ବଦ୍ରୀନାଥ ଧାମ ପାଇଁ ୪୨୪ କୋଟି ଟଙ୍କାର ମାଷ୍ଟର ପ୍ଳାନ୍, ଶ୍ରଦ୍ଧାଳୁଙ୍କୁ ମିଳିବ ସୁବିଧା

Published By : Prameya-News7 Bureau | September 05, 2020 IST

ଗୋପେଶ୍ବର ୦୫/୦୯: ବଦଳିବ ବଦ୍ରୀନାଥ ଧାମର ରୂପରେଖ। ଏହାର ସୌନ୍ଦଯ୍ୟର୍ର୍କରଣ ତଥା ସୁବିଧା ଦିଗରେ କାଯ୍ୟଁ ଚାଲିଛି। ମନ୍ଦିର ସୁବିଧାକୁ ଅଧିକ ବଢ଼ାଇବା ପାଇଁ ୪୨୪ କୋଟି ଟଙ୍କାର ମାଷ୍ଯର ପ୍ଳାନ୍ ତିଆରି କରାଯାଇଛି। ଏହି ପ୍ଲାନ୍ ଅନୁଯାୟୀ ବଦ୍ରୀନାଥ ମନ୍ଦିର ଚାରିପାର୍ଶ୍ଵ ତଥା ଶ୍ରଦ୍ଧାଳୁଙ୍କ ଆଗମନ ସୁବିଧାର ସୁବନ୍ଦୋବସ୍ତ କରାଯିବ। ଏହା ସହ ଅନ୍ୟାନ୍ୟ ସୁବିଧା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ।

{"id":325241,"sizeSlug":"large"}

ଚମୋଲି ଜିଲ୍ଳା ଅଧିକାରୀ ସ୍ବାତି ଏସ୍ ଭଦୋରିଆ ମାଷ୍ଯର ପ୍ଳାନାନର ଅନ୍ତିମ ରୂପ ଦେବା ପାଇଁ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ଦିଗ ବାବଦରେ ଆଲୋଚନା କରିବା ସହ ବ୍ରଦୀନାଥ ଧାମରେ ତିନି ପର୍ଯ୍ୟାୟରେ ବିକାଶ କାଯ୍ୟର୍ର୍ କରାଯିବ ପ୍ରସ୍ତାବ ମିଳିଛି।

{"id":325240,"sizeSlug":"large"}

ପ୍ରଥମ ପର୍ଯ୍ୟାୟରେ ନେତ୍ର ହ୍ରଦ ତଥା ବଦ୍ରୀଶ ହ୍ରଦର ସୌନ୍ଦର୍ଯ୍ୟକରଣ, ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟ ମନ୍ଦିର ଓ ତା’ ଆଖପାଖ ଇଲାକାର ସୌନ୍ଦର୍ଯ୍ୟକରଣ ଓ ଶେଷ ପର୍ଯ୍ୟାୟରେ ମନ୍ଦିରରୁ ଶେଷ ନେତ୍ର ହ୍ରଦକୁ ଯୋଡୁଥିବା ବାଟର ନିର୍ମାଣ କାଯ୍ୟର୍ର୍ ପ୍ରସ୍ତାବିତ କରାଯାଇଛି। ମାଷ୍ଟର ପ୍ଲାନ ଜରିଆରେ ପ୍ରସ୍ତାବିତ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବାକୁ ଥିବା ସରକାର ଏବଂ ଘରୋଇ ଭୂମି, ଘର ଓ ମୂଲ୍ୟବାନ ସମ୍ପତିର ଆକଳନ କରାଯିବ ବୋଲି ଜିଲ୍ଳା ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.