Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନୂଆ ଆଇଟି ନିୟମ: ଗୋଟିଏ ମାସରେ ଫେସ୍‌ବୁକ୍‌ ୩ କୋଟି ଏବଂ ଇନ୍‌ଷ୍ଟାଗ୍ରାମ୍‌ ୨୦ ଲକ୍ଷ ପୋଷ୍ଟ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ

3/07/2021 at 4:23 PM

ନୂଆଦିଲ୍ଲୀ, ୦୩/୦୭: ସୋସିଆଲ୍‌ ମିଡିଆକୁ ନେଇ ଭାରତରେ ଲଗାଯାଇଥିବା ନୂଆ ନିୟମକୁ ପାଳନ କରି କମ୍ପାନୀଗୁଡ଼ିକ ଏବେ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଲାଗିପଡ଼ିଛନ୍ତି । ଲୋକପ୍ରିୟ ସୋସିଆଲ୍‌ ମିଡିଆ କମ୍ପାନୀ ଫେସ୍‌ବୁକ୍ ଭାରତୀୟ ନୂଆ ଆଇଟି ନିୟମକୁ ପାଳନ କରି ଅନୁପାଳନ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ମୁତାବକ ଗୋଟିଏ ମାସରେ ୩୦ ମିଲିୟନ ଅର୍ଥାତ ୩ କୋଟିରୁ ଅଧିକ ପୋଷ୍ଟକୁ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ନିଜ ପ୍ଲାଟ୍‌ଫର୍ମରୁ ହଟାଇ ଦେଇଛି । ଫେସ୍‌ବୁକ୍‌ ୧୫ ମେରୁ ୧୫ ଜୁନ୍‌ ମଧ୍ୟରେ ୧୦ଟି ବର୍ଗକୁ ଆଧାର କରି ଏପରି ନିଷ୍ପତ୍ତି ନେଇଛି । ସେହିପରି ଇନ୍‌ଷ୍ଟାଗ୍ରମ ମଧ୍ୟ ସମାନ ନିଷ୍ପତ୍ତି ନେଇଛି । କମ୍ପାନୀ ୯ଟି ବର୍ଗରେ ୨୦ ଲକ୍ଷରୁ ଅଧିକ ପୋଷ୍ଟକୁ ନିଜ ପ୍ଲାଟ୍‌ଫର୍ମରୁ ହଟାଇ ଦେଇଛି ।

ନୂଆ ଆଇଟି ନିୟମ ଅନୁସାରେ ବଡ଼ ବଡ଼ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଗୁଡ଼ିକୁ ପ୍ରତି ମାସରେ ଅନୁପାଳନ ରିପୋର୍ଟ ପ୍ରକାଶ କରିବାକୁ ପଡ଼ିବ । ଯେଉଁଥିରେ କମ୍ପାନୀକୁ ମିଳିଥିବା ମାମଲା, ଏହାର ସମାଧାନ ଏବଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ୱନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ରହିଥିବା । ଫେସ୍‌ବୁକ୍‌ର ଜଣେ ଅଧିକାରୀଙ୍କ କହିବା ମୁତାବକ ବ୍ୟବହାରକାରୀଙ୍କୁ ଅନ୍‌ଲାଇନ୍‌ରେ ସୁରକ୍ଷା ଯୋଗାଇବା ପାଇଁ କମ୍ପାନୀ ନୂଆ ନୂଆ ପଦକ୍ଷେପ ନେଉଛି । ଏହାଛଡ଼ା କମ୍ପାନୀ ନିଜ ନୀତି ବିରୁଦ୍ଧ କାର୍ଯ୍ୟ ତର୍ଜମା କରିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, କମ୍ପାନୀର ସମୁଦାୟ ରପୋର୍ଟ ଏବଂ ନିଜ ଟିମ୍‌ର ସମୀକ୍ଷା କରିବା ଭଳି କାର୍ଯ୍ୟ କରୁଛି ।

କମ୍ପାନୀ ଏ ନେଇ କହିଛି ଯେ, ଏହାର ଆଗାମୀ ରିପୋର୍ଟ ୧୫ ଜୁଲାଇରେ ପ୍ରକାଶିତ କରାଯିବ । ଯେଉଁଥିରେ ମିଳିଥିବା ମାମଲା ଏବଂ ଏଥିପ୍ରତି ନିଆଯାଆଇଥିବା କାର୍ଯ୍ୟାନୁଷ୍ଠାନର ସମସ୍ତ ବିବରଣୀ ଲିଖିତ ଥିବ ।

   Related Posts