Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ପ୍ୟାନ ଓ ଆଧାର କାର୍ଡର ବଦଳିଛି ନିୟମ, ଠିକରେ ଜାଣନ୍ତୁ ନହେଲେ ପଡିବେ ଅସୁବିଧାରେ…

15/07/2019 at 3:39 PM

ପ୍ୟାନ କାର୍ଡ ଓ ଆଧାର କାର୍ଡର ନିୟମ ବଦଳିଯାଇଛି। ବଜେଟ୍‌ରେ ପ୍ୟାନ ଓ ଆଧାର କାର୍ଡକୁ ନେଇ ସରକାର ଅନେକ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଆର୍ଥିକ ସେବା ପାଇଁ ଯେଉଁ ସ୍ଥାନରେ ପ୍ୟାନ କାର୍ଡ ଦିଆଯାଉଥିଲା, ଏବେ ସେଠାରେ ଆଧାରକାର୍ଡ ଦିଆଯାଇପାରିବ ବୋଲି ସରକାର ଘୋଷଣା କରିଛନ୍ତି ।  କିନ୍ତୁ ପ୍ୟାନ କାର୍ଡ ବଦଳରେ କେବଳ ସେହି ବ୍ୟକ୍ତିମାନେ ଆଧାର ନମ୍ବର ଦେଇପାରିବେ ଯେଉଁମାନଙ୍କ ପାଖରେ ପ୍ୟାନ କାର୍ଡ ଥିବ।   
୧- ଯେଉଁ ଲୋକଙ୍କ ପାଖରେ ପ୍ୟାନ କାର୍ଡ ନଥାଇ ଆଧାର ନମ୍ବର ଥିବ ସେମାନେ କ୍ରେଡିଟ୍‌ କାର୍ଡ ତିଆରି କରିପାରିବେ। ଏହା ସହ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲି ପାରିବେ।
୨- ୧୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି କିଣିବା ସମୟରେ ଏବେ ପ୍ୟାନ ବଦଳରେ ଆଧାର ନମ୍ବର ବ୍ୟବହାର କରାଯାଇପାରିବ।
୩- ୫୦ହଜାର ଟଙ୍କାରୁ ଅଧିକ ନଗଦ କାରବାର ପାଇଁ ମଧ୍ୟ ଆଧାର ନମ୍ବର ବ୍ୟବହାର କରାଯାଇପାରିବ।
୪- ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା କିଣିଲେ ଦୋକାନୀ ପ୍ରମାଣ ଭାବେ ପ୍ୟାନ୍‌ କାର୍ଡ ମାଗନ୍ତି । କିନ୍ତୁ ଏବେ ପ୍ୟାନ ବଦଳରେ ଆଧାର ନମ୍ବର ମଧ୍ୟ ଦିଆପାରିବ।
୫- ଫୋର ହୁଇଲର କିଣିବା ସମୟରେ ମଧ୍ୟ ପ୍ୟାନ୍‌ କାର୍ଡ ବଦଳରେ ଆଧାର କାର୍ଡ ଦିଆଯାଇପାରିବ।
୬- ମ୍ୟୁଚୁଆଲ ଫଣ୍ଡ ବିନିଯୋଗ ଓ ସେୟାର କିଣା ବିକା ସମୟରେ ଆଧାର କାର୍ଡ ନମ୍ବର ବ୍ୟବହାର କରାଯାଇପାରିବ।
୭- ୫୦ ହଜାରରୁ ଅଧିକ ଟଙ୍କାର ବିଦେଶୀ କରେନ୍ସି କିଣିଲେ ଆଧାର ନମ୍ବର ବ୍ୟବହାର କରିହେବ।
୮- କୌଣସି କମ୍ପାନୀରୁ ଲକ୍ଷେ ଟଙ୍କାରୁ ଅଧିକ ସେଆର କିଣିବା ସମୟରେ ଆଧାର କାର୍ଡ ବ୍ୟବହାର ହୋଇପାରିବ।
୯- ଡିମେଟ୍‌ ଓ ବ୍ୟାଙ୍କ ଆକାଉଣ୍ଟ ଏବେ କେବଳ ଆଧାର କାର୍ଡ ନମ୍ବର ଦ୍ବାରା ଖୋଲିହେବ।
୧୦- ଯଦି ପ୍ୟାନକାର୍ଡ ନଥାଏ ତାହେଲେ ଆଧାର ନମ୍ବର ଦେଇ ନିଜ ଟ୍ୟାକ୍ସ ରିର୍ଟନ୍‌ ଫାଇଲ୍‌ କରିହେବ।

   Related Posts