ପୁନର୍ଜନ୍ମ- ୬ ଘଣ୍ଟା ହାର୍ଟ ବନ୍ଦ ହେବାପରେ ବି ବଞ୍ଚିଗଲେ ବ୍ରିଟିଶ ମହିଳା

Published By : Prameya-News7 Bureau | December 08, 2019 IST

ଲଣ୍ଡନ ୦୮।୧୨ - ୬ ଘଣ୍ଟା ହାର୍ଟ ବନ୍ଦ ହେଲା ପରେ ବି ଜଣେ ମହିଳା ବଞ୍ଚିଯାଇଛନ୍ତି । ୬ ଘଣ୍ଟା ବନ୍ଦ ହେବାପରେ ଏହି ମହିଳାଙ୍କର ହୃଦଯନ୍ତ୍ର ପୁଣି କାର୍ଯ୍ୟ କରିବା ଆରମ୍ଭ କରିଥିଲା । ହଠାତ୍‌ ଆଉଡ୍ରେୟ ମାସ୍‌ ନାମକ ଏହି ମହିଳାଙ୍କର ଶରୀରର ତାପମାତ୍ରା କମିବାରେ ଲାଗିଥିଲା । ସେ ଏକ ପାର୍ବତୀୟ ଅଞ୍ଚଳକୁ ବୁଲବାକୁ ଯାଇଥିବା ବେଳେ ତାଙ୍କ ଶରୀରରେ ଏହି ବିଲକ୍ଷଣ ଦେଖା ଦେଇଥିଲା ।

ତୁରନ୍ତ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ମାସ୍‌ଙ୍କୁ ବ୍ରାସିଲୋନାରେ ଥିବା ଭାଲ୍‌ ଡି ହେବ୍ରୋନ୍‌ ହସ୍‌ପିଟାଲ୍‌କୁ ଅଣାଯାଇଥିଲେ । ପର୍ବତ ଶୀଖରରୁ ଏକ ହେଲିକାପ୍ଟର ଯୋଗେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ମହିଳାଙ୍କର ହାର୍ଟବିଟ୍‌ ବା ହୃତ୍‌ସ୍ପନ୍ଦନ ବନ୍ଦ ହୋଇଯାଇଥିବା ଦେଖି ତାଙ୍କୁ ଏସିଏମ୍‌ଓ ମେସିନର ସହାୟତାରେ ରକ୍ତରେ ଅମ୍ଳଜାନ ଦେବା ପାଇଁ ଚେଷ୍ଟା କରାଯାଇଥିଲା ।

ପରେ ଇଲେକ୍ଟ୍ରି ଡିଫିବ୍ରିଲେଟୋରସ୍‌ ବ୍ୟବହାର କରି ତାଙ୍କର ହାର୍ଟ ବିଟ୍‌ ବା ହୃତ୍‌ ସ୍ପନ୍ଦନକୁ ପୁଣି ଚାଲୁ କରାଯାଇଥିଲା । ଦୀର୍ଘ ୭ ଘଣ୍ଟା କାଳ ସେ ଶ୍ୱାସ କ୍ରିୟା କରି ପାରି ନଥିଲେ ।

ମାତ୍ର ୭ ଘଣ୍ଟା ପରେ ତାଙ୍କ ଶରୀରରେ ହାର୍ଟ ବିଟ୍‌ ସ୍ୱାଭାବିକ ହେବା ସହ ଶ୍ୱାସକ୍ରିୟା ଆରମ୍ଭ ହୋଇଥିଲା । ୧୧ ଦିନ ବେଳକୁ ତାଙ୍କ ଶରୀର ସାଧାରଣ ଅବସ୍ଥାରୁ ଆସିବାରୁ ଡାକ୍ତରଖାନାରୁ ଛୁଟି ଦିଆଯାଇଛି ।

ଏବେ ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କୁ ଡାକ୍ତରଖାନା ପହଞ୍ଚାଇବାରେ ସହାୟତା କରିଥିବା ଉଦ୍ଧାରକାରୀ ଦଳ ଓ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.