Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଜୟଦେବ ବିହାର- ନନ୍ଦନକାନନ ରାସ୍ତାରେ କମିବ ଟ୍ରାଫିକ୍ ଜାମ୍, ତିଆରି ହେବ ୨ଟି ନୂଆ ଓଭରବ୍ରିଜ୍, ଖର୍ଚ୍ଚ ହେବ ୮୦ କୋଟି ଟଙ୍କା

22/12/2020 at 8:32 AM

ଭୁବନେଶ୍ୱର,୨୨/୧୨: ରାଜଧାନୀରେ ଆଉ ଦୁଇଟି ନୂଆ ଓଭରବ୍ରିଜ ତିଆରି ହେବ ।  ଭୁବନେଶ୍ୱରରେ କଳିଙ୍ଗ ହସ୍ପିଟାଲ ଛକରୁ ରେଲ୍‌ବିହାର ଛକ ଯାଏ ପ୍ରଥମ ଫ୍ଲାଏଓଭର ଓ ଡମଣା ଛକରୁ ଚନ୍ଦ୍ରଶେଖରପୁର ଥାନା ଯାଏ ଆଉ ଏକ ଫ୍ଲାଏଓଭର ରହିବ। ଉଭୟ ଫ୍ଲାଏଓଭର ୬ ଲେନ୍‌ ବିଶିଷ୍ଟ ହେବ ବୋଲି ଜଣାପଡିଛି ।

ଏବେ ଫ୍ଲାଏଓଭର ତିଆରି ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଡ୍ରାଫ୍ଟ ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଭୁବନେଶ୍ୱର ଡିଭିଜନ୍‌-୩ ଏହି ପ୍ଲାନ୍‌ ପ୍ରସ୍ତୁତ କରି ମୁଖ୍ୟଯନ୍ତ୍ରୀ(ରାସ୍ତା) ପାଖକୁ ପଠାଇଛି । ପ୍ରସ୍ତାବିତ ଯୋଜନା ଅନୁସାରେ, ଜୟଦେବବିହାର ଛକରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ଭିଡ଼ ଏଡ଼ାଇବାକୁ ଏହି ଦୁଇ ନୂଆ ଫ୍ଲାଏଓଭର ତିଆରି ହେବ । ପୂର୍ବରୁ ଏହି ରାସ୍ତାରେ ଭିଡ଼ କମାଇବାକୁ ଦୁଇ ପାରାଲାଲ୍‌ ରୋଡ୍‌ ବା ସମାନ୍ତରାଳ ରାସ୍ତା ତିଆରି ଯୋଜନା କାର୍ଯ୍ୟକାରୀ ହେଉଛି । ପର୍ଯ୍ୟାୟକ୍ରମେ ଏଥିପାଇଁ ଟେଣ୍ଡର ଆହ୍ୱାନ କରି କାମ ଚାଲିଛି । କିନ୍ତୁ ଜବରଦଖଲ ଓ ଜଙ୍ଗଲ ଜମି କିସମ ପରିବର୍ତ୍ତନରେ ବିଳମ୍ବ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ବିଳମ୍ବିତ ହେଉଛି। ଏଥିପାଇଁ ଏହି ରାସ୍ତାରେ ଦୁଇ ଫ୍ଲାଏଓଭର କରିବାକୁ ଅଣ୍ଟା ଭିଡିଛି ପୂର୍ତ୍ତ ବିଭାଗ ।

ପ୍ରଥମ ଓଭର ବ୍ରିଜ୍ କଳିଙ୍ଗ ହସ୍ପିଟାଲ ଛକ ପୂର୍ବରୁ ଥିବା ଫରଚ୍ୟୁନ୍‌ ଟାୱାର ପାଖରୁ ଆରମ୍ଭ ହେବ । କଳିଙ୍ଗ ହସ୍ପିଟାଲ ଛକ ଡେଇଁ ଏହା ରେଲ୍‌ବିହାର ଯାଏ ଯିବ । ଏହି ଫ୍ଲାଏଓଭରର ଲମ୍ବା ପ୍ରାୟ ୬୦୦ମିଟର ହେବ । ପ୍ରକଳ୍ପ ପାଇଁ ପ୍ରାୟ ୪୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଏତତ୍ ବ୍ୟତୀତ, ଡମଣା ଛକ ପାଖରୁ ଆଉ ଏକ ଫ୍ଲାଏଓଭର ତିଆରି ହେବ । ଚନ୍ଦ୍ରଖେଶରପୁର ଥାନା ଛକର କ୍ଲବଟାଉନ୍‌ ଆପାର୍ଟମେଣ୍ଟ ଯାଏ ଏହା ଲମ୍ବିବ । ଏହି ଦ୍ୱିତୀୟ ଫ୍ଲାଏଓଭରର ଦୂରତା ପ୍ରାୟ ୭୫୦ ମିଟର ପର୍ଯ୍ୟନ୍ତ ରହିବ । ପ୍ରକଳ୍ପରେ ୪୫କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ହୋଇଛି । ଉଭୟ ଫ୍ଲାଏଓଭର ତିଆରି ହେଲେ ପିକ୍‌ ଟାଇମ୍‌ରେ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ବହୁମାତ୍ରାରେ କମିଯିବ ବୋଲି ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ସୂଚନା ଦେଇଛନ୍ତି। ତେବେ ଏହି ପ୍ରକଳ୍ପର ଫିଜିବଲିଟି ଅନୁଧ୍ୟାନ ପରେ ପ୍ରକଳ୍ପ ନିର୍ମାଣ ପାଇଁ ଚୂଡ଼ାନ୍ତ ଅନୁମୋଦନ ଦିଆଯିବବୋଲି କହିଛନ୍ତି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ(ରାସ୍ତା) ମନୋରଞ୍ଜନ ମିଶ୍ର ।

   Related Posts