ବ୍ଲୁ ହ୍ବେଲ୍ ,କିକି, ମୋମୋ ପରେ ଆସିଲା ନରହନ୍ତା ଗେମ୍ ମାର୍ଭଲ : ନେଲାଣି ଗୋଟିଏ ମୁଣ୍ଡ

Published By : Prameya-News7 Bureau | December 04, 2018 IST

ନୂଆଦିଲ୍ଲୀ /ଜୟପୁର୪।୧୨: ଦିନକୁ ଦିନ ଅନଲାଇନ ଗେମର ଚାହିଦା ବଢ଼ିବାର ଲାଗିଛି । କିନ୍ତୁ କେତେକ ଅନଲାଇନ ଗେମ୍ , ମୋମୋ,ବ୍ଲୁ ହ୍ଵେଲ, କିକି ଭଳି ମାରାତ୍ମକ ହୋଇ ଜୀବନ ନେବାରେ ଲାଗିଛି । ବିଶେଷକରି ଛାତ୍ରଛାତ୍ରୀମାନେ ଏସବୁ ଗେମ ପ୍ରତି  ଆକର୍ଷିତ ହେବାର ଦେଖାଯାଇଛି । ଏହି ସବୁ ଅନଲାଇନ ଗେମରେ ଶେଷ ପର୍ଯ୍ୟାୟରେ ଚ୍ୟାଲେଂଜ ଗ୍ରହଣ କରି ନପାରି ଛାତ୍ରଛାତୀ ଆତ୍ମହତ୍ୟା କରିବାକୁ ବାଧ୍ୟହେଉଛନ୍ତି । ସେଇଭଳି  ଆଉଏକ ମାରାତ୍ମକ ଅନଲାଇନ ଖେଳ ଏବେ ଦୃତ ପ୍ରସାର ଲାଭ କରିଛି । ଏହି ଗେମ୍‌ ର ନାଁ ହେଲା ଗେମ ମାର୍ଭଲ । ନିକଟରେ ରାଜସ୍ଥାନର ସିରୋହି ଜିଲ୍ଲାର ଆବୁରୋଡ଼ ସଦର ଅଂଚଳରେ ଏଭଳି ଏକ ଘଟଣା ସାମନାକୁ ଆସିଛି । ପୋଲିସ କହିବା ଅନୁସାରେ ,ଖବର ଆସିଲାଯେ ହାଉସିଂ ବୋର୍ଡ଼ ଅଂଚଳରେ ଜଣେ ନାବାଳକ ଆତ୍ମହତ୍ୟା କରିଛି । ପୋଲିସ ଖବରପାଇ ଘଟଣାସ୍ଥଳରେ ପହଂଚିଲାବେଳକୁ ଭିତର ପଟୁ କବାଟ ବନ୍ଦ ଥିଲା । ପୋଲିସ କବାଟ ଭାଂଗି ବିପିନ ଶର୍ମା ନାମକ ଜଣେ ୧୧ ବର୍ଷ ବୟସ୍କ ନାବାଳକକୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲା । ମହେନ୍ଦ୍ରଗଡ଼ରେ ରହୁଥିବା ବିପିନ ଶର୍ମା ଏକ ଘୋରେଇ ବିଦ୍ୟାଳୟରେ ପଢ଼ୁଥିଲେ । ନିଜ ମାଆ ଓ ସାନ ଭଉଣୀ ସହ  ବିପିନ ରହୁଥିଲେ । ଆତ୍ମହତ୍ୟାକଲା ପରେ ସେଇ ଘରୁ ଏକ ଛୋଟ କାଗଜ ମିଳିଥିଲା , ଯେଉଁଥିରେ ଲେଖାଥିଲା ‘ଆଇ କୁଇଟ’ । ଏହି କାଗଜ ଖଣ୍ଡକ  ଆଧାର କରି ପୋଲିସ ତଦନ୍ତ କଲାପରେ ଜାଣିବାକୁ ପାଇଲାଯେ ,ବିପିନ ଶର୍ମା ନାମକ ଏହି ଛାତ୍ରଜଣକ ଅନଲାଇନରେ ଆସିଥିବା ନୂଆଗେମ ମାର୍ଭଲର ଶିକାର ହୋଇ ପ୍ରାଣ ହରାଇଛନ୍ତି । ସେ ଅତ୍ୟଧିକ ଚାପରେ ରହି ମାନସିକ ଭାରସମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି । ବିପିନ ଜଣେ ପ୍ରତିଭାବାନ ଛାତ୍ର ଥିଲେ । ସେ  ଶାନ୍ତ ,ସରଳ  ସ୍ଵଭାବର ପିଲା ଥିଲେ ବୋଲି ସ୍କୁଲର କର୍ତ୍ତୃପକ୍ଷ  କହିଛନ୍ତି । ସେ ବାପା-ମାଆଙ୍କର ବଡ଼ପୁଅ ଥିଲେ , ତାଙ୍କ ତଳେ ଆହୁରି ଦୁଇ ଭଉଣୀ ଅଛନ୍ତି । ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଫାଇଦା ମିଳୁଥିଲେ ବି ଅନେକ କ୍ଷତି ମଧ୍ୟ ଘଟୁଛି । ବିଶେଷକରି କିଶୋର ବୟସର ଛାତ୍ରଛାତ୍ରୀ ଏହିସବୁ ପ୍ରାଣଘାତୀ ଗେମର ଶିକାର ହେବାର ଲାଗିଛନ୍ତି । ଏହି ଗେମରେ ପ୍ରଥମେ ବିଭିନ୍ନ ସହଜ ଧରଣର ଅପସନରେ କ୍ଲିକ କରିବାକୁ କୁହାଯାଇଥାଏ  । ପରେ ପରେ ଏଭଳି ଭାବେ ମାନସିକଭାବେ ଆକ୍ରାନ୍ତ ଏହା କରିଯାଇଥାଏଯେ ,ସେଥିରୁ ମୁକୁଳିବା ସହଜ ହୋଇ ନଥାଏ । ଶେଷରେ ଏହି ଅନଲାଇନ ଗେମସବୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥାଏ । ଏହି ଗେମରେ ଟିନ-ଏଜର କୋମଳମତି ବାଳକବାଳିକା  ଶିକାର ହେବାପାଇଁ ବାଧ୍ୟ ହୋଇଥାନ୍ତି । ଏସବୁ ପ୍ରତି ବାପା-ମାଆ ,ସ୍କୁଲର କର୍ତ୍ତୃପକ୍ଷ ,କି ଛାତ୍ରାବାସ ଦାୟିତ୍ବରେ ରହୁଥିବା ଅଧିକାରୀ ସଜାଗ କରିବା ସହ ଦୃଷ୍ଟିଦେବା ନିହାତି ଜରୁରୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.