ଚଳିତ ମାସ ଶେଷ ବେଳକୁ ରାଜ୍ୟରେ ମହିଳା କଂଗ୍ରେସର ଆକ୍ରୋଶ ଯାତ୍ରା

Published By : Prameya-News7 Bureau | September 15, 2018 IST

ଭୁବନେଶ୍ବର୧୫|୯: ବିଜେଡି ଓ ବିଜେପି ପରେ ଏବେ ମହିଳା ଭୋଟରଙ୍କୁ ଏକାଠି କରିବାକୁ ସକ୍ରିୟ ହୋଇଛି କଂଗ୍ରେସ । ମହିଳା କଂଗ୍ରେସର ପ୍ରତିଷ୍ଠା ଦିବସରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ । ଚଳିତ ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ମହିଳା କଂଗ୍ରେସ କରିବ ଆକ୍ରୋଶ ଯାତ୍ରା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୋଧରେ ପ୍ରଚାର କରିବ କଂଗ୍ରେସ । ଏହା ସହ ଆଗାମୀ ସାଧାରଣ ନିର୍ବାଚନରେ ଟିକଟ ବଣ୍ଟନରେ ମହିଳାଙ୍କୁ ପ୍ରାଧାନ୍ୟ ଦେବାକୁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ଏହି ଅବସରରେ ମହିଳା କଂଗ୍ରେସର ନୂଆ ପତାକାର ଉନ୍ମୋଚନ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ସସ୍ମିତା ବେହେରା ସହ ପିସିସ ସଭାପତି ନିରଂଜନ ପଟ୍ଟନାୟକ ଓ ଏଆଇସିସି ସଂପାଦକ ରୁଦ୍ର ରାଜୁ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.