Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ନୂଆ ଓଡିଆ ଫିଲ୍ମ ସେଲଫିସ ଦିଲ୍: ଫେସବୁକ୍ ଓ ଓ୍ବାଟସଅପରେ ପ୍ରେମ, ଆସିଲା ପରଦାକୁ

4/07/2019 at 4:16 PM

କଟକ ୪|୭: ମୁକ୍ତିଲାଭ କରିଛି ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ନୂଆ ଫିଲ୍ମ ସେଲଫିସ ଦିଲ। ଶୋସାଲ ମିଡିଆ ଓ ଲଭ ରୋମାନ୍ସକୁ ନେଇ ଆଧାରିତ ଏଇ କାହାଣୀକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ନବାଗତ ଶ୍ରେୟାନ ଓ ସୂର୍ୟମୟୀ ମହାପାତ୍ରଙ୍କ ଜୋଡି ବେଶ କମାଲ ଦେଖାଇଥିବା ବେଳେ ଭେଟେରାନ୍ ଆକ୍ଟର ବିଜୟ ମହାନ୍ତି ମଧ୍ୟ ଏଥିରେ ଲିଡ ରୋଲରେ ଅଛନ୍ତି। ଫିଲ୍ମଟି ଆଜି କଟକର ସମ୍ରାଟ ହଲରେ ମୁକ୍ତିଲାଭ କରିଥିବା ବେଳେ ଏହି ଅବସରରେ ଫିଲ୍ମ କଳାକାରମାନେ ଉପସ୍ଥିତ ଥିଲେ।

ରଥଯାତ୍ରାରେ ମୁକ୍ତିଲାଭ କରିଛି ନୂଆ ଓଡିଆ ଫିଲ୍ମ ସେଲଫିସ ଦିଲ୍। ୟଙ୍ଗଷ୍ଟର ଆଜିକାଲି ଶୋସିଆଲ୍ ମିଡିଆରେ ବ୍ୟସ୍ତ ରହୁଥିବା ବେଳେ ପ୍ରେମ ମଧ୍ୟ ଫେସବୁକ୍ ଓ ଓ୍ବାଟସଅପରେ କରାଯାଉଥିବା ଫିଲ୍ମଟିର କାହାଣୀରେ ରହିଛି। ବେଳେବେଳେ ଏହା କେମିତି ଦ୍ବନ୍ଦ୍ବ ମଧ୍ୟ ସୃଷ୍ଟି କରିଥାଏ ତାହା ଏହି ଫିଲ୍ମ ବୟାନ କରିଛି। ଲଭ ରୋମାନ୍ସ କମେଡି ଓ ଡାନ୍ସ ଫିଲ୍ମଟିରେ ଭରପୁର ରହିଛି। ତେବେ ଏକ ଖାସ ବର୍ଗର ଦର୍ଶକମାନଙ୍କୁ ଏହା ଆକୃଷ୍ଟ କରିବ ବୋଲି ମନେକରାଯାଉଥିଲେ ମଧ୍ୟ ଏକ ପରିବାର ଧର୍ମୀ ଫିଲ୍ମ ବୋଲି ଏହାର ନିର୍ଦ୍ଦେଶକ କହିଛନ୍ତି। ତାଛଡା ନବାଗତ ହିରୋଙ୍କୁ ଫିଲ୍ମରେ ନେବା ଆଦୌ ରିକ୍ସ ନୁହେଁ ବୋଲି ମଧ୍ୟ ସେ ମତ ଦେଇଛନ୍ତି।

ଫିଲ୍ମରେ ଭଲ ଜମିଛି ହିରୋ ଓ ହିରୋଇନଙ୍କ କେମେଷ୍ଟ୍ରୀ। ଶ୍ରେୟାନ୍ ପୂର୍ବରୁ ଜଣେ ଜିଲ୍ଲାସ୍ତରୀୟ କ୍ରିକେଟ୍ ଖେଳାଳୀ ରହିସାରିଥିବା ବେଳେ ଦିଲ୍ଲୀରେ ଆକ୍ଟିଂ କୋର୍ସ ମଧ୍ୟ କରିସାରିଛନ୍ତି। ଏହା ତାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ। ଏଥିରେ ସେ ନିଜ ରୋଲ ଭଲଭାରେ ନିଭାଇବା ସହିତ କିଛି ଭିନ୍ନ କରିଦେଖାଇବା ପାଇଁ ଚେଷ୍ଟା କରିଛନ୍ତି। ସେଇଭଳି ଅଭିନେତ୍ରୀ ସୂର୍ୟମୟୀ ମହାପାତ୍ର ମଧ୍ୟ ପୂର୍ବରୁ ଅନେକ ଫିଲ୍ମ କରିଥିଲେ ମଧ୍ୟ ଏହି ପିଲ୍ମର କାହାଣୀଟି ତାଙ୍କ ପାଇଁ ନିଆରା ବୋଲି କହିଛନ୍ତି।

ଫା ଭିଓ ପ୍ରଥମ ଦିନରେ ଦର୍ଶକଙ୍କ ମନକୁ ଛୁଇଁଛି ସେଲଫିସ୍ ଦୀଲ୍। କଟକ, ଭୁବନେଶ୍ବର ଓ ବାରିପଦାର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯାଇଛି। ତେବେ ବିଶେଷ ବ୍ୟୟବହୁଳ ଫିଲ୍ମ ଏହା ହୋଇନଥିଲେ ମଧ୍ୟ ଅନ୍ୟ ଓଡିଆ ଚଳଚିତ୍ତ୍ର ଭଳି ଏହା ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଏହାର ପ୍ରଯୋଜକ ଆଶା ବାନ୍ଧିଛନ୍ତି।

   Related Posts