Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||

ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢିବା ସହ ନୂଆ ନିର୍ଦ୍ଦେଶନାମା : ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ କଟକଣାକୁ ବେଶୀ କୋହଳ

19/04/2020 at 11:18 AM

ଭୁବନେଶ୍ୱର ୧୯।୦୪: ଲକ୍‌ଡାଉନ୍‌ ଅବଧି ବଢ଼ିବା ସହ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ନିର୍ଦ୍ଦେଶନାମା । ଏଥର କଟକଣାରେ କିଛି କୋହଳ କରାଯାଇଛି । କୃଷି ଭଳି ଅନେକ କ୍ଷେତ୍ର ଉପରୁ କଟକଣା ଉଠିଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଲକ୍‌ଡାଉନ୍‌ କଟକଣାକୁ ବେଶି କୋହଳ କରାଯାଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜାରି କରିଥିବା ଏହି ନୂତନ ନିର୍ଦ୍ଦେଶନାମା ୨୦ ତାରିଖରୁ କାର୍ଯ୍ୟକାରୀ ହେବ । ଏଥିରେ କୁହାଯାଇଛି, ପୌରାଞ୍ଚଳ ବାହାରେ ଥିବା ଗାଁଗୁଡ଼ିକରେ ଶିଳ୍ପ ସଂସ୍ଥାଗୁଡ଼ିକ ଉତ୍ପାଦନ କାର୍ଯ୍ୟ କରିପାରିବେ । ଏମ୍‌ଏସ୍‌ଏମଇ ଶିଳ୍ପ ସଂସ୍ଥାଗୁଡ଼ିକ ନିଜ କ୍ୟାମ୍ପସରେ କର୍ମଚାରୀଙ୍କୁ ରଖି କାମ ଆରମ୍ଭ କରିପାରିବେ । ଔଷଧ, ମେଡିକାଲ ଉପକରଣ ପ୍ରସ୍ତୁତି କାମ ହୋଇପାରିବ । ଗ୍ରାମାଞ୍ଚଳରେ ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ କାର୍ଯ୍ୟ କରିବ । କୋଇଲା ଓ ଖଣି ଉତ୍ତୋଳନ ଓ ପରିବହନ ଜାରି ରହିବ । ଝୋଟ ଶିଳ୍ପ ଚାଲିବ । ଇଟା ତିଆରି ଚିମିନି ଗାଁରେ ଚାଲିପାରିବ ।
ଗାଁରେ ସବୁ ନିର୍ମାଣ କାର୍ଯ୍ୟ ଉପରେ କଟକଣା କୋହଳ ହୋଇଛି । ରାସ୍ତା ନିର୍ମାଣ, ଜଳସେଚନ ପ୍ରକଳ୍ପ, ସମସ୍ତ ଶିଳ୍ପ ପ୍ରକଳ୍ପର (ଏମ୍‌ଏସ୍‌ଏମ୍‌ଇ ସମେତ) ନିର୍ମାଣ କାର୍ଯ୍ୟ ଗ୍ରାମାଞ୍ଚଳରେ ହୋଇପାରିବ । ଗାଁରେ ଜଳ ଯୋଗାଣ, ପରିମଳ, ବିଜୁଳି ଓ ଟେଲିକମ୍‌ର କେବୁଲ ବିଛା କାମ ଜାରି ରହିବ । ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜ ଅସମ୍ପୂର୍ଣ୍ଣ ପ୍ରକଳ୍ପ କାମ କରିପାରିବ। ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ କାମ ସହ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କାମ ହୋଇପାରିବ । ଜଳ ସମ୍ପଦ ବିଭାଗ ନିର୍ମାଣାଧୀନ ଓ ନୂଆ ପ୍ରକଳ୍ପରେ ଡ୍ୟାମ, ବ୍ୟାରେଜ, ଚେକ୍‌ ଡ୍ୟାମ, ମେନ୍‌ କେନାଲ ଓ ଭୂତଳ ପାଇପ ଲାଇନ କାମ କରିପାରିବ । ନିର୍ମାଣାଧୀନ ଓ ନୂଆ ମେଗା ଜଳସେଚନ ପ୍ରକଳ୍ପ କାମ ହୋଇପାରିବ ।

