ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ଜୀବନ ପାଇଲେ ଧନପତି, ମାଗଣାରେ ହେଲା କର୍କଟ ରୋଗ ଚିକିତ୍ସା

Published By : Prameya-News7 Bureau | September 29, 2021 IST

ବଲାଙ୍ଗୀର ୨୯।୦୯: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇଁ ନୂଆ ଜୀବନ ପାଇଲେ ବଲାଙ୍ଗୀର ଜିଲ୍ଲାର ଧନପତି ବେହେରା । ମାଗଣା ଚିକିତ୍ସା ସୁବିଧା ପାଇବା ପରେ ସର୍ବପ୍ରଥମେ ସେ ଏବଂ ପରିବାର ବର୍ଗ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

{"id":519296,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଗାଁର ଧନପତି କର୍କଟ ରୋଗରେ ପୀଡ଼ିତ ହୋଇଥିଲେ । ରୋଗ ଜଣାପଡିବା ପରେ ଗରିବ ଧନପତିଙ୍କ କେମିତି ଚିକିତ୍ସା କରାଯିବ । ଟଙ୍କା କେଉଁଠୁ ଆସିବ ସେନେଇ ପୂରା ପରିବାର ଚିନ୍ତାରେ ଥିଲେ । ପୂର୍ବରୁ ମଧ୍ୟ ଚିକିତ୍ସା ପାଇଁ ବହୁ ଟଙ୍କା ଖର୍ଚ୍ଚ କରିଥିଲେ , କିନ୍ତୁ ତାଙ୍କ ଅସ୍ତ୍ରୋପଚାର ପାଇଁ ଘରେ ଟଙ୍କା ନଥିଲା । ସେନେଇ ଅସ୍ତ୍ରୋପଚାର ନହୋଇ ଧନପତି ଘରେ ରହିଥିଲେ ।

ତେବେ ଗତ ୨୨ତାରିଖ ଦିନ ଧନପତି ବିଜୁ ସ୍ମାର୍ଟ କାର୍ଡ ପାଇବା ପରେ ସେ ବିଶାଖାପାଟଣାର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି କାର୍ଡ ମାଧ୍ୟମରେ ଧନପତିଙ୍କର ୧ଲକ୍ଷ ୬ ହଜାର ଟଙ୍କା ଅପରେସନ ପାଇଁ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ । ତେବେ କାର୍ଡ ସ୍ୱାପ କରି ଧନପତି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇଛନ୍ତି । ସ୍ମାର୍ଟ କାର୍ଡ ଦ୍ୱାରା ଜିଲ୍ଲାର ପ୍ରଥମ ବ୍ୟକ୍ତି ମାଗଣାରେ ଚିକିତ୍ସା ପାଇଥିବା ନେଇ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.