ଭୋଡାଫୋନ-ଆଇଡିଆ ଲଞ୍ଚ୍ କଲେ ଦମଦାର ପ୍ଲାନ୍, ମିଳିବ ଅନଲିମିଟେଡ୍ କଲିଂ ସହ ୮ ଜିବି ଡାଟା
15/03/2020 at 6:29 PM

ନୂଆଦିଲ୍ଲୀ, ୧୫|୦୩: ଟେଲିକମ କମ୍ପାନୀ ଭୋଡାଫୋନ ଓ ଆଇଡିଆ ଜିଓ ସହ ବୃଦ୍ଧି ପାଉଥିବା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଦୁଇଟି ନୂଆ ପ୍ଲାନ ଲଞ୍ଚ କରିଛନ୍ତି। କମ୍ପାନୀ ୨୧୮ ଓ ୨୪୮ ଟଙ୍କାର ଦୁଇଟି ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ୍ କଲ ସହ ଡାଟା ମଧ୍ୟ ମିଳିବ। ସେହିପରି କମ୍ପାନୀ ଏହି ଦୁଇଟି ପ୍ଲାନରେ ପ୍ରିମିୟମ ଆପରେ ଫ୍ରି ସବସ୍କ୍ରିପସନ୍ ମଧ୍ୟ ଦେଉଛି।

୨୧୮ ଟଙ୍କାର ପ୍ଲାନରେ ୬ ଜିବି ଡାଟା ଓ ୧୦୦ ଏସଏମଏସ ମିଳିବ। ଏହା ବ୍ୟତୀତ ୟୁଜରଙ୍କୁ କୌଣସି ନେଟଓ୍ୱାର୍କରୁ ଅନଲିମିଟେଡ୍ କଲିଂ ସୁବିଧା ମଧ୍ୟ ମିଳିବ। ଏହା ବ୍ୟତୀତ ଭୋଡାଫୋନ ପ୍ଲେ ଓ ଜି୫ ପ୍ରିମିୟମ ଆପର ସବସ୍କ୍ରିପସନ୍ ମାଗଣାରେ ମିଳିବ। ଏହାର ବୈଧତା ରହିଛି ୨୮ ଦିନ।
୨୪୮ ଟଙ୍କାର ପ୍ଲାନରେ ୟୁଜରଙ୍କୁ ୮ ଜିବି ଡାଟା ସହ ୧୦୦୦ ଏସଏମଏସ ଫ୍ରି ମିଳିବ। ଆହୁରି ମଧ୍ୟ ସମସ୍ତ ନେଟଓ୍ୱାର୍କକୁ ଅନଲିମିଟେଡ୍ କଲ ଓ ଜି୫ର ଫ୍ରି ସବସ୍କ୍ରିପସନ ମିଳିବ। ଏହାର ବୈଧତା ମଧ୍ୟ ୨୮ ଦିନ ରହିଛି। ତେବେ କମ୍ପାନୀ ୨୪୯ ଟଙ୍କାର ଏକ ପ୍ଲାନ ଲଞ୍ଚ୍ କରିଛି। ଏଥିରେ ଦୈନିକ ୩ ଜିବି ଡାଟା ମିଳିବ। ଏହାସହ ସମସ୍ତ ନେଟଓ୍ୱାର୍କକୁ ଅନଲିମିଟେଡ୍ କଲିଂ ସୁବିଧା ମିଳିବ। ଏହି ପ୍ୟାକର ବୈଧତା ୨୮ ଦିନ ରହିଛି।

କମ୍ପାନୀର ୩୯୯ ପ୍ଲାନରେ ୟୁଜରଙ୍କୁ ଦୈନିକ ୩ଜିବି ଡାଟା ସହ ୫୬ ଦିନର ଭାଲିଡିଟି ମଳିବ। ଏହାସହ ଏଥିରେ ଅନଲିମିଟେଡ୍ କଲିଂ ସୁବିଧା ମଧ୍ୟ ରହିଛି।