ସେହିପରି ସହରାଞ୍ଚଳରେ ଜଳ ଯୋଗାଣ ପ୍ରକଳ୍ପ, ସ୍ୱେରେଜ ଓ ଡ୍ରେନେଜ୍‌ କାମ ହୋଇପାରିବ । ବର୍ଷା ଜଳ ଅମଳ ପ୍ରକଳ୍ପ ସହ ଖେଳପଡ଼ିଆ, ପାର୍କ, ଷ୍ଟ୍ରିଟଲାଇଟ କାମ ହେବ । ଟଏଲେଟ, କମ୍ୟୁନିଟି ସେଣ୍ଟର, ଶ୍ମଶାନ ନିର୍ମାଣକୁ ଅନୁମତି ମିଳିଛି ।
ଇଲେକ୍ଟ୍ରିସିଆନ, ଆଇଟି ମରାମତି, ପାଣି ପାଇପ୍‌ ମିସ୍ତ୍ରୀ, ମୋଟର ମେକାନିକ୍‌ ଓ କାଠ କାରିଗରଙ୍କ ପାଇଁ କଟକଣା କୋହଳ ହୋଇଛି । ମୋବାଇଲ୍‌ ମରାମତି, ଇଲେକ୍ଟ୍ରାନିକ୍ସ ମରାମତି (ପଙ୍ଖା, ଏୟାର କୁଲର, ଏସି, ୱାଟର ପ୍ୟୁରିଫାୟର, କମ୍ପ୍ୟୁଟର ମରାମତି) ଦୋକାନ ଖୋଲା ରହିବ । ନିର୍ମାଣ କାମରେ ବ୍ୟବହୃତ ସିିମେଣ୍ଟ, ରଡ୍‌, ଚିପ୍ସ ଆଦି ଦୋକାନ ଖୋଲା ରହିବ ।

ସମସ୍ତ କୃଷି କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବ । ଚାଷ ପାଇଁ ବ୍ୟବହୃତ ଗାଡ଼ିମୋଟର ମଧ୍ୟ ଚଳାଚଳ କରିପାରିବ । ଫଳ ଓ ପନିପରିବା ଯୋଗାଣ ପାଇଁ ଗାଡ଼ି ଚାଲିପାରିବ । ଶୀତଳଭଣ୍ଡାର, ମଣ୍ଡି ଖୋଲା ରହିବ । କୃଷି ଯନ୍ତ୍ରପାତି ଦୋକାନ, ପ୍ୟାକେଜିଂ ୟୁନିଟ୍‌ ଖୋଲା ରହିବ । ମାଛ ଚାଷ ଓ ବ୍ୟବସାୟକୁ କଟକଣା ମୁକ୍ତ ରଖାଯାଇଛି । ୫୦% ଲୋକଙ୍କୁ ନେଇ ଚା’, କଫି ଓ ରବର ଚାଷ କରାଯିବ । ବାଉଁଶ, ନଡ଼ିଆ ଆଦିର ଚାରା ରୋପଣ ଓ ଫଳ ବିକ୍ରି ଏବଂ ମାର୍କେଟିଂ ଉପରେ କଟକଣା ନାହିଁ । କ୍ଷୀର ସଂଗ୍ରହ ଓ ପରିବହନ ନେଇ କଟକଣା ନାହିଁ । କୁକୁଡ଼ା ଫାର୍ମ ଚାଲିପାରିବ । ପଶୁ ଖାଦ୍ୟ ଉତ୍ପାଦନ, ପରିବହନ ଓ ବଣ୍ଟନ ଉପରେ କିଛି ରୋକ୍‌ ନାହିଁ । ସାମାଜିକ ଦୂରତା ପାଳନ କରି ମନରେଗା କାର୍ଯ୍ୟକୁ ଅନୁମତି ଦିଆଯାଇଛି । ଶ୍ରମିକମାନେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି । କେବଳ ଜରୁରୀ ସେବା ପାଇଁ ଘରୋଇ ଗାଡ଼ି ବ୍ୟବହାରକୁ ଅନୁମତି ମିଳିପାରିବ । ଏ କ୍ଷେତ୍ରରେ ୪ ଚକିଆ ଗାଡ଼ିରେ ଜଣେ ଡ୍ରାଇଭର ସହ ପଛ ସିଟରେ ଜଣେ ଯାଇପାରିବେ । ଦୁଇ ଚକିଆରେ କେବଳ ଜଣେ ଯିବେ । କରୋନା ଚିହ୍ନଟ ହୋଇଥିବା ୯ ଜିଲ୍ଲାର ସହରାଞ୍ଚଳରେ ଘରୋଇ ଗାଡ଼ିକୁ ଜରୁରୀ ସେବା ପାଇଁ ବ୍ୟବହାର କରାଯିବନି ।

