Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ସାମ୍ନାକୁ ଆସିଲା ଭିସୁଟ୍ କରୋନା ମାମଲାର ସାଂଘାତିକ ତଥ୍ୟ, କିଟ୍ ଯୋଗାଣକାରୀଙ୍କ ଦାବି- ଠିକ୍ ରହିଛି ଆଣ୍ଟିଜେନ କିଟ୍, କାହା ରିପୋର୍ଟ ସତ ?

7/03/2021 at 8:41 PM

ସମ୍ବଲପୁର ୦୭।୦୩: ସାମ୍ନାକୁ ଆସିଛି ବୁର୍ଲା ଭିସୁଟ୍ ଛାତ୍ରୀଛାତ୍ରୀ କରୋନା ପଜିଟିଭ୍ ଓ ପରବର୍ତ୍ତୀ ମୂହୁର୍ତ୍ତରେ ନେଗେଟିଭର କିଛି ସାଂଘାତିକ ତଥ୍ୟ | ଆଣ୍ଟିଜେନ କିଟ୍ ଠିକ୍ ଥିବାନେଇ ଯୁକ୍ତି ବାଢିଛି କିଟ୍ ଯୋଗାଣକାରୀ ସଂସ୍ଥା ନୂଆଦିଲ୍ଲୀର ମେସର୍ସ ଓସ୍କାର ମେଡିକେୟାର ପ୍ରାଇଭେଟ୍ ଲିମିଟେଡ୍ । ନ୍ୟୁଜ୍ ସେଭେନ ହାତରେ ଲାଗିଛି ଓସ୍କାର ମେଡିସିନ ପ୍ରାଇଭେଟ ଲିମିଟେଡ, ଓଡିଶା ରାଜ୍ୟ ଔଷଧ ନିଗମକୁ ପ୍ରଦାନ କରିଥିବା ଲାଇଭ୍ ଡେମୋର ରିପୋର୍ଟ | ଏକଥା ସାମ୍ନାକୁ ଆସିବା ପରେ ଲୋକଙ୍କ ଜୀବନ ସହ ନଖେଳି ତଦନ୍ତ ଦାବି କରିଛନ୍ତି ସମ୍ବଲପୁର ବାର୍ ଆସୋସିଏସନ ସଭାପତି।

ବୁର୍ଲା ଭିସୁଟ୍ ଛାତ୍ରଛାତ୍ରୀଙ୍କୁ କରୋନା ନେଇ ସତ କଣ ?  କରୋନା ପଜେଟିଭ୍ ରିପୋର୍ଟ ସତ ନା ମିଛ ? ଏ ନେଇ ନ୍ୟୁଜ୍ ସେଭେନ ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ | ୫ପୃଷ୍ଠା ସମ୍ବଳିତ ଏହି ପତ୍ର ଭିମସାର ସୁପରିଟେଣ୍ଡଣ୍ଟକୁ ଲେଖାଯାଇଛି । ଯେଉଁଥିରେ ସ୍ପଷ୍ଟଭାବେ ଉଲ୍ଲେଖ ରହିଛି ଯେ ଭିମସାରର କୋଭିଡ ଟେଷ୍ଟ ସେଣ୍ଟରର ନୋଡାଲ ଅଧିକାରୀ ପ୍ରଫେସର ସୁଦର୍ଶନ ପୋଥାଲଙ୍କ ଉପସ୍ଥିତିରେ ଭୁବନେଶ୍ବର ଆଇସିଏମଆର୍ କିଟ୍ ଗୁଡିକର ଲାଇଭ ଡେମୋ ଟେଷ୍ଟ କରାଯାଇଥିଲା | ତୃଟି ଅଭିଯୋଗ ଆସିଥିବା କିଟର ବ୍ୟାଚ୍ ନମ୍ବର ସିଏଜି -ଡି 008 ଓ ଡି- 014ର ଉଭୟ ଆଣ୍ଟିଜେନ୍ ଓ ଆରଟିପିସିଆର୍ ଟେଷ୍ଟରେ କିଟ୍ ଠିକ୍ ଥିବା ଯୋଗାଣକାରୀ ସଂସ୍ଥା ଦାବି କରିଛି |  ଆଉ ଏନେଇ ସେ ଓଡିଶା ରାଜ୍ୟ ଔଷଧ ନିଗମକୁ ମେଲ ଜରିଆରେ ରିପୋର୍ଟ ପ୍ରଦାନ  କରିଛି | ଯାହାର କପି ଓଡିଶା ରାଜ୍ୟ ଔଷଧ ନିଗମ ଭିମସାର ସୁପରିଟେଣ୍ଡଣ୍ଟକୁ ପ୍ରଦାନ କରିଛି । ଏହାପରେ ସମ୍ବଲପୁରବାସୀଙ୍କ ମନରେ ପସିଛି ଛନକା | ଏନେଇ ସତ କଣ, ମିଛ କଣ ତଦନ୍ତ ଦାବି କରିଛନ୍ତି ଜିଲ୍ଲା ଓକିଲ ସଂଘର ସଭାପତି  ।

ଲାଇଭ ଡେମୋ ଟେଷ୍ଟ ପାଇଁ ୬୦ ଜଣଙ୍କଠାରୁ ସ୍ବାବ ନମୁନା ନିଆଯାଇଥିଲା । ୪ ଓ ୫ ତାରିଖରେ ଭୁବନେଶ୍ବର ଆଇସିଏମଆରରେ ଏହାର ଟେଷ୍ଟ କରାଯାଇଥିଲା | ଯେଉଁଥିରେ ଓସ୍କାର କମ୍ପାନୀର ୪୫ ଓ ଆଲପାଇନର ୧୫ଟି କିଟ୍ ବି ରହିଥିଲା । ଉଭୟ ୬୦ଟି ନମୂନାକୁ ଆଣ୍ଟିଜେନ ଓ ଆରଟିପିସିଆରରେ ଟେଷ୍ଟ କରାଯିବାରୁ ରେଜଲ୍ଟ ସମାନ ଆସିଛି । ତେଣୁ  କିଟ୍ ରେ କୌଣସି ତୃ଼ଟି ନଥିବା ଦାବିକୁ ଏହା ଦୃଢିଭୁତ କରୁଛି |  ତେଣୁ ଏହି ଘଟଣାର ସଠିକ୍ ତଦନ୍ତ ଦାବି କରାଯାଇଛି।

   Related Posts