Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

IPL 2020ରେ ନୂଆ ନିୟମ, ଆହତ ଖେଳାଳି ସାଙ୍ଗେ ସାଙ୍ଗେ ବଦଳିବେ

28/01/2020 at 12:42 PM

ମୁମ୍ବାଇ ୨୮।୦୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL)୨୦୨୦ ସିଜିନ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ କିଛି ନୂତନ ନିୟମ ଲାଗୁ କରାଯିବ । ସୋମବାର ଦିନ ବିସିସିଆଇ୍ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅଧ୍ୟକ୍ଷତାରେ ବସିଥିବା ଗଭର୍ନିଙ୍ଗ କାଉସିଲ୍ ବୈଠକ ପରେ ଏହି ପରିର୍ବତ୍ତିତ ନିୟମ ବିଷୟରେ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ IPLରେ concusion substitute rules ଲାଗୁ କରାଯିବ । ଏହି ନିୟମରେ ଆହତ ଖେଳାଳିଙ୍କ ସ୍ଥାନରେ ଆଉ ଜଣେ ଖେଳାଳିଙ୍କୁ ପରିର୍ବତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।  ଆଇସିସିର ନୂଆ ନିୟମ ମୁତାବିକ ଯଦି କୌଣସି ଖେଳାଳି ବୋଲିଂ କିମ୍ବା ବ୍ୟାଟିଂ କରୁଥିବା ବେଳେ ଆହତ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ଟିମ୍‌ର ଅନ୍ୟ ଖେଳାଳିଙ୍କୁ ମ୍ୟାଚ୍ ଖେଳିବାକୁ ଅନୁମତି ଦିଆଯାଇପାରିବ । ଏହି ନିୟମକୁ  (concusion substitute rules ) କୁହାଯାଉଛି।

ଆଇପିଏଲ୍ ପୂର୍ବରୁ ବିସିସିଆଇ ବିଶ୍ବର ସମସ୍ତ ଶୀର୍ଷ ଖେଳାଳିଙ୍କୁ ନେଇ ଏଖ ଅଲ ଷ୍ଟାର୍ସ ମ୍ୟାଚର ଆୟୋଜନ କରିବ । ଏହି ମ୍ୟାଚ୍‌ଟି ଚ୍ୟାରିଟି ମ୍ୟାଚ ହେବ । ସାମ୍ବାଦିକମାନଙ୍କୁ ସୂଚନା ଦେଇ ଗାଙ୍ଗୁଲି କହିଛନ୍ତି ଯେ, ଚଳିତ ସିଜିନରେ ଆମେ concusion substitute rules ଓ ଅଲ ଷ୍ଟାର ମ୍ୟାଚ ଆଣି ଆସୁଛୁ । ଚଳିତ ବର୍ଷ ଆଇପିଏଲ୍ ଫାଇନାଲ ମୁମ୍ବାଇରେ ହେବ । ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ । ଗୋଟିଏ ଅପରହ୍ନ ୪ଟା ଓ ଅନ୍ୟଟି ରାତି ୮ଟାରେ ଖେଳାଯିବ ।

ସେହପରି କ୍ରିକେଟ ଆଡଭାଇଜରୀ କମିଟି (CAC) ଗଠନ ନେଇ ଖୁବଶୀଘ୍ର ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିବେ ବୋଲି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି । CAC କମିଟିରେ ସୁଲକ୍ଷଣ ନାୟକ ଏବଂ ମଦନ ଲାଲ ରହିବେ। କିନ୍ତୁ ଗୌତମଙ୍କୁ ନେଇ ଚର୍ଚ୍ଚା ଚାଲିଛି।

   Related Posts