ଦୁର୍ବଳ ହେଉଛି କରୋନା : ବୈଜ୍ଞାନିକଙ୍କୁ ମିଳିଲା କୋଭିଡ-୧୯ ଭାଇରସରେ ମ୍ୟୁଟେସନର ସଂକେତ, ଠିକ ୧୭ ବର୍ଷ ତଳର ସାର୍ସ ଭୂତାଣୁ ଭଳି

Published By : Prameya-News7 Bureau | May 07, 2020 IST

ଏରିଜୋନା ୦୭/୦୫ : କରୋନା ସାରା ବିଶ୍ୱର ଚିନ୍ତା ବଢ଼ିବାରେ ଲାଗିଛି | ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକ ଏହି ଭୟଙ୍କର ସଂକ୍ରମଣର ଶିକାର ହେଉଛନ୍ତି | କରୋନା ମହାମାରୀରେ ପୀଡିତ ଦୁନିଆ ପାଇଁ ଏକ ଖୁସି ଖବର ଭାଇରସ ତରଫରୁ ହିଁ ଆସିଛି | ଭାଇରସ ତରଫରୁ ଏକ ଆଶାର କିରଣ ଜାଗ୍ରତ ହୋଇଛି | ଆମେରିକା ଏରିଜୋନାର ବୈଜ୍ଞାନିକ କରୋନାର SARS-CoV-2 ଭାଇରସରେ ଏମିତି ଏକ ପରିବର୍ତ୍ତନ ଏବଂ ଜେନେଟିକ ପାଟର୍ନ ସମ୍ପର୍କରେ ପତା କରିଛନ୍ତି ଯାହା ୧୭ ବର୍ଷ ପୂର୍ବରୁ ସାର୍ସ ଭାଇରସ ସଂକ୍ରମଣ ସମୟରେ ଦେଖିବାକୁ  ମିଳିଥିଲା | ଏହି ମ୍ୟୁଟେସନ ଭାଇରସ ପ୍ରୋଟିନର ବଡ ଅଂଶ ଅର୍ଥାତ ଏହାର ଜେନେଟିକ ମ୍ୟାଟେରିଆଲ ଆପେ ଆପେ ଉଭାନ ହୋଇଯାଇଥିବା ଜଣାପଡିଥିଲା | 

ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବୈଜ୍ଞାନିକ ଉତ୍ସାହିତ ଅଛନ୍ତି କାରଣ ସାର୍ସ ଭାଇରସରେ ଯେତେବେଳେ ଉଭାନ ହୋଇଯାଇଥିବା ପାଟର୍ନ ଦେଖା ଦେଇଥିଲା, ୫ ମାସ ମଧ୍ୟରେ ସଂକ୍ରମଣର ଅନ୍ତ ଘଟିଥିଲା | ସେଥିପାଇଁ ବୈଜ୍ଞାନିକଙ୍କ ମତ ଅନୁସାରେ କରୋନା ଭାଇରସର ଏହି ସଂକେତ ସଂକ୍ରମଣକୁ ଦୁର୍ବଳ କରିବାର କାରଣ ହୋଇପାରେ |

{"id":265980,"sizeSlug":"large"}

କୌଣସି ସ୍ଥାନ କିମ୍ବା ବାତାବରଣ କିମ୍ବା ଅନ୍ୟ କୌଣସି କାରଣ ଯେକୌଣସି ଭାଇରସର ଜେନେଟିକ ସଂରଚନାରେ ହେଉଥିବା ପରିବର୍ତ୍ତନକୁ ମ୍ୟୁଟେସନ କୁହାଯାଏ | ଅନୁସନ୍ଧାନରେ ଗବେଷକ ମ୍ୟାଥମେଟିକାଲ ନେଟୱାର୍କ ଆଲଗୋରିଦମ ସାହାଯ୍ୟରେ ଭାଇରସ ସଂରଚନା ସମ୍ପର୍କରେ ଅଧ୍ୟୟନ କରନ୍ତି | କାଉନ୍ସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ବିଶେଷଜ୍ଞ ଡା.ସିଏଚ ମୋହନ ରାଓ କହିଛନ୍ତି ଯେ, ଭାରତରେ କରୋନା ଭାଇରସ ସିଙ୍ଗଲ ମ୍ୟୁଟେସନରେ ରହିଛି | ଅର୍ଥାତ ଏହି ଭାଇରସ ଶୀଘ୍ର ନଷ୍ଟ ହେବାର ସମ୍ଭାବନା ରହିଛି | କିନ୍ତୁ ଯଦି ଭାଇରସ ବାରମ୍ବାର ବାରମ୍ବାର ଗୁଣ ପରିବର୍ତ୍ତନ କରେ ତାହେଲେ ସ୍ଥିତି ଭୟଙ୍କର ହେବ, ବିପଦ ବଢିବା ଏବଂ ଭ୍ୟାକସିନ ତିଆରି କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହେବ |

