Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆସୁଛି ବର୍ଷା, ଏବେ କଟକବାସୀଙ୍କୁ ଘାରିଛି ଜଣ୍ଡିସ୍ ଚିନ୍ତା, ତଥାପି ହାତବାନ୍ଧି ବସିଛି ପ୍ରଶାସନ

20/06/2019 at 7:32 PM

କଟକ ୨୦।୬:  ବର୍ଷା ଆସିଲେ କଟକ ବାସୀଙ୍କୁ ଘାରେ ଜଣ୍ଡିସ୍ ଚିନ୍ତା । କାରଣ ୨୦୧୮ରେ ଜଣ୍ଡିସରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ଏଥିପାଇଁ ଦୂଷିତ ପାଣିକୁ ମୁଖ୍ୟତଃ ଦାୟୀ କରାଯାଇଥିଲା । ତେଣୁ କଟକବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗତ କିଛି ଦିନ ତଳେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତଥାପି ଜିଲ୍ଲା ପ୍ରଶାସନ ଆଖି ଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ବର୍ଷା ଦିନେ କଟକରେ ଅନେକ ଜଳବାହିତ ରୋଗ ବ୍ୟାପେ । ତେବେ ଜଣ୍ଡିସ କଟକବାସୀଙ୍କ ଚିନ୍ତା ବଢାଇଦିଏ । ଗତ ଦୁଇ ମାସ ମଧ୍ୟରେ ସହରର କାଠଗଡା ସାହି, ଶଙ୍କରପୁର, କାଳି ମନ୍ଦିର ଓ ଗଙ୍ଗା ମନ୍ଦିର ଅଞ୍ଚଳର କିଛି ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ବି ଆସିଛି । ତଥାପି ଜିଲ୍ଲା ପ୍ରଶାସନର ଚେତା ପଶିନି ।

ସେପଟେ ଜିଲ୍ଲାପାଳଙ୍କ କହିବା କଥା ଜଣ୍ଡିସ୍ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ମଧ୍ୟ ବ୍ୟବସ୍ଥା ହୋଇଛି । ବିଭିନ୍ନ ଜଳ ପରୀକ୍ଷଣ କରାଯାଇ ଏହାର ମାନ ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି । ବର୍ଷା ପୂର୍ବରୁ ସହରରେ କିଛି ସ୍ଥାନରେ ଲୋକେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ନେଇ ଅଭିଯୋଗ ଆସିଲାଣି । ତଥାପି ନିଦାବିଷ୍ଣୁ ସାଜିଛନ୍ତି ଉଭୟ ଜନସ୍ବାସ୍ଥ୍ୟ ବିଭାଗ ଓ ସିଏମସି ।  

   Related Posts