ଏପ୍ରିଲ ୧ ତାରିଖରୁ ଗାଡି ଚାଳକଙ୍କ ପାଇଁ ଲାଗୁ ହେବ ନୂଆ ନିୟମ : ନିୟମ ନ ମାନିଲେ ଗାଡି ଜବତ କରିନେବେ ଟ୍ରାଫିକ ପୋଲିସ

Published By : Prameya-News7 Bureau | February 04, 2019 IST

ଦିଲ୍ଲୀ ୪/୨ : ଏପ୍ରିଲ ୧ ତାରିଖରୁ ସମସ୍ତ ଗାଡି ଚାଳକଙ୍କ ପାଇଁ ଲାଗୁ ହେବ ନୂଆ ନିୟମ | ଆଜିକା ସମୟରେ ପ୍ରତ୍ୟେକ ଦିନ ଯାତ୍ନାରୀବାହୀ ଗାଡିରେ ମହିଲାମାନେ ଆକ୍ରମଣରୁ ଆରମ୍ଭ କରି ଯୋୌନ ଶୋଷଣ ପର୍ଯ୍ୟନ୍ତ ବିଭିନ୍ନ ଘଟଣାର ଶିକାର ହେଉଛନ୍ତି ।ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ରାଜ୍ୟ ନୂଆ ନୂଆ ନିୟମ ପ୍ରଚଳନ କରିବାରେ ଲାଗିଛନ୍ତି । ଓଡିଶା ସରକାର ରାଜଧାନୀ ଭୁବନେଶ୍ବରରେ ପିଙ୍କ ଅଟୋ ବ୍ୟବସ୍ଥା ମଧ୍ୟ କରିଛନ୍ତି । ତେବେ ଏହାକୁ ଆହୁରି ଫଳପ୍ରଦ କରିବା ପାଅଁ କିଛି ନିୟମ ଲାଗୁ କରିଛନ୍ତି | ପ୍ରତ୍ୟେକ ଯାତ୍ରୀବାହୀ ଗାଡି ଏହି ନିୟମକୁ ପାଳନ କରିବାକୁ ହେବ | ଏପ୍ରିଲ ୧ ତାରିଖରୁ ସମସ୍ତ ଗାଡି ଚାଳକଙ୍କ ପାଇଁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି ଯାହା ସମସ୍ତଙ୍କୁ ମାନିବାକୁ ହେବ | ଏହି ନିୟମ ପାଳନ ନକେଲ ଟ୍ରାଫିକ ପୋଲିସ ଆପଣଙ୍କ ଗାଡି ଜବତ କରିନେବେ |

{"id":81630,"width":589,"height":331}


ଆସନ୍ତୁ ଜାଣିବା ସେହି ନିୟମଟି କ'ଣ :
ସରକାର ମହିଳାଙ୍କ ସୁରକ୍ଷା ପାଇଁ ଏକ ଆଦେଶ ଜାରି କରିଛନ୍ତି | ଏହି ଆଦେଶ ଅନୁସାରେ ଏପ୍ରିଲ ୧ ତାରିଖ ସୁଦ୍ଧା ସମସ୍ତ ଗାଡିରେ ଜିପିଏସ ପେନିକ ବଟମ ଲଗାଯିବା ଦରକାର | ଏଭଳି ନକଲେ କୌଣସି ଗାଡିର ଫିଟନେସ ପେପର ଦିଆଯିବ ନାହିଁ |

{"id":81638,"width":590,"height":393}

ସରକାରଙ୍କ ଆଦେଶ ଅନୁସାରେ ନୂଆ ଗାଡି ପାଇଁ ଏହି ନିୟମ ଜାନୁଆରୀ ୧ ତାରିଖ ଏବଂ ପୁରୁଣା ଗାଡି ପାଇଁ ଏପ୍ରିଲ ୧ ତାରିଖରୁ ଲାଗୁ ହେବ | ପୁରୁଣା ଗାଡି ମାଲିକଙ୍କ ପାଖରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଛି | ପୁରୁଣା ଗାଡି ମାଲିକ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିଜ ନିଜ ଗାଡିରେ ପେନିକ ବଟମ ଲଗାଇଦେବେ | କର୍ଣ୍ଣାଟକ ସରକାର ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ କରିସାରିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.