Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଆବିଷ୍କାର ହେଲା ନୂତନ କ୍ଷୁଦ୍ର ଚନ୍ଦ୍ର, ଗତ ୩ ବର୍ଷରୁ ପୃଥିବୀକୁ କରୁଛି ପରିକ୍ରମା

10/03/2020 at 4:10 PM

ନ୍ୟୁୟର୍କ ୧୦।୦୩- ଜ୍ୟୋତିର୍ବିଦ ଏକ କାର ଆକାରର ଦ୍ଵିତୀୟ ପ୍ରାକୃତିକ ଗ୍ରହକୁ ଆବିଷ୍କାର କରିଛନ୍ତି। ଏହି ଗ୍ରହ ଗତ ତିନି ବର୍ଷରୁ ଅସ୍ଥାୟୀ ଭାବେ ପୃଥିବୀର ପରିକ୍ରମା କରୁଥିଲା। ଏହାକୁ ମିନି ମୁନ ବା କ୍ଷୁଦ୍ର ଚନ୍ଦ୍ର କୁହାଯାଉଛି।  

ପୃଥିବୀକୁ ଅସ୍ଥାୟୀ ଭାବେ ପରିକ୍ରମଣା କରୁଥିବା ଏହି କ୍ଷୁଦ୍ର ଚନ୍ଦ୍ରର ନାମ ୨୦୨୦ ସିଡି୩ ରଖାଯାଇଛି। ମାଇ କାଟାଲିନା ସ୍କାଇ ସର୍ଭେର ଜଣେ ଗବେଷକ ଟେଡି ପ୍ରୁୟେନ ଗତ ଫେବୃଆରୀ ୧୫ରେ ମହାକାଶରେ ୨୦ତମ ବିଶାଳ ବସ୍ତୁ ଦେଖିବାକୁ ପାଇଥିବା କହିଛନ୍ତି। ୟୁନିଭର୍ସଟି ଅଫ ଆରିଜୋନା ଲୁନାର ଆଣ୍ଡ ପ୍ଲାନେଟାରୀ ଲ୍ୟାବ୍ ଏହି ସମ୍ବନ୍ଧରେ ଗତ ସପ୍ତାହରେ ଟୁଇଟ୍ କରିଥିଲେ।

ନୂତନ ଭାବେ ଆବିଷ୍କାର ହୋଇଥିବା ଏହି ନୂତନ କ୍ଷୁଦ୍ର ଚନ୍ଦ୍ର ୨୦୨୦ ସିଡି ୩ର କକ୍ଷ ଏହା ଦର୍ଶାଉଛି ଯେ, ଏହା ତିନି ବର୍ଷ ପୂର୍ବେ ପୃଥିବୀର କକ୍ଷ ପଥରେ ପ୍ରବେଶ କରିଛି। ଅନ୍ତରାଷ୍ଟ୍ରୀୟ ଜ୍ୟୋତିର୍ବିଦ ସଙ୍ଘର ମାଇନର ପ୍ଲାନେଟ୍ ସେଣ୍ଟର(ଏମପିସି) ଏହାର ସୂଚନା ଦେଇଛି।

ଏହାର ବ୍ୟାସ୍ ୧.୯ ରୁ ୩.୫ ମିଟର ରହିଛି, ଯାହା ସି- ଟାଇପ୍ କ୍ଷୁଦ୍ର ଗ୍ରହ ପରି ଦୃଶ୍ୟମାନ ହେଉଛି। ମାତ୍ର ଏହା ପ୍ରାୟ ୧ ମିଲିୟନ କ୍ଷୁଦ୍ରଗ୍ରହ ମଧ୍ୟରୁ ଏକ କ୍ଷୁଦ୍ର ଗ୍ରହ। ଏହା ପୃଥିବୀର କକ୍ଷରେ ପ୍ରବେଶ କରିବାରେ ଦ୍ଵିତୀୟ କ୍ଷୁଦ୍ର ଗ୍ରହ।

ନିଜର ଆନୁଷ୍ଠାନିକ ବୟାନରେ ଏମପିସି କହିଛି ଯେ, ଏହି ଗ୍ରହର କକ୍ଷ ଏହା ଦର୍ଶାଉଛି ଯେ, ଏହି ବସ୍ତୁ ଅସ୍ଥାୟୀ ରୂପେ ପୃଥିବୀ ସହ ଜଡିତ ରହିଛି। ସୌର  ବିକିରଣର ଚାପରେ ଏହି ଗ୍ରହ କରିଥିବା ଗତିବିଧିର କୌଣସି ପ୍ରମାଣ ମିଳି ନାହିଁ। ଏହି କ୍ଷୁଦ୍ର ଗ୍ରହ ସହିତ କୌଣସି କୃତ୍ରିମ ଗ୍ରହର କୌଣସି ଲିଙ୍କ୍ ଥିବାର ସୂଚନା ମଧ୍ୟ ମିଳିନାହିଁ।

ପୃଥିବୀର ସ୍ଥାୟୀ ଉପ ଗ୍ରହ ଚନ୍ଦ୍ର ତୂଳନାରେ ଏହି ନୂତନ କ୍ଷୁଦ୍ର ଚନ୍ଦ୍ରର ପ୍ରାରମ୍ଭିକ ଗତିବିଧିରୁ ଏହା ଜଣା ପଡିଛି ଯେ, ଏହା ପୃଥିବୀଠୁ କିଛି ଦୂରତାରେ ନିଜର କକ୍ଷ ପଥରେ ରହିଥିଲା। ଉଲ୍ଲେଖଯୋଗ୍ୟ, ପୃଥିବୀରୁ ଚନ୍ଦ୍ରର ଦୂରତା ୩ ଲକ୍ଷ ୮୪ ହଜାର ୪୦୦ କିଲୋମିଟର ରହିଛି।

ମାତ୍ର ଜ୍ୟୋତିର୍ବିଦଙ୍କ କହିବା କଥା କୌଣସି ବି ସମୟରେ ଅତି କମରେ ଗୋଟିଏ କ୍ଷୁଦ୍ର ଚନ୍ଦ୍ର ପୃଥିବୀର  ପରିକ୍ରମା କରୁଛନ୍ତି। ଏହା ନିଜର  ଛୋଟ ଆକାର କାରଣରୁ ସହଜରେ ଦୃଶ୍ୟମାନ ହୁଅନ୍ତି ନାହିଁ।

   Related Posts