ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବ : କୃତ୍ରିମ ବୃଦ୍ଧିମତାରେ ନିୟନ୍ତ୍ରିତ ପ୍ରଥମ ଜାହାଜ ଏବେ ତା'ର ପ୍ରଥମ ଜଳଯାତ୍ରା ପାଇଁ ପ୍ରସ୍ତୁତ

Published By : Prameya-News7 Bureau | May 01, 2021 IST

ନୂଆଦିଲ୍ଲୀ,୦୧/୦୫:  ବିଶ୍ୱର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୃଦ୍ଧିମତା ସିପ୍ ମେଫ୍ଲାଓ୍ୱାର-୪୦୦ ଇଂଲଣ୍ଡର ଦକ୍ଷିଣ ପଶ୍ଚିମ ଉପକୂଳରେ ଆସି ପହଁଚିଛି । ଏହା ସ୍ୱଂୟଚାଳିତ ଭାବେ ନିଜର ନୂଆ ଟେକନୋଲୋଜି ଦ୍ୱାରା ତିମି ମାଛର ଆଚରଣ ଜାଣିପାରେ । ଏହି ଜାହାଜର ଉତ୍ତତା ୫୦ ଫୁଟ୍ ବା ୧୫ ମିଟର । ଏହା ୯୦୦୦ କେଜି ସାମଗ୍ରୀ ଧାରଣ କରିବାର କ୍ଷମତା ରଖୁଛି ।

ଏହି ଜାହାଜରେ ସୌର ଶକ୍ତିକୁ ବ୍ୟବହାର କରାଯାଇଛି । ଯାହା ପରିବେଶ ଅନୁକୂଳ ହେବା ସହ ପ୍ରଦୂଷଣ କମ୍ କରିବ । ଏହି ଜାହାଜର ପ୍ରଯୁକ୍ତିବିଦ୍ୟା ଏତେ ଶକ୍ତିଶାଳୀ ଯେ ଏହା ପାଣି ଭିତରେ ଥିବା ଜୀବନ ବାବଦରେ ଅନେକ ତଥ୍ୟ ପ୍ରଦାନ କରିପାରିବ । ଜାହାଜ ତିଆରି ଟିମ୍‌ରେ ସାମିଲ ଥିବା ରୋସି ଲିକୋରିସ୍ କହିଛନ୍ତି ଯେ, ଏହି ଚାଳକବିହୀନ ଜାହାଜ ପରିବେଶକୁ ଏକ ନୂଆ ଦିଗ ଦେବ । ଏହା ବୈଜ୍ଞାନିକଙ୍କୁ ମଧ୍ୟ ଅନେକ ସହୟତା ପ୍ରଦାନ କରିବ । ଏହାକୁ ନିର୍ମାଣ କରିବାରେ ୧ ମିଲିୟନ ଡଲାର ବା ୮୨୦୦୦୦ ୟୁରୋ ଖର୍ଚ୍ଚ ହୋଇଛି ।

ଏହି ଜାହାଜ ବ୍ରିଟିଶ ସରକାରଙ୍କ ଅନୁମତି ପାଇବା ପରେ ମେ ୧୫ ତାରିଖରେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବ । ଏହା ଯେତେବେଳେ ମାସାଚ୍ୟୁଟସରୁ ଆସି ପହଁଚିବାକୁ ୩ ସପ୍ତାହ ସମୟ ଲାଗିଥିବା । କରୋନା ପାଇଁ ଏହା ବିଳମ୍ବିତ ହୋଇଥିଲା । କିନ୍ତୁ ଏଥିରେ କୌଣସି ଯାତ୍ରୀ ସଂକ୍ରମିତ ହୋଇନଥିଲେ ।

୨୧ ବର୍ଷର ମେରଓ୍ୱେନ୍ ଜେଙ୍କିଂ ରିଜ୍ ନାମକ ଜଣେ ୨୧ ବର୍ଷର ଇଞ୍ଜିନିୟର ଏହାର ଇଞ୍ଜିନ୍ ଯାଞ୍ଚ କରିଥିଲେ । ଏଥିରେ ଯେଉଁ ସ୍ମାର୍ଟ କ୍ୟାପ୍ଟେନ୍ ସିଷ୍ଟମ ରହିଛି ତାକୁ ହଜାରରୁ ଅଧିକ ଫଟୋ ସେନସର୍ ବିଶିଷ୍ଟ କରାଯାଇଛି । ଅର୍ଥାତ ସ୍ମାର୍ଟ କ୍ୟାପ୍ଟେନ୍ ଫଟୋ ଦେଖି ସମୁଦ୍ର ବାବଦରେ ଅନୁମାନ ଲଗାଇପାରିବେ । ଏଥିରେ ରୋବଟିକ୍ ସିଷ୍ଟମର ପ୍ରୟୋଗ କରାଯାଇଛି । ଯାହା ସପ୍ଠଓୟାରରେ କିଛି ତ୍ରୁଟି ଥିଲେ ତାର ନିରାକରଣ କରିପାରିବ ।

ତେବେ ସବୁଠାରୁ ବଡ କଥା ହେଉଛି ଯେ, ଏହି ମାନବରହିଚ ଜାହାଜକୁ ସମ୍ପୂର୍ଣ୍ଣ ଭାବେ ଟେଷ୍ଟିଂ କରାଯାଇ ନାହିଁ । ସମୁଦ୍ରରେ ଝଡବାତ୍ୟା ବେଲେ ଏହା କିପରି ମୁକାବିଲା କରିବ ତାହାର ପରୀକ୍ଷଣ ବାକି ରହିଛି । କିନ୍ତୁ ଏହା ୫୦ ମିଟର ଉଚ୍ଚତାରେ ଆସୁଥିବା ଲହଡିର ସାମ୍ନା କରିଛି । ଏହି ପରୀକ୍ଷଣରେ ଏହା ସଫଳ ମଧ୍ୟ ହୋଇଛି । ଜାହାଜରେ ଶତାଧିକ ରେଡିଓ ଡାଟା ରହିଛି । ଯାହା ସାମୁଦ୍ରିକ ଜୀବଜଗତକୁ ଠାବ ଓ ଚିହ୍ନଟ କରିପାରିବ ।

ଯେହେତୁ ଏହି ଜାହାଜ ସମ୍ପୂର୍ଣ୍ଣ ଭାବେ ନୂଆ, ତେଣୁ ଏହାକୁ ପ୍ରସ୍ତୁତ କରିଥିବା ଟିମ୍ ଏହା ଉପରେ ୨୪ ଘଣ୍ଟା ନଜର ରଖୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.