ଜିଓ ଆଣିଲା ନୂଆ ଅଫର : ଏତିକି ଟଙ୍କାରେ ମିଳିବ ଜିଓ ଫୋନ୍ ଆଉ ୨ ବର୍ଷର ଅସୀମିତ କଲ୍ ସହ ଡାଟା
27/02/2021 at 10:25 AM

ନୂଆଦିଲ୍ଲୀ ୨୭।୨: ରିଲାଏନ୍ସ ଜିଓ ତାର ଗ୍ରାହକମାନଙ୍କ ପାଇଁ ନୂଆ ଅଫର ଆଣିଛି । ‘ନ୍ୟୁ ଜିଓ ଫୋନ୍ ୨୦୨୧ ଅଫର’ ନାଁରେ କମ୍ପାନୀ ନୂଆ ଅଫର ଆଣିଛି । ଗ୍ରାହକମାନେ ୧୯୯୯ ଟଙ୍କା ବିନିମୟରେ ଜିଓ ଫୋନ୍ କ୍ରୟ କଲେ ୨ ବର୍ଷ ପର୍ଯ୍ୟନ୍ତ ଅସୀମିତ କଲ୍ ସହ ପ୍ରତି ମାସରେ ୨ ଜିବି ଡାଟା ପାଇବେ ।
ସେହିଭଳି ଅନ୍ୟ ଏକ ପ୍ଲାନରେ ୧୪୯୯ ଟଙ୍କାରେ ଜିଓଫୋନ୍ ସହ ବର୍ଷେ ପର୍ଯ୍ୟନ୍ତ ଅସୀମିତ କଲ୍ ସହ ପ୍ରତିମାସରେ ୨ ଜିବି ଡାଟା ମିଳିବ । ପୁରୁଣା ଗ୍ରାହକମାନଙ୍କ ପାଇଁ ମଧ୍ୟ ନୂଆ ଅଫର ଆଣିଛି କମ୍ପାନୀ । ୭୫୦ ଟଙ୍କାରେ ବର୍ଷେ ପର୍ଯ୍ୟନ୍ତ ଅସୀମିତ କଲ୍ ଏବଂ ପ୍ରତିମାସରେ ୨ ଜିବି ଡାଟା ମଧ୍ୟ ମିଳିବ ।
କମ୍ପାନୀର କହିବା ଅନୁସାରେ ଏହି ଅଫର ମାର୍ଚ୍ଚ ୧ ତାରିଖରୁ ସାରା ଦେଶରେ ଲାଗୁ ହେବ । ୨ଜି ମୁକ୍ତ ଭାରତ ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଦେଶରେ ଜିଓ ଫୋନ୍ ଗ୍ରାହକଙ୍କ ସଂଖ୍ୟା ୧୦ କୋଟି । କମ୍ପାନୀର ନଜର ୩୦ କୋଟି ୨ଜି ଗ୍ରାହକଙ୍କ ଉପରେ ରହିଛି ଯେଉଁମାନେ ଫିଚର ଫୋନ୍ ବ୍ୟବହାର କରୁଛନ୍ତି ।