ପଡ଼ିଲା ମହାଗଠବନ୍ଧନର ମୂଳଦୂଆ : ଗଠନ ହେଲା ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ, ବିଜେଡି କହିଲା ଶୀତ ଋତୁରେ ଚିଲିକାକୁ ଆସନ୍ତି ନୂଆ ପକ୍ଷୀ

Published By : Prameya-News7 Bureau | January 21, 2019 IST

ଭୁବନେଶ୍ବର୨୧|୧; ଆଉ ଅଢ଼େଇ ମାସର ଅପେକ୍ଷା। ନିର୍ବାଚନକୁ ନଜରରେ ରଖି ଆରମ୍ଭ ହୋଇଗଲାଣି ଭଙ୍ଗାଯୋଡ଼ା, ଦଳ ଡିଆଁ ରାଜନୀତି । ୟା ଭିତରେ ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ଓ ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳଏକ୍ହୋଇଯାଇଛି। ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ ନାଁରେ ଓଡ଼ିଶାରେ ମହାମେଣ୍ଟର ମୂଳଦୂଆ ପଡ଼ିଲା ବୋଲି କୁହାଯାଉଛି।ଯେଉଁଥିରେ ଅନ୍ୟ ନେତାଙ୍କୁ ମଧ୍ୟ ଯୋଡ଼ିବାର ପ୍ରୟାସ ଜାରି ରହିଛି ଯାହାକୁ ନେଇ ବିଜେଡି ଓ ବିଜେପି ନେତା ନିଜ ନିଜ ଢ଼ଙ୍ଗରେ ରିଆକ୍ସନ ଛାଡ଼ିଛନ୍ତି। ସେପଟେ ରାଜ୍ୟ କଂଗ୍ରେସ ହାତରୁ ଖସିଛନ୍ତି ବିଜେପୁରର ଟାଣୁଆ ନେତା ପ୍ରଣୟ ସାହୁ। ….. 

{"id":76648}

ଗଠନ ହେଲା ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ । ପଡ଼ିଲା ମହା ଗଠବନ୍ଧନର ମୂଳଦୂଆ ପ୍ରଥମ ପର୍ଯ୍ୟାୟରେ ହାତ ମିଳାଇଛନ୍ତି ଉତ୍କଳ ଭାରତର ଖାରବେଳ ସ୍ବାଇଁ ଓ ସମତା କ୍ରାନ୍ତି ଦଳର ବ୍ରଜକିଶୋର ତ୍ରିପାଠୀ। ପୂର୍ବରୁ ରାଜ୍ୟର ଛୋଟଦଳଗୁଡ଼ିକୁ ଏକାଠି କରିବା ପ୍ରୟାସରେ ଥିବା ଏହି ନେତାମାନେ ଆଗକୁ ଏଭଳି ଉଦ୍ୟମକୁ ଜୋରଦାର୍କରିବେ। ଏଥି ସହ ବିଜେଡିରୁ ବିଦାହୋଇଥିବା ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, କଂଗ୍ରେସର ବିଦା ହୋଇଥିବା ଶ୍ରୀକାନ୍ତ ଜେନାଙ୍କୁଏହି ଗଠବନ୍ଧନରେ ବାନ୍ଧିବାକୁ ଚେଷ୍ଟା ମଧ୍ୟ ଜାରି ରହିଛି।

{"id":76649}

ସେପଟେ ଓଡିଶା ଗଣତନ୍ତ୍ର ସମ୍ମୁଖ୍ୟକୁ ସ୍ବାଗତ କରିଛି ବିଜେପି।  ଯେତେବେଳେ ବିଜେଡି ବିରୋଧୀଙ୍କ ମେଣ୍ଟ ହେଉଛି, ସେତେବେଳେ ବିଜେପି ଏହାକୁ ସ୍ବାଗତ କରିବ ନିଶ୍ଚୟ ହେଲେ ନିର୍ବାଚନ ପୂର୍ବରୁ ନୂଆ ଦଳକୁ ଶୀତ ଋତୁରେ ଚିଲିକାକୁ ଆସୁଥିବା ନୂଆ ପକ୍ଷୀଙ୍କ ସହ ତୁଳନା କରିବାକୁ ଚେଷ୍ଟା କରିଛି ବିଜେଡି   

{"id":76650}

ଏପଟେ ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ ନାଁ ରେ ଦଳ ଛଡ଼ା ନେତାଙ୍କୁ ଯୋଡ଼ିବାକୁ ପ୍ରୟାସ ଚାଲିଥିବା ବେଳେ ସେପଟେ କଂଗ୍ରେସର ହାତ କିନ୍ତୁ ଛିଣ୍ଡିବାରେ ଲାଗିଛି। ଏଥର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ।

{"id":76651}

୧୯ ନିର୍ବାଚନକୁ ନେଇ ସବୁ ଦଳ ନିଜ ନିଜ ଷ୍ଟ୍ରାଟେଜିରେ ମାତିଛନ୍ତି । କୋଉଠି ଅନ୍ୟ ଦଳରୁ ନେତା ଆମଦାନୀ ଚାଲିଛି ତ ଆଉ କୋଉଠି ଏକାଠି ହେବାକୁ ଚେଷ୍ଟା କରୁଛନ୍ତି ଅସନ୍ତୁଷ୍ଟ । ପୁଣି କିଏ ନିଜର ଶକ୍ତି ବଢ଼ାଇବାକୁ ସମର୍ଥନ ଖୋଜୁଛନ୍ତି ।

{"id":76652}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.