୭ଟି ପଏଣ୍ଟ ମାଧ୍ୟମରେ ବୁଝନ୍ତୁ ପୁରା ଗବେଷଣା :

୧. ଏହି ନୂଆ ମ୍ୟୁଟେସନ ସକାରାତ୍ମକ ଅଟେ | ଭାଇରସରେ ଥିବା କିଛି ମ୍ୟୁଟେସନ ମଣିଷ ବିରୋଧୀ ଅଟନ୍ତି ଏବଂ କିଛି ଭାଇରସ ମଣିଷ ପାଇଁ ସହାୟକ ହୋଇଥାନ୍ତି | ଏରିଜୋନା ଷ୍ଟେଟ ୟୁନିଭର୍ସିଟି ଗବେଷକଙ୍କ କହିବାନୁଯାୟୀ, ସେମାନେ ସେହି ମ୍ୟୁଟେସନର ଅନୁସନ୍ଧାନ କରିଛନ୍ତି ଯାହା ବାସ୍ତବରେ ମଣିଷ ହିତରେ ଏକ ଅଦ୍ଵିତୀୟ ପରିବର୍ତ୍ତନ ବୋଲି କୁହାଯାଇପାରେ |

୨. ଜେନେଟିକ ଲେଟର୍ସ ଗଣିତ : ଗବେଷକ ନାକର ସ୍ୱାବରୁ ୩୮୨ ନମୁନାରୁ ପାଇଥିବା ଭାଇରସର ଜିନୋମକୁ ଏକ କ୍ରମରେ ସଜାଡି ତାକୁ ପ୍ରୟୋଗ କରିଥିଲେ | ଏହାକୁ ଜିନ ସିକ୍ରେସିଙ୍ଗ କୁହାଯାଏ | ମଣିଷ ଭଳି ଭାଇରସର ଜେନେଟିକ ମ୍ୟାଟେରିଆଲ ସବୁଠାରୁ ସୁକ୍ଷ୍ମ କେମିକାଲ ୟୁନିଟରେ ମିଶି ସୃଷ୍ଟି ହୋଇଥାଏ ଯାହାକୁ ଲେଟର୍ସ ବୋଲି କୁହାଯାଏ |

{"id":265981,"width":572,"height":355,"sizeSlug":"large"}

୩. ଗୋଟିଏ କରୋନା ଭାଇରସରେ ୩୦ RNA ଲେଟର୍ସ ଥାଏ | ମଣିଷ ମଧ୍ୟରେ ମୁଖ୍ୟ ଜେନେଟିକ ମେଟେରିୟନ ମଣିଷର ଡିଏନଏ ହୋଇଥାଏ | ଶରୀରରେ ପ୍ରାୟ ୩ କୋଟି ଡିଏନଏ ଲେଟର୍ସ ଥାଏ | ଏହିଭଳି କରୋନା ଭାଇରସର ଜେନେଟିକ ମ୍ୟାଟେରିଆଲ ଆରଏନଏ ପ୍ରୋଟିନ ହୋଇଥାଏ ଏବଂ ଗୋଟିଏ ଭାଇରସରେ ପାଖାପାଖି ୩୦ ହଜାର ଆରଏନଏ ଲେଟର୍ସ ଥାଏ |

