ବିଜେଡିରେ ନୂଆ କର୍ମକର୍ତ୍ତା: ୧୯ ଉପସଭାପତିଙ୍କ ମଧ୍ୟରୁ ୮ ବରିଷ୍ଠ, ସଞ୍ଜୟ ଦାସବର୍ମା ମୁଖ୍ୟାଳୟ ସାଧାରଣ ସମ୍ପାଦକ

Published By : Prameya-News7 Bureau | July 01, 2020 IST

ଭୁବନେଶ୍ୱର, ୦୧|୦୭:   ବିଜୁ ଜନତା ଦଳ ପକ୍ଷରୁ ନୂଆ ପଦାଧିକାରୀଙ୍କ ନାମ ପ୍ରକାଶ କରିଛି । ଦଳ ପକ୍ଷରୁ ଏକ ପ୍ରେସ ବାର୍ତ୍ତାରେ ସମସ୍ତ ନୂଆ ପଦାଧାକିରୀଙ୍କ ନାଁ ପ୍ରକାଶ ପାଇଛି । ଏଥିରେ ୮ଜଣ ବରିଷ୍ଠ ଉପସଭାପତି ଥିବା ବେଳେ ୯ ଜଣ ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକ ରହିଛନ୍ତି ।

{"id":294416,"width":669,"height":853,"sizeSlug":"large"}

ଦଳ ପକ୍ଷରୁ ବରିଷ୍ଠ ଉପସଭାପତି ଭାବେ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲ୍ ବିହାରୀ ହିମିରିକା, ଅନନ୍ଦ ଦାସ ଓ ବିମ୍ବାଧର କୁଅଁରଙ୍କୁ ଦାୟିତ୍ୱ ମିଳିଛି  । ସେହିପରି ମଙ୍ଗଳା କିଷାନ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ପ୍ରମିଳା ମଲିକ, ବଦ୍ରି ନାରାୟଣ ପାତ୍ର, ପ୍ରଦୀପ କୁମାର ଅମାତ ଓ ପଦ୍ମନାଭ ବେହେରାଙ୍କୁ ଦାୟିତ୍ୱ ମିଳିଛି । ଏତତ୍ ବ୍ୟତୀତ ସଞ୍ଜୟ କୁମାର ଦାସବର୍ମାଙ୍କୁ ମୁଖ୍ୟାଳୟ ସାଧାରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.