ଧୋନୀଙ୍କ ଲୁକ୍ ଦେଖି ଚକିତ ହୋଇଗଲେ ଫ୍ୟାନ୍, କହିଲେ ‘ବାଘ ବୁଢା ହେଲେ ବି ଶିକାର କରିପାରେ’

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ, ୧୦|୦୫:  ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓ୍ୱିକେଟ୍ କିପର୍ ମହେନ୍ଦ୍ର ସିଂ ଧୋନୀ ଅନେକ ଦିନ ଧରି କ୍ରିକେଟରୁ ଦୂରରେ ରହିଛନ୍ତି । ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏବେ ଧୋନୀଙ୍କ ଏକ ଫଟୋ ଭାଇରାଲ ହୋଇଛି । ଯାହାକୁ ନେଇ ଧୋନୀଙ୍କ ପ୍ରଶଂସକମାନେ ଚକିତ ହୋଇପଡିଛନ୍ତି ।

ମାହିଙ୍କ ନୂଆ ଲୁକ୍ ଦେଖି ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଧୋନୀ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାପରେ ଯୁଜରମାନେ ଏଥିରେ ରିଆକ୍ଟ କରିଛନ୍ତି । ଧୋନୀଙ୍କ ଝିଅଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ଓ ଭିଡିଓ ପୋଷ୍ଟ ହୋଇଛି । ଏଥିରେ ମାହିଙ୍କ ଲୁକ୍ ଭିନ୍ନ ରହିଛି ।

wp:core-embed/instagram {"url":"https://www.instagram.com/tv/B_7eILdnn1v/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/tv/B_7eILdnn1v/?utm_source=ig_embed
/wp:core-embed/instagram

ଭିଡିଓରେ ଧୋନୀ ନିଜ ଫାର୍ମ ହାଉସରେ ଜୀଭାଙ୍କ ସହ ଖେଳୁଛନ୍ତି । ଧୋନୀଙ୍କ ଦାଢି ପାଚିଯାଇଛି । ସେ ବୁଢା ଭଲି ଦେଖାଯାଉଛନ୍ତି  । ଏହି ଫଟୋ ଲକ୍ଷ ଲକ୍ଷ ସଂଖ୍ୟାରେ ଭାଇରାଲ ହୋଇଛି । ୟୁଜରମାନେ ଏଥିରେ ରିଆକ୍ସନ ମଧ୍ୟ ଦେଇଛନ୍ତି ।

{"id":267817,"width":830,"height":617,"sizeSlug":"large"}

ଜଣେ ୟୁଜର ଲେଖିଛନ୍ତି ଯେ, ବୁଢା ବାଘ ଅଧିକ ବିପଦଜ୍ଜନକ ଅଟେ । ଆଉ ଜଣେ ଲେଖିଛନ୍ତି ଯେ, ବାଘ କେତେ ବୁଢା ତାହା ଫରକ ପଜେନି , କାରଣ ସେ ଶିକାର କରିବା ଭୁଲି ନଥାଏ । ଧୋନୀ ମଧ୍ୟ ବାଘ ଭଳି ଅଟନ୍ତି । ଆଉ କିଛି ଯୁଜର ମଧ୍ୟ ଲୁକକୁ ନେଇ ଧୋନୀଙ୍କ ତୁଳନା ୪୦ ବର୍ଷୀୟ ସାହିଦ ଆଫ୍ରିଦୀଙ୍କ ସହ କରିଛନ୍ତି ।

ସୂଚନାଯୋଗ୍ୟ, ଧୋନୀ ଶେଷଥର ପାଇଁ ୨୦୧୯ ସେମିଫାଇନାଲ ପରଠୁ ଆଉ କୌଣସି ମ୍ୟାଚ ଖେଳି ନାହାଁନ୍ତି । ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.