Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଗାଡି ମାଲିକଙ୍କ ପାଇଁ ଖୁସି ଖବର : ଏବେ ସବୁ ଆରଟିଓରେ କରିପାରିବେ ରେଜିଷ୍ଟ୍ରେସନ୍ ନବୀକରଣ, ପରିବହନ ବିଭାଗର ନୂଆ ନିୟମ

30/01/2021 at 10:43 AM

କଟକ, ୩୦/୦୧: ଏବେ ଗାଡି ଚାଳକଙ୍କ ପାଇଁ ଖୁସି ଖବର । କୌଣସି ଗାଡ଼ିର ପଞ୍ଜୀକରଣ ବା ରେଜିଷ୍ଟ୍ରେସନ୍‌ ଅବଧି ଶେଷ ହୋଇଗଲେ ଚିନ୍ତା କରିବାର ଆବଶ୍ୟକ ନାହିଁ ।  ଗାଡିର ନବୀକରଣ ଲାଗି ମୂଳ ଆର୍‌ଟିଓ (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ)ଙ୍କ ନିକଟରେ ଗାଡ଼ି ମାଲିକଙ୍କୁ ଆବେଦନ କରିବା ବାଧ୍ୟତାମୂଳକ ନୁହେଁ। ଜଣେ ଗାଡ଼ି ମାଲିକ ଯେକୌଣସି ସ୍ଥାନରୁ ଗାଡ଼ି କିଣିଥିଲେ ମଧ୍ୟ ସେ ସବୁ ଆର୍‌ଟିଓଙ୍କ ନିକଟରେ ନବୀକରଣ ଆବେଦନ କରିପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପୁରୁଣା ନିୟମାନୁସାରେ, କୌଣସି ଗାଡ଼ି ପଞ୍ଜୀକରଣର ୧୫ବର୍ଷ ପରେ ଏହାର ନବୀକରଣର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ଗାଡ଼ି ମାଲିକ ଯେଉଁ ଆରଟିଓଙ୍କ ଅଧୀନ ଅଞ୍ଚଳରେ ଗାଡ଼ି କିଣିଥାନ୍ତି ସେଠାରେ ଗାଡ଼ିର ନବୀକରଣ ଲାଗି ଆବେଦନ କରିଥାନ୍ତି । ଏହି ପ୍ରକ୍ରିୟା ବିଳମ୍ବିତ ମଧ୍ୟ ହୁଏ। ଏମ୍‌ଭିଆଇ ଗାଡ଼ିକୁ ଯାଞ୍ଚ କରିବା ପରେ ଯଦି ଏହାର ସ୍ଥିତି ଠିକ୍‌ ରହିଥାଏ ତାହେଲେ ଆଉ ୫ବର୍ଷ ଲାଗି ଗାଡ଼ି ପଞ୍ଜୀକରଣର ନବୀକରଣ ଅନୁମତି ପ୍ରଦାନ କରିଥାନ୍ତି । ପୁନର୍ବାର ପାଞ୍ଚବର୍ଷ ପରେ ଗାଡ଼ିର ସ୍ଥିତିକୁ ଦେଖି ଏହାର ନବୀକରଣ ପାଇଁ ଆବେଦନ କରାଯାଏ ।

ଏହା ଅନେକ ଚାଳକଙ୍କୁ ସମସ୍ୟା ଦେଇଥାଏ । କାରଣ ଅନେକ ସମୟରେ ଜଣେ ଗାଡ଼ି ମାଲିକ ଯେଉଁ ଆରଟିଓଙ୍କ ଅଧୀନରେ ଗାଡ଼ି କିଣିଥାନ୍ତି ୧୫ବର୍ଷ ବେଳକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥାନ୍ତି । ଫଳରେ ଏଭଳି ଗାଡ଼ି ମାଲିକଙ୍କୁ ପୁଣି ମୂଳ ଆରଟିଓକୁ ଆସି ଗାଡ଼ି ପଞ୍ଜୀକରଣ ପାଇଁ ଆବେଦନ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଯଦି ଗାଡ଼ି ମାଲିକ ଚାକିରି କରୁଥାନ୍ତି ଏବଂ ତାଙ୍କର ଦୂର ସ୍ଥାନକୁ ବଦଳି ହୋଇଥାଏ ତାହେଲେ ଏଭଳି କ୍ଷେତ୍ରରେ ଅଧିକ ସମସ୍ୟା ସୃଷ୍ଟି ହୋଇଥାଏ । ଏବେ ଏହି ନୂଆ ନିୟମ ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି ଆଣିଛି ।

   Related Posts