Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବଜାରକୁ ଆସିବ ହ୍ୟୁଣ୍ଡାଇର ସବୁଠାରୁ ଶସ୍ତା ଏସୟୁଭି, ଦାମ୍ ୧୦ ଲକ୍ଷ ଟଙ୍କାରୁ କମ୍

17/11/2020 at 10:40 AM

ନୂଆଦିଲ୍ଲୀ,୧୭|୧୧: ହ୍ୟୁଣ୍ଡାଇ ଆତିଶୀଘ୍ର ବଜାରକୁ ଶସ୍ତା ଏସୟୁଭି ଆଣିବାକୁ ଯାଉଛି । ଏହି ଏସୟୁଭି ଉପରେ କାମ ମଧ୍ୟ ଆରମ୍ଭ ହୋଇଗଲାଣି । ଏହା ସ୍ମାର୍ଟ୍ ଇଭି ପ୍ରୋଜେକ୍ଚ ଆଧାରରେ ତିଆରି କରାଯାଉଛି । ଏହି ମିନି ଇଲେକ୍ଟ୍ରିକ୍ ଏସୟୁଭିର ୯୦ ପ୍ରତିଶତ ଅଂଶ ଭାରତରେ ପ୍ରସ୍ତୁତ ହୋଇଛି । ୨୦୨୩ରେ ଏହି କାର ଲଞ୍ଚ୍ ହୋଇପାରେ ।

ଏହି କାର୍‌ର ଦାମ୍ କେତେ ରହିବ ସେନେଇ କିଛି ସୂଚନା ମିଳିପାରି ନାହିଁ । ତେବେ ୧୦ ଲକ୍ଷ ଟଙ୍କା ମଧ୍ୟରେ ଏହାର ଦାମ୍ ରହିପାରେ ବୋଲି ଅନୁମାନ କରାଯାଉଛି । କମ୍ପାନୀ ଏହାକୁ ହ୍ୟୁଣ୍ଡାଇ ଏଏକ୍ସ ନାଁ ଦେଇଛି । ନିକଟରେ ଦକ୍ଷିଣ କୋରିଆରେ ଟେଷ୍ଟିଂ ବେଳେ ଏହାକୁ ପ୍ରଦର୍ଶନ କରାଯାଇଥିଲା ।

ନୂଆ ଅବତାରରେ କୋନା ଇଲେକ୍ଟ୍ରିକ୍

କମ୍ପାନୀ କିଛି ସମୟ ପୂର୍ବରୁ କୋନା ଇଲେକ୍ଟ୍ରିକର ଫେସଲିଫ୍ଟ୍ ଭର୍ସନ ଲଞ୍ଚ୍ କରିଥିଲା । ଅନଗୋଇଂ ମଡେଲ ତୁଳନାରେ ନୂଆ ମଡେଲ୍ ୪୦ ମିମି ଅଧିକ ଲମ୍ବା ଅଟେ । ଏହି କାର୍ ପାଇଁ ୧୬ଟି ରଙ୍ଗର ବିକଳ୍ପ ରହିଛି । ଏହାମଧ୍ୟରୁ ୮ ଟି ନୂଆ ରଙ୍ଗ ରହିଛି ଯାହା ପ୍ରଥମ ଥର ପାଇଁ ଉପଲବ୍ଧ ହେଉଛି ।

ଏଥିରେ ୩୯.୨ ଓ ୬୪ କେଡବ୍ଲ୍ୟୁଏଚର ଦୁଇଟି ବ୍ୟାଟେରୀ ଅପସନ୍ ଦିଆଯାଇଛି । ଏହାସହ ୧୩୬ ଏଚପି ଓ ୨୦୪ଏଚପିର ପାଓ୍ୱାର ମିଳୁଛି ।  ଏହି ଇଲେକ୍ଟ୍ରିକ୍ କାର ଛୋଟ ବ୍ୟାଟେରୀ ସହ ୩୦୫ କିମି ବଡ ବ୍ୟାଟେରୀରେ ୪୮୦ କିମି ଯାଇପାରିବ । ଭାରତରେ ଏହି କାରର ୨୦୧୯ ମଡେଲର ଦାମ୍ ୨୩.୯ ଲକ୍ଷ ଟଙ୍କା ରହିଛି ।

   Related Posts