ଚିଲିକା ରାଜହଂସ ନିକଟ ସମୁଦ୍ର କୂଳରେ ଖୋଲୁଛି ନୂଆ ମୁହାଣ, ସ୍ଥାନୀୟ ଲୋକେ ଆତଙ୍କିତ

Published By : Prameya-News7 Bureau | April 17, 2020 IST

କୃଷ୍ଣପ୍ରସାଦ ୧୭।୪: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ପର୍ଯ୍ୟଟନ ସ୍ଥଳୀ ଚିଲିକା ରାଜହଂସ ନିକଟରେ ଖୋଲିବାର ଲାଗିଛି ଆଉ ଏକ ମୁହାଣ । ଗତ ୮ ମାସ ତଳେ ରାଜହଂସ ନିକଟରେ ଫସିଥିଲା ମାଲେସିଆ କାହାଜ ଜିନହାୱା-୩୨ । ଜାହାଜ ଚାଲିଯାଇଛି ସତ କିନ୍ତୁ ଏପର୍ଯ୍ୟନ୍ତ କଣ୍ଟେନରକୁ ନେଇ ନାହିଁ ମାଲେସିଆ ଜାହାଜ କର୍ତ୍ତୃପକ୍ଷ । କଣ୍ଟେନର ଯୋଗୁଁ ଏପରି ନୂଆ ମୁହାଣ ଖୋଲୁଥିବା ସ୍ଥାନୀୟ ଲୋକମାନେ ଅଭିଯୋ କରିଛନ୍ତି ।

{"id":255448,"sizeSlug":"large"}

କଣ୍ଟେନରକୁ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ପାଣି କଣ୍ଟେନର ଠାରେ ମାଡ ହୋଇ କୂଳ ଲଙ୍ଗୁଥିବା ଜଣାପଡିଛି । ବିଶାଳ ବାଲି ବନ୍ଧକୁ ଧସେଇ ସାରିଲାଣି । ଏପରି ଖବର ଶୁଣି ସ୍ଥାନୀୟ ମଏଁଶା-ବ୍ରହ୍ମପୁର ଗାଁ ଲୋକମାନଙ୍କ ମନରେ ଛନକା ପଶିଯାଇଛି । ମୁହାଁଣ ଖୋଲିଲେ ଦୁଇଖଣ୍ଡି ଗାଁ ସମୁଦ୍ର ଗର୍ଭରେ ଲୀନ ହେବା ଏକ ପ୍ରକାର ନିଶ୍ଚିତ । ସେଥିପାଇଁ ବେଳ ଥାଉ ଥାଉ ପ୍ରଶାସନ ପହଁଚି ଅନୁଧ୍ୟାନ କରିବା ଆବଶ୍ୟକତା ରହିଛି ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.