୪. ଏରିଜୋନା ଷ୍ଟେଟ ୟୁନିଭର୍ସିଟିର ବୈଜ୍ଞାନିକ ଯେତେବେଳେ ୩୮୨ ନମୁନା ସମ୍ପର୍କରେ ଅଧ୍ୟୟନ କରୁଥିଲେ ସେତେବେଳେ ଗୋଟିଏ ଭାଇରସର ନମୁନାରେ ୮୧ ଲେଟର୍ସ ଗାୟବ ଥିଲା | ଏହି ଗବେଷଣାର ମୁଖ୍ୟ ଡା.ଇଫ୍ରେମ ଲିମ କହିଛନ୍ତି ଯେ, ୧୭ ବର୍ଷ ପୂର୍ବରୁ ୨୦୦୩ ମସିହାରେ ସାର୍ସ ଭାଇରସ ସଂକ୍ରମଣ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା | ସେତେବେଳେ ମଧ୍ୟ ଭାଇରସ ଦୁର୍ବଳ ପଡିବା ସମୟରେ ତାର ପ୍ରୋଟିନ ସଂରଚନାର ଏକ ବଡ ଅଂଶ ଉଭାନ ହେବାକୁ ଲାଗିଥିଲା |

୫. ଗବେଷକ ଡା.ଲିମ କହିଛନ୍ତି ଯେ, କରୋନା ଭାଇରସର ଏହି ଦୁର୍ବଳ ଗୁଣ ଭଲ କାରଣ ସମୟ ଅନୁସାରେ ଭାଇରସର କ୍ଷମତା ହ୍ରାସ ପାଉଥିବା ଜଣାପଡ଼ିଥାଏ | ଦୁର୍ବଳ ଭାଇରସ ଭ୍ୟାକସିନ ତିଆରି କ୍ଷେତ୍ରରେ ଉପଯୋଗୀ ପ୍ରମାଣିତ ହୋଇପାରେ | ବର୍ତ୍ତମାନ ଅକ୍ସଫୋର୍ଡରେ କରୋନା ଭ୍ୟାକସିନ ତିଆରି କରାଯାଉଛି ସେଥିରେ ସିମ୍ପାଞ୍ଜି ର ଦୁର୍ବଳ ଭାଇରସକୁ ବ୍ୟବହାର କରଯାଉଛି |

୬. ୧୭ ବର୍ଷ ପୂର୍ବରୁ ସାର୍ସ ଭାଇରସ ସଂକ୍ରମଣ ସମୟରେ ୨୦୦୩ ମସିହା ଫେବୃଆରୀ ରୁ ଜୁଲାଇ ମାସ ମଧ୍ୟରେ ଭାଇରସରେ ଠିକ ଏହିଭଳି ମ୍ୟୁଟେସନ ଦେଖିବାକୁ ମିଳିଥିଲା | ସେତେବେଳେ ଏହି ମହାମାରୀ ହଠାତ ଏସିଆରେ ବ୍ୟାପିଥିଲା ଏବଂ ୫ ମାସ ପରେ ଦୁର୍ବଳ ହୋଇଯାଇଥିଲା | ଏହାପରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇଥିଲା | ମ୍ୟୁଟେସନ ଯୋଗୁଁ ଭାଇରସ ଦୁର୍ବଳ ପଡ଼ିଯାଇଥିବା ବିଶ୍ୱାସ କରାଯାଇଥିଲା | କରୋନା ମାମଲାରେ ମଧ୍ୟ ଏହା ଆଶଙ୍କା କରାଯାଉଛି | କାରଣ ଏହି ଭାଇରସ ଓ ସାର୍ସ ଭାଇରସ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି | ସେଥିପାଇଁ ଏହାର ନାଁ SARS-CoV-2

୭. ଭିଆର୍ଷ ଦୁର୍ବଳ ହେବା ନେଇ ଆଶଙ୍କା କରାଯାଇପାରେ ଯେ ଗୋଟିଏ ଇମ୍ୟୁନ ପ୍ରୋଟିନ ରହିଛି ଯାହାର ଅର୍ଥ ହେଲା ଏହା ରୋଗୀର ଏଣ୍ଟିଭାଇରାଲ ରେସ୍ପନ୍ସ ସହ ସଂଗ୍ରାମ କରେ | ବର୍ତ୍ତମାନ SARS-CoV-2 ର ଏକ ନୂଆ ନମୁନାରେ ଏହିଭଳି ପ୍ରତିକାର କରାଯାଇଛି | ସେଥିପାଇଁ ଭାଇରସ ଦୁର୍ବଳ ପଡିପାରେ ଏବଂ ସଂକ୍ରମଣ ହ୍ରାସ ପାଇବା ନେଇ ଆଶଙ୍କା କରାଯାଇପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.