର ଗୃହଠୁ ପ୍ରାୟ ତିନି ଗୁଣ ବଡ ହେବ। ସଂସଦର ଡିଜାଇନ ତ୍ରିକୋଣୀୟ ରହିବ।

ସୂଚନାଯୋଗ୍ୟ, ନୂତନ ସଂସଦ ଭବନର କଣ୍ଟ୍ରାକ୍ଟ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌କୁ ମିଳିଛି। ଏହାର ବଜେଟ୍‌ ୯୭୧ କୋଟି ଟଙ୍କା ରହିଛି। ଏହା ବର୍ତ୍ତମାନ ଥିବା ସଂସଦ ଭବନ ନିକଟରେ ନିର୍ମାଣ ହେବ। ପ୍ରାୟ ୨୧ ମାସ ଭିତରେ ନୂତନ ସଂସଦ ଭବନ ନିର୍ମାଣ ପୂରା ହେବାକୁ ଲକ୍ଷ୍ୟ ରଖାଯାଇଛି। ନୂତନ ଭବନରେ ମିଳିତ ଅଧିବେଶନରେ ୧୨୨୪ ସାଂସଦଙ୍କ ବସିବା ପାଇଁ ପର୍ଯ୍ୟାପ୍ତ ଆସନର ବ୍ୟବସ୍ଥା ରହିବ। ବର୍ତ୍ତମାନର ସଂସଦ ଭବନରେ ମିଳିତ ଅଧିବେଶନ ପାଇଁ ଏତେ ସଂଖ୍ୟକ ଆସନ ନାହିଁ।

କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ(ସିପିଡବ୍ଲ୍ୟୁଡି) ଅନୁଯାୟୀ, ପ୍ରାୟ ୬୫ ହଜାର ବର୍ଗ ମିଟର କ୍ଷେତ୍ର ଫଳରେ ଭବନର ନିର୍ମାଣ ହେବ। ଏଥିରେ ୧୬୯୨୧ ବର୍ଗମିଟର ଅଞ୍ଚଳ ଭୂତଳ ରହିବ। କୋଠାର ଭୂମିଗତକୁ ମିଶାଇ ଗ୍ରାଉଣ୍ଡ ଫ୍ଲୋର ଓ ଦୁଇଟି ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ।

   Related Posts