ବିବାହର ୨୦ଦିନ ପରେ ପ୍ରେମିକ ସହ ଫେରାର ହେଲେ ନବବଧୂ, ଶାଶୁଘର ଲୋକେ ଥାନାରେ ହେଲେ ଫେରାଦ

Published By : Prameya-News7 Bureau | February 03, 2019 IST

ହରିଦ୍ଵାର ୩/୨- ବିବାହର ୨୦ଦିନ ପରେ ପ୍ରେମିକ ସହ ହେଲେ ଫେରାର । ସେହି  ଗାଁର ଜଣେ ଯୁବକ ସହ ବିବାହ କରିଥିଲେ ପରିବାର ଲୋକ ।

ଏହିଭଳି ଘଟଣା ଘଟିଛି ହରିଦ୍ଵାରର  ଏକ ଅଂଚଳରେ ।  ଆୟେଶା ନାମକ ଜଣେ ଯୁବତୀ ସେହି ଗାଁର ଜଣେ ଯୁବକକୁ ପରିବାର ଲୋକଙ୍କ ନିଷ୍ପତ୍ତି ଅନୁସାରେ ବିବାହ କରିଥିଲେ । କିନ୍ତୁ ଆୟେଶା ନିଜ ପ୍ରେମିକ ନୀତିଶକୁ ବିବାହ କରିବାକୁ ଚାହୁଁଥିଲେ । ଏହି ବିବାହ କେବଳଘର ଲୋକଙ୍କ କଥା ଅନୁସାରେ ହୋଇଥିଲେ ।

ଆୟେଶା ବିବାହର ୨୦ଦିନ ପରେ ଶାଶୁଘରୁ ଲୁଚି ପଳାଇଯାଇଥିଲେ । ସେ ନୀତିଶଙ୍କ ସହ ଗାଁ ଛାଡ଼ି ଚାଲିଯାଇଥିଲେ । ଏହି ବାବଦରେ ଶାଶୁଘର ଲୋକ ଥାନାରେ ଏତାଲା ଦେଇଥିଲେ । ସେମାନଙ୍କ ବୋହୂକୁ ଫେରଇଆଣିବାକୁ ପୋଲିସ ପାଖରେ କରିଥିଲେ ନିବେଦନ । ପୋଲିସ ଏହି ଘଟଣାରେ ନୀତିଶ ଓ ଆୟେଶାକୁ ଥାନାକୁ ଡ଼ାକି ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା ।

ଆୟେଶା ଶାଶୁଘରକୁ ଫେରିବାକୁ ମନା କରିଦେଲା ପରେ ନିତିଶ ସହ ଛାଡ଼ିଦେଇଥିଲା । ଶାଶୁଘର ଲୋକ ଏହି ଘଟଣାରେ ଜିଦ୍ ଧରିବା ପରେ ପୋଲିସ ଉଭୟ ଝିଅ ଓ ପୁଅ ପକ୍ଷଙ୍କୁ ଡ଼ାକି ଆପୋଷ ବୁଝାବଣା କରିଛି ।

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.