Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ନୂଆ ବର୍ଷରେ ହେବ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ, ଗଡିବ ତିନି ବରିଷ୍ଠ ମନ୍ତ୍ରୀଙ୍କ ମୁଣ୍ଡ !

30/12/2018 at 5:03 PM

ଭୁବନେଶ୍ବର ୩୦|୧୨: ନୂଆ ବର୍ଷରେ ହୋଇପାରେ ନୂଆ ମନ୍ତ୍ରୀମଣ୍ଡଳ। ଏହାକୁ ଜୋର ଧରିଲାଣି ଚର୍ଚ୍ଚା। ମନ୍ତ୍ରୀ ମଣ୍ଡଳରେ ଥିବା ଅନେକ ବରିଷ୍ଠ ନେତାଙ୍କ ପାଇଁ ବଦନାମ ହେଲେଣି ସରାକର । ବରିଷ୍ଠ ମନ୍ତ୍ରୀଙ୍କୁ ନେଇ ବିରୋଧୀ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ସହିତ ସରକାର ବିରୋଧରେ ଜନମତ ତିଆରିକଲେଣି। ତେଣୁ ତିନି ବରିଷ୍ଠ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ  ସ୍ବଚ୍ଛ ଇମେଜ ବାଜାୟ ରଖିବା​‌ ପାଇଁ ଏଭଳି ପରିବର୍ତ୍ତନ କରିପାରନ୍ତି …

ଏନେଇ ରାଜ୍ୟରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ବିଜେଡି ଭିତରେ ଆଲୋଚନା ଜୋର ଧରିଛି। କିଛି ବରିଷ୍ଠ ମନ୍ତ୍ରୀଙ୍କ ଚେହେରା ମଳିନ ପଡିଗଲାଣି। ଯେଉଁ ଥିପାଇଁ କି ମୁଖ୍ୟମନ୍ତ୍ରୀ ବାରମ୍ଭାର ଘେରୁଛନ୍ତି ବିରୋଧୀ। ଏପରିକି କିଛି ବରିଷ୍ଠ ମନ୍ତ୍ରୀଙ୍କ କାର୍ଯ୍ୟକଳାପ, ବୟାନ ବାଜି ଓ ଜିଲ୍ଲାରେ ସୃଷ୍ଟି ହୋଇଥିବା ସମସ୍ୟା ଯୋଗୁଁ ବି​‌ଜେଡି ବଦନାମ ମୁଣ୍ଡାଇଲାଣି। ତେଣୁ ଚର୍ଚ୍ଚା ହେଉଛି ମନ୍ତ୍ରୀ ଗଣ ଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ରାଜସ୍ବ ମନ୍ତ୍ର ମହେଶ୍ବର ମହାନ୍ତିଙ୍କ କାର୍ଯ୍ୟକଳାପ ଏବେ ମଖ୍ୟମନ୍ତ୍ରୀଙ୍କ ଛବିକୁ ମିଳିନ କଲାଣି।

ନିର୍ବାଚନ ପୂର୍ବରୁ  ଏମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର ନବୀନ ନୂଆ ମେସେଜ ଦେବେ ବୋଲି ର୍ଚଚା ହେଉଛି। ଏପଟେ କିନ୍ତୁ ବିଜେଡି ମନ୍ତ୍ରୀମଣ୍ଡଳରେ କାହାକୁ ରଖିବା ଓ ବାହାର   କରିବା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ ।

ନୂଆ ମନ୍ତ୍ରୀମଣ୍ଡଳ ଚର୍ଚ୍ଚାକୁ ଆାହୁରି ଖୋରାକ ଯୋଗାଇଛି ପୁରୀ ଜିଲ୍ଲାର ସବୁ ବିଧାୟକଙ୍କୁ ନବୀନ ନିବାସ ଡାକିବା । କାରଣ ପୁରୀରେ ଦୁଇ ଦୁଇଟି ମାମାଲା ହଟ ସିଟିରେ ରହିଛି। ଯେଉଁଥିପାଇଁ ସରାକରଙ୍କୁ ବିରୋଧୀ ସିଧା  ଟାର୍ଗେଟ କରିଛନ୍ତି।  ପିପିଲା ପୀଡିତା ମାମାଲ ପ୍ରଦୀପ ମହାରଥୀଙ୍କ ବୟାନ ପାଇଁ ସରକାର ଇମେଜ ବଞ୍ଚାଇବାକୁ ନାକେଦମ ହେଲେଣି । ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରହିଛି।  ଏପଟେ ପୁରୀରରେ ସେବାୟତ ପୋଲିସ ପାଟିତୁଣ୍ଡକୁ ନେଇ ଜଗନ୍ନାଥ ଓପାସ ରହିବା ଘଟଣା ଯୋଗୁଁ ସରକାର କାଠଗଡାରେ ଠିଆ ହୋଇଛନ୍ତି। ପୁରୀର ଏହି ଦୁଇଦୁଇଟି ଇସ୍ୟୁ ଏବେ ରାଜ୍ୟରାଜନୀତିକୁ ହଇଚଇ କରିଛି।  ଯେଉଥିପାଇଁ ସବୁ ବିଧାୟକ ଡାକି ଆଲୋଚନା କରିଛନ୍ତି ନବୀନ।

କେନ୍ଦୁଝରରେ ବଦ୍ରୀ ପାତ୍ର, ପୁରୀରେ ମହେଶ୍ବର ମହାନ୍ତି ଏବଂ ପ୍ରଦୀପ ମହାରଥୀଙ୍କୁ ନେଇ ସରକାର ବଦନାମ ମୁଣ୍ଡାଇ​‌ଲେଣି। ମୁଣ୍ଡ ଉପରେ ନିର୍ବାଚନ ଆଉ ମାତ୍ର ତିନି ମାସ। ବିରୋଧୀ  ବି ରାଜ୍ୟ ସାରା ଏହି ତିନିଜଣଙ୍କୁ ସରକାରଙ୍କୁ ଘେରିଛନ୍ତି ।ଜନ ଅସନ୍ତୋଷକୁ ତିଆରିକଲେଣି। ତେଣୁ  ମୁଖ୍ୟମନ୍ତ୍ରୀ ସ୍ବଚ୍ଛ ଚେହେରା ବଜାଇ ରଖିବାକୁ ମନ୍ତ୍ରୀମଣ୍ଡଳରେ ଅଦବଦଳ  କରି ନୂଆା ମେସେଜ ଛାଡିବେ ବୋଲି ଚର୍ଚ୍ଚା ହେଉଛି।

   Related Posts