୧୦ମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସିବିଏସଇଙ୍କ ନୂଆ ନିର୍ଦ୍ଦେଶନାମା, ୬ଟି ନିର୍ଦ୍ଦେଶ ପାଳନ ନହେଲେ ପରୀକ୍ଷା ଦେବାକୁ ଅଯୋଗ୍ୟ ବିବେଚିତ ହେବେ ପ୍ରାର୍ଥୀ

Published By : Prameya-News7 Bureau | September 03, 2019 IST

ନୂଆଦିଲ୍ଲୀ : ୨୦୨୦ ମସିହାରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପୁଣି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ବିଦ୍ୟାଳୟରେ ୭୫ ପ୍ରତିଶତରୁ କମ୍ ଉପସ୍ଥାନ ହାର ଥିଲେ ଛାତ୍ରଛାତ୍ରୀ ଆଉ ସ୍କୁଲ ଜରିଆରେ ବୋର୍ଡ ପରୀକ୍ଷା ଲାଗି ଫର୍ମ ଫିଲପ୍ କରିପାରିବେନି ବୋଲି ଘୋଷଣା କରିଛନ୍ତି। କମ୍ ଉପସ୍ଥାନ ହାରଥିବା ଛାତ୍ରଛାତ୍ରୀ ସିଧା ବୋର୍ଡ ମାଧ୍ୟମରେ ଫର୍ମ ଫିଲପ କରିବେ। ଏଥିଲାଗି ୧ରୁ ୭ ଜାନୁୟାରୀ ପର୍ଯ୍ୟନ୍ତ ସିବିଏସଇ ଦିନ ଧାର୍ଯ୍ୟ କରିଛନ୍ତି।

{"id":152596,"width":580,"height":325}

ଏଥିଲାଗି ସିବିଏସଇ ୬ଟି ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରୁକେଉଁ ଗୋଟିଏ ବି ପାଳନ ନ ହେଲେ ଛାତ୍ରଛାତ୍ରୀ ଆଗାମୀ ବୋର୍ଡ ପରୀକ୍ଷା ଲାଗି ଅଯୋଗ୍ୟ ହୋଇପାରନ୍ତି। ଏଥିରେ ପ୍ରଥମ ନିର୍ଦ୍ଦେଶନାମା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଲାଗି ରହିଛି। ଯେଉଁଥିରେ ସେମାନେ ଛାତ୍ରଛାତ୍ରୀଙ୍କ ନିୟମିତ ସ୍କୁଲରେ ଉପସ୍ଥାନପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ଦ୍ୱିତୀୟ ନିର୍ଦ୍ଦେଶନାମା ଛାତ୍ରଛାତ୍ରୀଙ୍କ ଲାଗି ରହିଛି। ଏଥିରେ ତାଙ୍କର ବିଦ୍ୟାଳୟ ଉପସ୍ଥାନ ହାର ନେଇ ନିଜେ ସଚେତନ ରହିବାକୁ କୁହାଯାଇଛି।

{"id":152597}

ସେହିପରି ତୃତୀୟ ନିର୍ଦ୍ଦେଶନାମାରେ ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଛୁଟି ବାଦେ ସମୟ ବିଦ୍ୟାଳୟକୁ ଆସିନାହାନ୍ତି ସେ ବାବଦରେ ସେମନେ ଡାକ୍ତରୀ ସାର୍ଟିଫିକେଟ୍ ଉପସ୍ଥାପନ କରିବା ଜରୁରି। ଚତୁର୍ଥ ନିର୍ଦ୍ଦେଶନାମାରେ କମ୍ ଉପସ୍ଥାନ ହାରରହୁଥିବା ଛାତ୍ରଛାତ୍ରୀ ବିଦ୍ୟାଳୟରେ ସେମାନଙ୍କ ଉପସ୍ଥାନ ନେଇ ରେକର୍ଡ ନିଜେ ରଖିବେ। ବୋର୍ଡ ଜାନୁୟାରୀ ୧ ତାରିଖକୁଆଟେଣ୍ଡାନ୍ସ ଗଣନାର ଶେଷ ତିଥି ଧାର୍ଯ୍ୟ କରିଛନ୍ତି। ଏହା ସତ୍ତ୍ୱେ ଉପସ୍ଥାନ ହାର ୭୫ ପ୍ରତିଶତରୁ କମ୍ ହେଲେ ଛାତ୍ରଛାତୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.