ସମସ୍ତ ମାଲବାହୀ ଗାଡ଼ି ଯାତାୟତ କରିପାରିବ । ଦମକଳ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ଗାଡ଼ି ଚଳାଚଳରେ କୌଣସି ପ୍ରତିବନ୍ଧକ ନାହିଁ । ମାଲବାହୀ ଟ୍ରେନ୍‌ ଚଳାଚଳ ଜାରି ରହିବ । କାର୍ଗୋ ବିମାନ ଚଳାଚଳ କରିପାରିବ । ଟ୍ରକ୍‌ ଚଳାଚଳ ଯୋଗୁ ହାଇୱେରେ ଏକ ନିର୍ଦ୍ଧାରିତ ବ୍ୟବଧାନରେ ଢାବା ଓ ଟ୍ରକ୍‌ ମରାମତି ଦୋକାନ ଖୋଲା ରହିବ ।
ଆସନ୍ତା ୨୦ ତାରିଖରୁ ସମସ୍ତ ହସ୍ପିଟାଲ, ନର୍ସିଂହୋମ, କ୍ଲିନିକ୍‌, ଟେଲିମେଡିସିନ୍‌ ସୁବିଧା ଉପଲବ୍ଧ ହେବ । ପ୍ରାଣୀ ଚିକିତ୍ସା କେନ୍ଦ୍ର, ଡିସପେନସାରୀ, ପାଥୋଲାବ୍‌, ଭାକସିନ ଓ ମେଡିକାଲ ଯୋଗାଣ ଓ ବିକ୍ରୟ ଜାରି ରହିବ । ମେଡିକାଲର ନିର୍ମାଣ କାର୍ଯ୍ୟ ଓ ଆମ୍ବୁଲାନ୍ସ ତିଆରି କାମ କରିହେବ । ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀ, ଲାବ୍‌ ଟେକ୍ନିସିଆନ, ପଶୁ ଚିକିତ୍ସକ ଓ ବୈଜ୍ଞାନିକଙ୍କ ଏବଂ ଆମ୍ବୁଲାନ୍ସ ଯାତାୟତ ଉପରେ କୌଣସି ରୋକ୍‌ ନାହିଁ ।

