ବକେୟା ବିଲ ପାଇଁ ରୋଗୀଙ୍କ ମୃତଦେହ ଜବତ କରି ରଖିପାରିବେ ନାହିଁ ହସ୍ପିଟାଲ ଅଧିକାରୀ : ନିୟମ ଜାରି କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Published By : Prameya-News7 Bureau | April 21, 2019 IST

ଭୋପାଲ ୨୧/୪ : ଘରୋଇ ହସ୍ପିଟାଲ ଏବଂ ନର୍ସିଙ୍ଗ ହୋମରେ ଚିକିତ୍ସା ବେଳେ ରୋଗୀଙ୍କ ମୃତ୍ୟୁ ହୋଇଗଲେ ବାକିଥିବା ବିଲ ଜମା ନକଲେ ହସ୍ପିଟାଲ ଅଧିକାରୀ ମୃତଦେହ ହସ୍ପିଟାଲରେ ରଖି ପକାଇଥାନ୍ତି | କିନ୍ତୁ ଏବେ ହସ୍ପିଟାଲ ଅଧିକାରୀ ଆଉ ସେମିତି କରିପାରିବେ ନାହିଁ | ହସ୍ପିଟାଲ ଅଧିକାରୀ ରୋଗୀର ମୃତ୍ୟୁ ରେକର୍ଡ ପ୍ରସ୍ତୁତ କରି ସମ୍ବନ୍ଧିତ ପୋଲିସ ଥାନାରେ ସୂଚନା ଦେଇ ମୃତଦେହକୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିବେ |

{"id":105781,"width":581,"height":344}


କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ନର୍ସିଙ୍ଗ ହୋମ ଆକ୍ଟରେ ଏହି ନିୟମ ସଂଶୋଧନ କରିଛନ୍ତି | ଏହି ସଂଶୋଧନକୁ ନେଇ ଇଣ୍ଡିଆନ ମେଡିକାଲ ମେଡିକାଲ ଆସୋସିଏସନ ସହ ଡାକ୍ତରଙ୍କ ଅଲଗା ସଂସ୍ଥା ସହ ପରାମର୍ଶ କରିଥିଲେ | ଉପ ନିର୍ଦେଶକ ଏନଏଚଏମ ଡ.ପଙ୍କଜ ଶୁକ୍ଲା କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନର୍ସିଙ୍ଗ ହୋମ ଆକ୍ଟରେ ସଂଶୋଧନ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି | ନୂଆ ନିୟମ ଅନୁଯାୟୀ, ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କ ମୃତଦେହ ବକେୟା ବିଲ ପାଇଁ ଜବତ କରି ରଖିପାରିବେ ନାହିଁ |

{"id":105779}


ଏହାଛଡା ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି ଥିବା ରୋଗୀଙ୍କୁ ରକ୍ତ ଦେବା ପାଇଁ ଦାୟିତ୍ୱ ମଧ୍ୟ ହସ୍ପିଟାଲ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି | ବିଭିନ୍ନ ପ୍ରକାର ଦୁର୍ଘଟଣାରେ ଆହତ ହୋଇଥିବା ରୋଗୀଙ୍କ ଚିକିତ୍ସା ରକ୍ତ କାରଣରୁ ରହିନଯାଉ ସେଥିପାଇଁ ଏହିଭଳି ନିୟମ ଜାରି କରାଯାଇଛି | ଡ.ଶୁକ୍ଲାଙ୍କ ଅନୁଯାୟୀ, ନର୍ସିଙ୍ଗ ହୋମ ସଂଚାଳକଙ୍କ ନୂଆ ନିୟମ ୧୦ଟି ବେଡ଼ ପାଇଁ ଜଣେ ମେଡିକାଲ ଅଫିସରଙ୍କ ଡ୍ୟୁଟି ଅନିବାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ରଖାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.