ବୁହାନରୁ ମିଳିଲା ନୂଆ ଶିକ୍ଷା : ସୋସିଆଲ ଡିଷ୍ଟାନସିଙ୍ଗ ପାଇଁ ୬ ଫୁଟ ନୁହଁ ଅତିକମରେ ୧୩ ଫୁଟ ଦୂରତା ରହିବା ଦରକାର, ଘରେ କ୍ଵାରେଣ୍ଟାଇନ କରିବା ଭୁଲ୍

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ ୧୨/୦୪ : ଦୁନିଆରେ କରୋନା ସଂକ୍ରମଣ ରୋକିବା ପାଇଁ ସୋସିଆଲ ଡିଷ୍ଟାନସିଙ୍ଗ ବା ସାମାଜିକ ଦୂରତା ସବୁଠାରୁ ସୁରକ୍ଷିତ ଉପାୟ | କରୋନା ଠାରୁ ରକ୍ଷା ପାଇବା ପାଇଁ ଦୁଇଜଣଙ୍କ ମଧ୍ୟରେ ଅତିକମରେ ୬ ଫୁଟ ଦୂରତା ରହିବା ଆବଶ୍ୟକ ବୋଲି କୁହାଯାଇଛି | କିନ୍ତୁ ଚୀନର ବୈଜ୍ଞାନିକ ବୁହାନର ଏକ ହସ୍ପିଟାଲରେ କରିଥିବା ଅନୁସନ୍ଧାନ ଅନୁଯାୟୀ ୬ ଫୁଟ ଦୂରତା ବଦଳରେ ୧୩ ଫୁଟ ଦୂରତା ବଜାୟ ରଖିବା ପାଇଁ କହିଛନ୍ତି | ଏହାସହ ପୀଡିତଙ୍କ ହୋମ କ୍ଵାରେଣ୍ଟାଇନ ନୀତିକୁ ଭୁଲ ବୋଲି ଦର୍ଶାଇଛନ୍ତି | ହୋମ କ୍ଵାରେଣ୍ଟାଇନରେ ସଂକ୍ରମଣ ବିସ୍ତାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ କହିଛନ୍ତି |

{"id":252889,"sizeSlug":"large"}

ଚୀନ ବୈଜ୍ଞାନିକମାନେ ଏକ ଅସ୍ଥାୟୀ ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟ ଓ ଜେନେରାଲ କୋଭିଡ-୧୯ ୱାର୍ଡର ଚଟାଣ ଏବଂ ବାୟୁର ନମୁନା ଯାଞ୍ଚ ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି | ବୁହାନକୁ ମହାମାରୀ କରୋନାର କେନ୍ଦ୍ରବିନ୍ଦୁ ବୋଲି କୁହାଯାଉଛି |

ବେଜିଙ୍ଗରେ ଏକାଡେମୀ ଅଫ ମିଲିଟାରୀ ସାଇନ୍ସର ଏକ ଟିମ ଚଟାଣ ସମେତ ବିଭିନ୍ନ ପୃଷ୍ଠଭୂମି ଉପରେ ଏହି ସଂକ୍ରମଣର ପରୀକ୍ଷା କରିଛନ୍ତି | ଏହାର ରିପୋର୍ଟରେ ୧୦ଟି ବଡ ଆଶ୍ଚଯ୍ୟଜନକ ତଥ୍ୟ ରହିଛି |

୧. ଟିମ ଏହି ଇଣ୍ଟେନସିଭ ହସ୍ପିଟାଲରେ ଏୟାରୋସୋଲ ଟ୍ରାନ୍ସମିଶନ ଦ୍ୱାରା ଯାଞ୍ଚ କରିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ, ଯେତେବେଳେ ଭାଇରସରେ ପୀଡିତଙ୍କ ଛିଙ୍କ କିମ୍ବା କାଶରୁ ବାହାରୁଥିବା ବୁନ୍ଦା ଏତେ ଛୋଟ ଯେ ତାହା ବାୟୁରେ ମିଶିଯାଇଥାଏ ଏବଂ କିଛି ଘଣ୍ଟା ପର୍ଯ୍ୟନ୍ତରେ ବାୟୁରେ ହିଁ ରହିଥାଏ |

୨. ସଂକ୍ରମିତ କରୁଥିବା ଏହି ବୁନ୍ଦା ବା ଡ୍ରପଲେଟ୍ସ ସାମାନ୍ୟ କାଶ ବା ଛିଙ୍କ ଡ୍ରପଲେଟ୍ସ ଠାରୁ ଅଲଗା | ଏହା କିଛି ସମୟରେ ଚଟାଣରେ ପଡି ବୁଲୁଥାଏ |

୩. ଅନୁସନ୍ଧାନରୁ ସେ ଜାଣିବାକୁ ପାଇଛନ୍ତି ଯେ, ଭାଇରସ ଜନିତ ଏୟାରୋସୋଲକୁ ଜଣେ ପୀଡିତ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଆଡକୁ ଯଦି ଫୋପାଡ଼ି ଦିଆଯାଏ ତାହେଲେ ତାର ସାନ୍ଦ୍ରତା ୧୩ ଫୁଟ ପର୍ଯ୍ୟନ୍ତ ଯାଉ ଯାଉ ଦୁର୍ବଳ ହୋଇପଡ଼ିଥାଏ | କିନ୍ତୁ ୮ ଫୁଟ ଦୂରତା ପର୍ଯ୍ୟନ୍ତ ଏହା ପ୍ରଭାବଶାଳୀ ରହେ |

