ବିଏମଡବ୍ଲ୍ୟୁର ନୂଆ ଲୋଗୋ, ସମୟ ସହ ତାଳ ଦେଇ ଅଧିକ ସ୍ୱଚ୍ଛତା ଓ ଗ୍ରହଣୀୟତାକୁ ସିମ୍ବଲିକ୍ କରିଛନ୍ତି ପ୍ରସିଦ୍ଧ ଅଟୋ ନିର୍ମାତା

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ, ୨୩|୦୬:   ବିଶ୍ୱର ଅଗ୍ରଣୀ କାର ନିର୍ମାତା ବିଏମଡବ୍ଲ୍ୟୁ ନିଜର ନୂଆ ଲୋଗୋ ଉନ୍ମୋଚନ କରିଛି । ଏବେ ଏହି ଲୋଗୋକୁ ଉଭୟ ଅଫଲାଇନ୍ ଓ ଅନଲାଇନରେ ମିଳୁଥିବା ସାମଗ୍ରୀରେ ବ୍ୟବହାର କରାଯିବ । ଏପରିକି ନୂଆ କାର୍, ବାଇକରେ ମଧ୍ୟ ନୂଆ ଲୋଗୋ ରହିବ ।

ଏହି ନୂଆ ଲୋଗୋ ପୂର୍ବ ଲୋଗୋ ଅପେକ୍ଷା ଅଧିକ ସ୍ୱଚ୍ଛ । ଲୋଗୋ ମଝିରେ ଥିବା କଳାରଙ୍ଗର ରିଙ୍ଗ୍‌କୁ ରିପ୍ଲେସ୍ କରିଦିଆଯାଇଛି । ଏବେ ଏହି ରିଙ୍ଗ୍‌କୁ ଏକ ସ୍ୱଚ୍ଛ ରିଙ୍ଗ୍‌ରେ ପରିବର୍ତ୍ତନ କରାଯାଇଛି । ଏହାକୁ କାର୍‌ରେ ବ୍ୟବହାର କରାଯିବ । ଏପରିକି କାର୍‌ର ରଙ୍ଗ ଅନୁସାରେ ଏହି ସ୍ୱଚ୍ଛ ରିଙ୍ଗ୍‌ର ରଙ୍ଗ ରହିବ ।

{"id":290461,"width":684,"height":513,"sizeSlug":"large"}

କମ୍ପାନୀ କହିଛି ଯେ, ଗ୍ରାହକଙ୍କ ଚାହିଦାକୁ ଦେଖି ଲୋଗୋରେ ପରିବର୍ତ୍ତନ କରାଯାଇଛି । ଏବେ ବିଶ୍ୱସ୍ତରୀୟ ଲୋଗୋ ଡିଜାଇନ୍ ହୋଇଛି । ଏହା ଗ୍ରାହକଙ୍କୁ ପସନ୍ଦ ଆସିବ । ଏହାକୁ ଡିଜିଟାଲ୍ ଯୁଗକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ୧୯୧୭ରେ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ଏବେସୁଦ୍ଧା ୫ଥର ନିଜ ଲୋଗୋରେ ପରିବର୍ତ୍ତନ କରିସାରିଛି ।

ଭାରତରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଆରିଲିଣ୍ଡୋ ଟେଇକ୍ସେରିଆ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି ଯେ, ଏହି ଲୋଗୋ ଗ୍ରାହକଙ୍କୁ ଆକୃଷ୍ଟ କରିବ । ଏପରିକି ଡ୍ରାଇଭିଂ ସମୟରେ ମଧ୍ୟ ଏହି ଲୋଗୋ ଆନନ୍ଦ ଦେବ । କମ୍ପାନୀ ସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ଗୁରୁଚ୍ୱ ଦେଇଥାଏ । କାର୍‌ରେ ମଧ୍ୟ ଉନ୍ନତ ମାନର ଫିଚର୍ ପ୍ରଦାନ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.