ନୂଆ ମାରୁତି ଅଲ୍ଟୋ କାର ମାତ୍ର ୨ଲକ୍ଷ ୩୪ ହଜାର ଟଙ୍କାରେ ମିଳୁଛି -୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି

Published By : Prameya-News7 Bureau | October 19, 2019 IST

ନୂଆଦିଲ୍ଲୀ - ମଧ୍ୟବିତ୍ତ ବା ମିଡିଲ୍‌ କ୍ଲାସ ଫ୍ୟାମିଲିଙ୍କର ବେଶ୍‌ ଲୋକପ୍ରିୟ କାର ମଡେଲ୍‌ ମାରୁତି ସୁଜୁକି ଅଲ୍ଟୋ ମାତ୍ରା ୨.୩୪ ଲକ୍ଷ ଟଙ୍କାରେ ମିଳୁଛି । ଏବେ କମ୍ପାନୀ ପ୍ରାୟ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି(discount) ଦେଉଛି । ଏବେ ଆପଣ ମାତ୍ର ୨.୩୪ ଲକ୍ଷ ଟଙ୍କାରେ ନୂଆ ମାରୁତି ଅଲ୍ଟୋ କାରର ମାଲିକ ହୋଇ ପାରିବେ । 

ଏବେ ଏଥିରେ ଅନେକ ସୁରକ୍ଷା ବ୍ୟବସ୍ଥା ବା ସେଫ୍ଟି ଫିଚରସ୍‌ ଦିଆଯାଇଛି । ଏହାର ଦର ତିନି ଲକ୍ଷ ଟଙ୍କାରୁ କମ୍‌ ଥିଲା । ଏବେ ଏଥିରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହିତି ଦେବା ପାଇଁ କମ୍ପାନୀ ଘୋଷଣା କରିଛି । ଏଥିରେ ଡିସ୍‌କାଉଣ୍ଟ ଠାରୁ ଆରମ୍ଭ କରି ଏକ୍ସଚେଞ୍ଜ ଅଫର ପର୍ଯ୍ୟନ୍ତ ରହିଛି ।

ଏବେ ଏଥିରେ ମୋଟ୍‌ ୬୦ ହଜାର ଟଙ୍କାର ରିହାତି ପାଇଁ ଘୋଷଣା କରାଯାଇଛି । ଏଥିରେ ୪୦ ହଜାର ଟଙ୍କାର ନଗଦ ବା କ୍ୟାଶ ଡିସ୍‌କାଉଣ୍ଟ ୫ ହଜାର ଟଙ୍କାର କର୍ପୋରେଟ୍‌ ଡିସ୍‌କାଉଣ୍ଟ , ଯଦି ପୁରୁଣା କାର୍‌ ବଦଳାନ୍ତି ତେବେ ଏକ୍ସେଚେଞ୍ଜ ଅଫରରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ  ବୋନସ୍‌ ରିହାତି ବା ଅଧିକ ଡିସ୍‌କାଉଣ୍ଟ ମିଳିବ ।

ମାରୁତି ସୁଜୁକି  ଅଲ୍ଟୋରେ  ୩ ସିଲିଣ୍ଡର ପାଓ୍ୱାର, ୧୨ ଭାଲ୍‌ଭ, ୭୯୬ ସିସି , ବିଏସ୍‌-୬ ଇଞ୍ଜିନ ଅଛି । ଏଥିରେ ୫ ସ୍ପିଡ୍‌ ମାନୁଆଲ୍‌ ଟ୍ରାନସ୍‌ମିସନ୍‌ ରହିଛି ।

ମାରୁତି ସୁଜିକିର ଅଲ୍ଟୋର ଦିଲ୍ଲୀ ଶୋ ରୁମ୍‌ରେ ଦର ୨.୯୩ ଓ ଟପ୍‌ ଭାରିଏଣ୍ଟର ମୂଲ୍ୟ ୪.୧୪ ଲକ୍ଷ ଟଙ୍କା ରହିଛି  ମାତ୍ର ଏଥିରେ ଡିସ୍‌କାଉଣ୍ଟ ପରେ ଦର ହ୍ରାସ ପାଇଛି ।

ଏହି କାର୍‌ ପ୍ରତି ଲିଟରରେ ୨୨.୦୫ କିଲୋମିଟର ମାଇଲେଜ୍‌ ଦେଉଛି । ସୀମିତ ସମୟ ପାଇଁ କମ୍ପାନୀ ପକ୍ଷରୁ ଏହି ଅଫର୍‌ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.