Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲ ନୂଆ ତଥ୍ୟ : ୪/୫ ଦିନ ପୂର୍ବରୁ ହୋଇଥିଲା ହତ୍ୟା, ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ଖାଇଥିଲେ ଭାତ

23/07/2021 at 4:57 PM

ଭୁବନେଶ୍ବର ୨୩।୭: କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୋଲିସ ନିକଟରେ ପହଞ୍ଚିଛି ପୋଷ୍ଟମର୍ଟମ ରିପୋର୍ଟ। ତେବେ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ଯୁବକ ଜଣଙ୍କ ଭାତ ଖାଇଥିଲେ । ଯୁବକଙ୍କ ବୟସ ୧୮ରୁ ଅଧିକ ଏବଂ ୨୫ରୁ କମ୍ ବୋଲି ଜଣାପଡିଛି । ଯୁବକଙ୍କ ଉଚ୍ଚତା ୧୭୩ ସେ.ମି.। ୪/୫ ଦିନ ପୂର୍ବରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି ।  

ତେବେ ଭିସେରା ରିପୋର୍ଟ ଫୋରେନସିକ୍ ଲ୍ୟାବକୁ ପଠାଯିବ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି । କିନ୍ତୁ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିନାହିଁ ।  ଭିସେରା ରିପୋର୍ଟ ଆସିଲେ ଘଟଣା ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ଏମ୍ସ ଅଧୀକ୍ଷକ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କୁଆଖାଇ ନଦୀପଠାରୁ ଗତ ୨୨ ତାରିଖରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବାଲି ଭିତରେ ପୋତିହୋଇ ରହିଥିବା ବେଳେ ମୃତଦେହକୁ ଉଦ୍ଧାର କରିଥିଲା କମିଶନରେଟ୍ ପୋଲିସ ।  ଯୁବକଙ୍କ ଶରୀରର ଅନେକ ଅଂଶ ପଚି ଯାଇଥିବା ଦେଖିବାକୁ ମିଳିଥିଲା । ମୃତଦେହକୁ ଗତ ୪ରୁ ୫ଦିନ ପୂର୍ବରୁ କେହି  ଏଠାରେ ପୋତିଦେଇଥିବା  ସନ୍ଦେହ କରୁଥିଲା ପୋଲିସ ।  ବାଲି ତଳୁ ମୃତଦେହକୁ ଉଦ୍ଧାର କରି କମିଶନରେଟ୍ ପୋଲିସ ଏମ୍ସକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା । ଯୁବକଙ୍କୁ ହତ୍ୟା କରିବା ପରେ କେହି ଏଠାରେ ପୋତିଦେଇଥିବା ସନ୍ଦେହ କରୁଥିଲା କମିସନରେଟ୍ ପୋଲିସ ।

   Related Posts