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ), ଏନପିସିଆଇ, ସିସିଆଇଏଲ୍‌, ସମସ୍ତ ବ୍ୟାଙ୍କ ଶାଖା, ଏଟିଏମ୍‌ କେନ୍ଦ୍ର, ବୀମା କମ୍ପାନି କାର୍ଯ୍ୟାଳୟ ଖୋଲା ରହିବ । ଡାକ ସେବା ସହ ପୋଷ୍ଟ ଅଫିସ ମଧ୍ୟ ଖୋଲା ରହିବ । ପୌର କାର୍ଯ୍ୟାଳୟରେ ଜଳ ଯୋଗାଣ, ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା କାମ ଚାଲିବ । ପିଡିଏସ୍‌ ସାମଗ୍ରୀ ଯୋଗାଣ କେନ୍ଦ୍ର ସହ ଗ୍ରୋସରୀ, ଫଳ, ପନିପରିବା, କ୍ଷୀର, ମାଛ, ମାଂସ, ପଶୁ ଖାଦ୍ୟ, ବିହନ, ସାର, କୀଟନାଶକ ଦୋକାନ ଖୋଲା ରହିବ । ଏସବୁ ସାମଗ୍ରୀର ପରିବହନ ମଧ୍ୟ ହେବ । ଜିଲ୍ଲା ପ୍ରଶାସନ ଏସବୁର ହୋମ୍‌ ଡେଲିଭେରିକୁ ଉତ୍ସାହିତ କରିବାକୁ କୁହାଯାଇଛି । ଏହାବାଦ୍‌ ହ୍ୟାଣ୍ଡ୍‌ ୱାସ୍‌, ସାବୁନ, ବିଶୋଧକ, ବଡି ୱାସ୍‌, ସାମ୍ପୁ, ଟଟାଣ ସଫା, ଟିସୁ ପେପର, ଟୁଥ୍‌ପେଷ୍ଟ, ଓରାଲ୍‌ କେୟାର, ସାନିଟାରୀ ପ୍ୟାଡ୍‌ସ, ଡାଇପର, ବ୍ୟାଟେରୀ ସେଲ୍‌ ଆଦି ସାମଗ୍ରୀ ଆଦି ଉପଲବ୍ଧ ହେବ ।

ରେଷ୍ଟୁରାଣ୍ଟ ଓ ଢାବାଗୁଡ଼ିକ ହୋମ୍‌ ଡେଲିଭରି କରିପାରିବେ । ଅନଲାଇନ୍‌ ଡେଲିଭରି ସର୍ଭିସ୍‌, କୋରିୟର ସର୍ଭିସ୍‌ ଓ ହୋମ ଡେଲିଭରି କାର୍ଯ୍ୟ ଚାଲିବ । ଖାଦ୍ୟ ଓ ଗ୍ରୋସରୀ ସାମଗ୍ରୀ ବିକୁଥିବା ବିଗ୍‌ବଜାର, ରିଲାଏନ୍ସ ଫ୍ରେସ୍‌, ଓମଫେଡ୍‌, ଓପୋଲ୍‌ଫେଡ୍‌, ଚିଲିକା ଫ୍ରେସ୍‌ ଆଦି ଖୋଲା ରହିବ । ଶୀତଳଭଣ୍ଡାର, ୱେୟାର ହାଉସିଂ ସେବା ଆଦି ଖୋଲା ରହିବ ।
କରୋନା ହଟ୍‌ସ୍ପଟ୍‌ ଖୋର୍ଦ୍ଧା ଜିଲ୍ଲାର ନିଷିଦ୍ଧାଞ୍ଚଳରେ ଉପରୋକ୍ତ କୋହଳ ନୀତି କାର୍ଯ୍ୟକାରୀ ହେବନି । ହୋମ୍‌ କ୍ୱାରେଣ୍ଟାଇନ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଲକ୍‌ଡାଉନ୍‌ ନିୟମ ଭଙ୍ଗ ନେଇ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ, ପୁଲିସ କମିଶନର, ଅତିରିକ୍ତ କମିଶନର, ଉପଜିଲ୍ଲାପାଳ, ତହସିଲଦାର, ବିଡିଓ, ମ୍ୟୁନିସିପାଲ କମିଶନରଙ୍କ ପଦକ୍ଷେପ ନେବାକୁ କୁହାଯାଇଛି ।

   Related Posts