ନିହାରିକା ହତ୍ୟାଘଟଣାରେ ମିଳିଲା ନୂଆ ତଥ୍ୟ : ମୋବାଇଲ ଓ ଭ୍ୟାନିଟି ବ୍ୟାଗ କେନାଲ ଭିତରକୁ ଫିଙ୍ଗି ଦେଇଥିଲା କିଶୋର ଆଞ୍ଚଲ, ରିମାଣ୍ଡରେ ଆସିଥିବାବେଳେ ପୋଲିସ ଆଉ କଣ ତଥ୍ୟ ଓଗାଳିଲା ଜାଣନ୍ତୁ…

Published By : Prameya-News7 Bureau | September 25, 2019 IST

ଜଗତସିଂହପୁର୨୫|୯: ସରିଲା କିଶୋର ଆଞ୍ଚଲ ଓରଫ ରାଜାର ରିମାଣ୍ଡ ଅବଧି । ପୁଣି ଜେଲର୍ ଚାରିକାନ୍ଥ ଭିତରକୁ ଫେରି ଯାଇଛି ନର୍ସ ନିହାରିକା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଆଞ୍ଚଲ ।୩ଦିନ ଭିତରେ ପୋଲିସ ରାଜାକୁ ଜେରା କରି ଅନେକ ତଥ୍ୟ ହାସଲ କରିଛି ।

{"id":162615}

ପୋଲିସ  ନିହାରିକା କାମ କରୁଥିବା ନର୍ସିଂ  ହୋମକୁ ଗତ କାଲି ଯାଇଥିବା ସହ ନିହାରିକା ବାଵଦରେ ତାର ସହ କର୍ମୀ ମାନଙ୍କଠାରୁ ପଚାରି ବୁଝିବା ସହ ରାଜା କେତେ ଥର ଏଠାକୁ ଆସୁଥିଲା ଓ ଉଭୟଙ୍କ ମଧ୍ୟରେ କିପରି ପ୍ରେମ ସମ୍ପର୍କ ଥିଲା ଓ କେତେ ବର୍ଷ ହେଲା ଥିଲା  ସେ ବାଦରେ ମଧ୍ୟ ପୋଲିସ ପଚାରି ବୁଝିଥିଲା ।

{"id":161966}

୮ତାରିଖ  ସନ୍ଧ୍ୟା ୫ଟା ୩୦ ସମୟରେ ରାଜା ନିହାରିକାଙ୍କୁ ତା ବାଇକରେ ବସାଇ ସାଙ୍ଗ ରଙ୍ଗମିସ୍ତ୍ରୀ ସୁନିଲର ଚାଉଳିଆଗଞ୍ଜ ସ୍ଥିତ ଭଡା ଘରକୁ ଆଣିଥିଲା । ସେହିଠାରେ ନିହାରିକାଙ୍କୁ ହତ୍ୟା କରିବାପରେ ପାଖ ଦୋକାନରୁ ଏକ ଅଖା କିଣିଥିଲା । ସେଥିରେ ମୃତ ଦେହ ପୁରାଇ ବାଇକରେ ବାହାରି ଆସିଥିଲା ରାଜା   ।

{"id":162161}

କାଳେ ବାଟରେ ପୋଲିସ ସନ୍ଦେହ କରି ଅଟକାଇବ ସେ ଭୟରେ  ଅପରାଧୀ ରାଜା କଟକ-ଜଗତସିଂହପୁର ମୁଖ୍ୟ ରାସ୍ତାରେ ନଯାଇ ନୂଆ ବଜାର ନିକଟରୁ କେନାଲ ବନ୍ଧରେ ଆସି ବିରିଡି ଥାନା ନୂଆପାରି ନିକଟରେ ବିଲୁଆଖାଇ ନଦୀରେ ମୃତ ଦେହକୁ ଫିଙ୍ଗି ଦେଇଥିଲା । ବାଟରେ ଗଲା ବେଳେ ନିହାରିକା ବ୍ୟବହାର କରୁଥିବା ମୋବାଇଲ ଫୋନକୁ ସୁଇଛ ଅଫ କରି କେନାଲରେ ଫିଙ୍ଗି ଦେବା ସହ ଭ୍ୟାନିଟ ବ୍ୟାଗକୁ ମଧ୍ୟ କେନାଲକୁ ଫିଙ୍ଗି ଦେଇଥିଲା ।

{"id":161852}

ରାଜାର କଲ ଡିଟେଲସ ମଧ୍ୟ ପୋଲିସ ଯାଞ୍ଚ କରିଥିବା ସହିତ ହତ୍ୟାକାଣ୍ଡ ଘଟିଥିବା ଘରକୁ ଫରେନସିକ ଟିମ ଯାଇ କାନଫୁଲ ଓ ଦୁଇଟି ସ୍ଥାନରେ ପଡିଥିବା ରକ୍ତ ଛିଟା ସଂଗ୍ରହ କରି ଲାବ୍ରୋଟରୀକୁ ପଠାଇଛି । ତଦନ୍ତ ଜାରି ରହିଥିବା ବେଳେ ଭିଷେରା ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ର ଚୂଡାନ୍ତ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି । ଆବଶ୍ୟକ ପଡ଼ିଲେ ୧୫ ଦିନ ପରେ ପୁନର୍ବାର ରାଜାକୁ ରିମାଣ୍ଡ ରେ ଅଣାଯିବ ବୋଲି ଏସପି କହିଛନ୍ତି ।

{"id":161524}

ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଚନ୍ଦ୍ର ଆଞ୍ଚଳର ଆଜି ତିନି ଦିନିଆଁ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି  ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ରାଜାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ତାକୁ ଜଗତସିଂହପୁର ଏସଡିଜେଏମ କୋର୍ଟରେ ପୁନର୍ବାର ହାଜର କରାଯିବା ସହ ପୁଣି ଜଗତସିଂହପୁର ଉପକାରାଗାରକୁ ଫେରି ଯାଇଛି ରାଜା ।

{"id":160749,"width":598,"height":356}

ରାଜା ନିହାରିକା ଙ୍କୁ ହତ୍ୟା କରିଥିବା ନିଜେ ପୋଲିସ ଆଗରେ  ସ୍ବୀକାର କରିଥିଲା । ତେବେ ତାକୁ  ଅଧିକ ପଚରା ଉଚରା ପାଇଁ ଗତ ୨୩ତାରିଖ ଦିନ ୫ଟା ୩୦ମିନିଟରେ ବିରିଡି ପୋଲିସ ତାକୁ ୩ଦିନ ରିମାଣ୍ଡରେ ନେଇଥିଲା ।ରାଜାକୁ ଏକ ଅଜ୍ଞାନ୍ତ  ସ୍ଥାନରେ ରଖି ପୋଲିସ ଅଧିକ ଜେରା କରିଥିଲା ।

{"id":161997}

ତେବେ ରାଜା ନିହାରିକାଙ୍କୁ କିପରି ମାରିଲା ଓ କାହିଁକି ମାରିଲା ସେ ବାବଦରେ ସାଧାରଣରେ ଏକ ପ୍ରକାର ଦ୍ୱନ୍ଦ ସୃଷ୍ଟି ହୋଇଥିବା ବେଳେ ପୋଲିସ କେବେ ଏହାର ପର୍ଦା ଫାସ କରୁଛି ତାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.