ବିବାହ କରି ଘରେ ପହଂଚୁ ପହଂଚୁ ନବବଧୂ ସ୍ଵାମୀଙ୍କ ଠାରୁ ଚାହିଁଲା ଛାଡ଼ପତ୍ର
29/03/2019 at 8:05 PM

ଶାହଗଂଜ-ବିବାହ କରି ଶାଶୁଘରେ ପହଂଚୁ ପହଂଚୁ ନବବଧୂ ଚାହିଁଲା ଛାଡ଼ପତ୍ର । ଶାଶୁଘରେ ମାତ୍ର ଗୋଟିଏ ଦିନ ବି ଯାଇନି ହେଲେ ଯୁବତୀ ଏଭଳି ଛାଡ଼ପତ୍ର ପାଇଁ ଅଡ଼ି ବସିବା ଘଟଣା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି ।
ଏଭଳି ଅଭାବନୀୟ ଘଟଣା ଶାହଗଂଜ ନଗରରେ ଘଟିଥିବା ଜଣାଯାଇଛି । ଶୋଭାଯାତ୍ରାରେ ବାଜା-ବାଣ ନେଇ ବିବାହ କରିବାକୁ ଯାଇଥିଲେ ଯୁବକ । ସାଙ୍ଗରେ ବି ଯାଇଥିଲେ ବରଯାତ୍ରୀ ଦଳ । ବିବାହ ବି ଧୁମଧାମରେ ସରିଲା । କନ୍ୟାକୁ ନେଇ ଘରକୁ ଫେରିଲା ବର । ସ୍ବପ୍ନର ଚଉଠି ରାତିକୁ ଯୁବକ ସିନା ଅପେକ୍ଷା କରିଥିଲା । କିନ୍ତୁ ଯୁବତୀ ଦେଲା ଧୋକା ।
ଘରେ ପହଂଚି ନବବଧୂ କରିଲା ହଙ୍ଗାମା । ବିବାହକୁ ସ୍ଵୀକାର ନ କରି ଛାଡ଼ପତ୍ର ନେବାକୁ ଚାହୁଁଛି ବୋଲି କହିଥିଲା । ଶଶ୍ଵର ଘର ପକ୍ଷରୁ ଅନେକ ବୁଝାସୁଝା ବି କରାଯାଇଥିଲା । କିନ୍ତୁ କିଛି ଫଳ ହେଲାନି, ଫେରିଗଲା ନବବଧୂ ।
ଏହି ଘଟଣାକୁ ନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଆପୋଷ ମିଳାମିଶା ପାଇଁ ଚେଷ୍ଟା ଚାଲିଥିଲେ ବି କିଛି ଫଳ ମିଳିନି । ପୂର୍ବରୁ କାହାର ପ୍ରେମ ସଂପର୍କ ଥିଲା ବୋଲି ଚର୍ଚ୍ଚା ଧରିଥିବା କଥାକୁ ଖଣ୍ଡନ କରିଛି ନବବଧୂ ।