ଲଞ୍ଚ୍ ହେଲା ନୂଆ ମହିନ୍ଦ୍ରା ଥର୍ : ରହିଛି ଆକର୍ଷଣୀୟ ଫିଚର୍, ଡିଜାଇନ୍ ମଧ୍ୟ ମଡର୍ଣ୍ଣ

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ, ୧୬|୦୮: ମହିନ୍ଦ୍ରାର ନୂଆ କାର୍ ମହିନ୍ଦ୍ରା ଥର୍ ଉପରୁ ପରଦା ହଟିଛି । ଏହି ପପୁଲାର୍ ଅଫରୋଡରକୁ ନୂଆ ଡିଜାଇନ୍, ମଡର୍ଣ୍ଣ ଇଣ୍ଟେରିଅର ଓ ବିଏସ-୬ ଇଞ୍ଜିନ ସହ ଲଞ୍ଚ୍ କରାଯାଇଛି ।

ନୂଆ ମହିନ୍ଦ୍ରା ଥର୍‌ରେ ବିଏସ୬ କମ୍ପ୍ଲାଏଣ୍ଟ୍ ୨.୨ ଲିଟର ଏମଏଚଏକେ ଡିଜେଲ୍ ଇଞ୍ଜିନ୍ ରହିଛି । ସେହିପରି ୨.୦ ଲିଟରର ଟିଜିଡିଆଇ ପେଟ୍ରୋଲ ଇଞ୍ଜିନ୍ ମଧ୍ୟ ଦିଆଯାଇଛି । ଏଥିରେ ୬ ସ୍ପୀଡ୍ ଗିଅର ବକ୍ସ ରହିଛି ।

{"id":315559,"width":646,"height":398,"sizeSlug":"large"}

ନୂଆ ଥର୍‌କୁ ଭାରତରେ ହିଁ ଡିଜାଇନ୍ କରାଯାଇଛି । ଏହାକୁ ମହିନ୍ଦ୍ରାର ନାସିକ୍ ପ୍ଲାଣ୍ଟରେ ତିଆରି କରାଯାଇଛି । ଏହା ୬ଟି ରଙ୍ଗରେ ଉପଲବ୍ଧ ହେବ । ରେଡ୍ ରେଜ୍, ମିଷ୍ଟିକ୍ କପର୍, ନାପୋଲୀ ବ୍ଲାକ, ଆକ୍ୱାମେରାଇନ୍, ଗାଲାକ୍ସୀ ଗ୍ରେ ଓ ରକି ବେଜ୍ କଲରରେ ଏହା ଉପଲବ୍ଧ ।

ଏହି କାରରେ ଅତ୍ୟାଧୂନିକ ଫିଚର୍ ରହିଛି । ଏଥିରେ ଟଚ୍ ସ୍କ୍ରିନ୍ ସିଷ୍ଟମ୍, ଆଣ୍ଡ୍ରୋଏଡ୍ ଅଟୋ ଓ ଆପଲ୍ କାର ପ୍ଲେ ସପୋର୍ଟ ରହିଛି । ଏହା ବ୍ୟତୀତ ରଫ୍ ମାଉଣ୍ଟେଡ୍ ସ୍ପିକର, ଏମଆଇଡି ୟୁନିଟ୍, ଷ୍ଟିୟରିଂ ମାଉଣ୍ଟେଡ୍ କଣ୍ଟ୍ରୋଲ, ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ, ଟ୍ରାକ୍ସନ କଣ୍ଟ୍ରୋଲ, ଡୁଆଲ୍ ଏୟାରବ୍ୟାଗ୍ ଆଦି ରହିଛି ।ଏହା ଅକ୍ଟୋବର ୨ରୁ ବଜାରରେ ଉପଲବ୍ଧ ହେବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.