୪. ଏଥିରୁ ସ୍ପଷ୍ଟ ହେଉଛି ଯେ ଦୁନିଆରେ ସରକାର ଓ ପ୍ରଶାସନ ଯେଉଁ ୬ ଫୁଟ ଦୂରତାର ଆଡ଼ଭାଇଜାରୀ ଜାରି କରିଛନ୍ତି ତାହା ପର୍ଯ୍ୟାପ୍ତ ନୁହଁ | ଦୁଇଜଣଙ୍କ ମଧ୍ୟରେ ଦୂରତା ଅତିକମରେ ୧୩ ଫୁଟ ରହିବା ଆବଶ୍ୟକ |

୫. ତେବେ ଏହା ଏବେଯାଏଁ ସ୍ପଷ୍ଟ ହୋଇନାହିଁ ଯେ ଅଲଟ୍ରାଫାଇନ କଣିକା ସଂକ୍ରାମକ ନା ନୁହେଁ କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ବିପଦକୁ କମ ବୋଲି ବିଚାର କରିଛନ୍ତି |

୬. ଟିମ ଚଟାଣ ସମେତ ବିଭିନ୍ନ ପୃଷ୍ଠଭୂମି ଉପରେ ଏହି ଭୟାବହ ମହାମାରୀର ପ୍ରଭାବର ପରୀକ୍ଷଣ କରି କହିଛନ୍ତି ଯେ ଭାଇରସ ୱାର୍ଡଗୁଡିକର ଚଟାଣରେ ସବୁଠାରୁ ଅଧିକ ସମୟ ଯାଏ ଜମି ରହିଥାଏ |

୭. ଟିମ କହିଛନ୍ତି ଯେ, କମ୍ପ୍ୟୁଟର ମାଉସ, ଖାଲି ବୋତଲ, ପଲଙ୍କର ରେଲିଂ ଏବଂ କବାଟର ହ୍ୟାଣ୍ଡଲ ଭଳି ବାରମ୍ବାର ଛୁଆଁ ଯାଉଥିବା ଜିନିଷ ଉପରେ ଅଧିକ ମାତ୍ରାରେ ଭାଇରସ ମିଳିଛି | ଏହାଛଡା ଆଇସିୟୁର ମେଡିକାଲ ଷ୍ଟାଫଙ୍କ ଜୋତାର ଅଧା ନମୁନା ପଜିଟିଭ ମିଳିଥିଲା | ସେଥିପାଇଁ ମେଡିକାଲ ଷ୍ଟାଫଙ୍କ ଜୋତା ମଧ୍ୟ ସଂକ୍ରମଣର ଏକ ବାହକ ବୋଲି କୁହାଯାଇପାରେ |

୮. ବୈଜ୍ଞାନିକ କହିଛନ୍ତି ଯେ, ସେହି ହସ୍ପିଟାଲର କୌଣସି କର୍ମଚାରୀ ସଂକ୍ରମିତ ହୋଇନଥିବା ଖୁସି ଖବର | ତେବେ ଠିକ ତରିକାରେ ସାବଧାନତାର ସହ ସଂକ୍ରମଣ ରୋକ ଯାଇପାରେ |

୯. ତେବେ ଆଶ୍ଚର୍ଯ୍ୟ କଲା ଭଳି ଏକ ତଥ୍ୟ ଦେଇଛନ୍ତି ବୈଜ୍ଞାନିକ | ବୈଜ୍ଞାନିକ ଲକଡାଉନ ବେଳେ କ୍ଵାରେଣ୍ଟାଇନର ଦିଗ ନିର୍ଦେଶକୁ ଖାରଜ କରିଛନ୍ତି | ବୈଜ୍ଞାନିକ କହିଛନ୍ତି ଯେ, କୋଭିଡ-୧୯ ସନ୍ଦିଗ୍ଧଙ୍କୁ ଘରେ କ୍ଵାରେଣ୍ଟାଇନ କରିବା ପରିବେଶ ନିୟନ୍ତ୍ରଣକୁ ଦେଖି ଠିକ ପଦକ୍ଷେପ ନୁହେଁ |

୧୦. ଅଧିକାଂଶ ଲୋକଙ୍କ ପାଖରେ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (ପିପିଆଇ) ନାହିଁ ଏବଂ ଏଭଳି ପରିସ୍ଥିତିରେ ବୈଜ୍ଞାନିକଙ୍କ କହିବାନୁଯାୟୀ ଭାଇରସରେ ସଂକ୍ରମିତଙ୍କୁ ଘରେ ଆଇସୋଲେଟ କଲେ କେବଳ କ୍ଲଷ୍ଟର ଲେଭଲ ମାମଲା ବୃଦ୍ଧି ପାଇପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.