ଲକ୍ଡାଉନ୍ର ନୂଆ ନିର୍ଦ୍ଦେଶାବଳୀ ଜାରି, ୧୩ ତାରିଖରୁ ୧୯ ଯାଏ ଏହି ଜିଲ୍ଲାରେ ଲକ୍ଡାଉନ୍ ଘୋଷଣା
12/07/2020 at 10:45 PM

ମାଲକାନଗିରି ୧୨।୦୭: ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚି ଯାଇଛି। ବିଶେଷ କରି ଗତ କିଛି ଦିନରେ ଲଗାତାର ଭାବେ ସହରାଞ୍ଚଳରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ମାଲକାନଗିରି ପୌରାଞ୍ଚଳ ସହ ବାଲିମେଳା ଏନଏସି ଅଞ୍ଚଳକୁ ସଟ୍ଡାଉନ୍ ଲଗାଯାଇଛି। ଏନଏସି ଅଞ୍ଚଳକୁ ୧୩ ତାରିଖ ମଧ୍ୟରାତ୍ର ଠାରୁ ୧୯ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଡାଉନ୍ ଘୋଷଣା କରାଯାଇଛି।
ଏହି ଲକ୍ଡାଉନ୍ ବେଳେ ମେଡିକାଲ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, କ୍ଷୀର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କେବଳ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ହାଟ ବଜାର ଅନ୍ୟାନ୍ୟ ଦୋକାନ, ଯାନବାହାନ ଚଳାଚଳ ବନ୍ଦ ରହିବ। ସହରାଞ୍ଚଳରେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଓ ଗ୍ରାମାଞ୍ଚଳ ଗୁଡିକରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଏହି ସମୟରେ କୌଣସି ଦୋକାନ ବଜାର ଖୋଲା ଯିବ କି ନାହିଁ। ଅତ୍ୟନ୍ତ ଜରୁରୀ ନଥିଲେ କେହି ଘରୁ ବାହାରକୁ ବାହାରିବେ ନାହିଁ ବୋଲି କୁହାଯାଇଛି। ବିଶେଷ କରି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଆଦି ଘରୁ ନବାହାରିବାକୁ କୁହାଯାଇଛି। ୧୭୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୯ ସଂକ୍ରମିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।