Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଶା ଭିତରେ ମ୍ୟାଲେରିଆ ପ୍ରତିରୋଧକ ଭୁତାଣୁ ଥିବା ଠାବ କରିଛନ୍ତି ବୈଜ୍ଞାନିକ: କେନିୟାରେ ଗବେଷଣାରୁ ମିଳିଛି ସଫଳତା

7/05/2020 at 2:17 PM

ନୂଆଦିଲ୍ଲୀ ୦୭/୦୫ : ବୈଜ୍ଞାନିକମାନେ ମଶାଙ୍କ ପ୍ରଜନନ ଅଙ୍ଗରୁ ଏକ ସୁକ୍ଷ୍ମ ଜୀବ ଆବିଷ୍କାର କରିଛନ୍ତି ଯାହା ମ୍ୟାଲେରିଆ ବାହକରୁ ରକ୍ଷା କରିପାରିବ | ଗବେଷକଙ୍କ କହିବାନୁଯାୟୀ, ଏହି ସୁକ୍ଷ୍ମ ଜୀବ କେନିୟାର ବ୍ୟାକ୍ଟେରିଆ ଯୁକ୍ତ ଏକ ଝରଣା କୁଳରେ ଥିବା ମଶାରୁ ମିଳିଛି | ଏହି ମଶା ମ୍ୟାଲେରିଆ ବିସ୍ତାର କରିବାରେ ରୋକିଥାଏ | ଆମେରିକାର ଗ୍ଲାସଗୋ ୟୁନିଭର୍ସିଟି ଏବଂ କେନୟାର ଇନ୍ଟରନ୍ୟାଶନାଲ ସେଣ୍ଟର ଅଫ ଇନସେକ୍ଟ ଫିଜିଓଲୋଜି ଆଣ୍ଡ ଇକୋଲୋଜି ମିଳିତ ଭାବେ ଏହି ଗବେଷଣା କରିଛନ୍ତି |

ବୈଜ୍ଞାନିକମାନେ ଏହି ସୁକ୍ଷ୍ମ ଜୀବକୁ ମାଇକ୍ରୋସ୍ପୋରିଡିଆ ଏମବି ନାଁ ଦେଇଛନ୍ତି | ଏହା ମଶାର ପ୍ରତିରକ୍ଷା ଅର୍ଥାତ ପ୍ରତିରୋଧକ କ୍ଷମତାକୁ ଶକ୍ତିଶାଳୀ କରି ମ୍ୟାଲେରିଆ ପରଜୀବି ସହ ଲଢ଼ିବା ପାଇଁ କ୍ଷମତା ବୃଦ୍ଧି କରିଥାଏ | ଗବେଷକ ଡା.ଜେରେମ ହେରେନ କହିଛନ୍ତି ଯେ, ସୁକ୍ଷ୍ମ ଜୀବ ମଶାଙ୍କ ମଧ୍ୟରେ ମ୍ୟାଲେରିଆ ପରଜୀବି ପ୍ଲାଜମୋଡିୟମକୁ ବିସ୍ତାର ହେବାରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରୋକିପାରେ | ଏହିପରି ଭାବେ ସେ ମ୍ୟାଲେରିଆ ଜନ୍ମ କରୁଥିବା ପ୍ଲାଜମୋଡିୟମର ବାହକ ହୋଇପାରିନଥାଏ |

ଗବେଷଣାରୁ ଜଣାପଡିଛି ସୁକ୍ଷ୍ମଜୀବ ମାଇକ୍ରୋସ୍ପୋରିଡିଆର କବକ ସହିତ ଅନେକ ସାମଞ୍ଜସ୍ୟ ରହିଛି | ପ୍ରତି ୨୦ ମିନିଟରେ ଗୋଟିଏ ମଶାରେ ମାଇକ୍ରୋସ୍ପୋରିଡିଆ ମିଳିଥାଏ | ଥରେ ମଶାରେ ମାଇକ୍ରୋସ୍ପୋରିଡିଆ ଜନ୍ମ ହେବାପରେ ଏହା ସମ୍ପୂର୍ଣ ଜୀବନକାଳ ଯାଏଁ ଜୀବନ୍ତ ରହେ | ଯେକୌଣସି ଅଞ୍ଚଳର ୪୦ ପ୍ରତିଶତ ମଶା ଏହି ସୁକ୍ଷ୍ମଜୀବ ଦ୍ୱାରା ସଂକ୍ରମିତ ହୋଇପାରନ୍ତି | 

ନେଚର କମ୍ୟୁନିକେସନରେ ପ୍ରକାଶିତ ଗବେଷଣା ଅନୁଯାୟୀ, ଗବେଷକ ଅନୁସନ୍ଧାନ କରୁଛନ୍ତି ଯେ, ଅଧିକ ସଂଖ୍ୟକ ମଶା ସୁକ୍ଷ୍ମଜୀବ ମାଇକ୍ରୋସ୍ପୋରିଡିଆ ଦ୍ୱାରା କାହିଁକି ସଂକ୍ରମିତ ହେଉଛନ୍ତି | ମ୍ୟାଲେରିଆ ଯୋଗୁଁ ପ୍ରତିବର୍ଷ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ | ସବୁଠାରୁ ଅଧିକ ୫ ବର୍ଷରୁ କମ ବୟସ ଶିଶୁଙ୍କ ମୃତ୍ୟୁ ହୋଇଥାଏ | କେବଳ ଆଫ୍ରିକାରେ ପ୍ରତିବର୍ଷ ୨.୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ |

ଗ୍ଲାସଗୋ ୟୁନିଭର୍ସିଟିର ଗବେଷକ ପ୍ରଫେସର ସ୍ଟିବେନ ସିମକିନ୍ସ କହିଛନ୍ତି ଯେ, ମଶା ଉପରେ ଏକ ନୂତନ ଗବେଷଣା କରାଯାଇଛି | ଏହି ସୁକ୍ଷ୍ମଜୀବରେ ମ୍ୟାଲେରିଆ ପ୍ରତିରୋଧକ ଶକ୍ତି ଥିବା ଜାଣି ବୈଜ୍ଞାନିକ ବହୁତ ଉତ୍ସାହିତ ବୋଲି ସେ କହିଛନ୍ତି | ଗବେଷଣାରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି | ଏହା ସାହାଯ୍ୟରେ ଭବିଷ୍ୟତରେ ମ୍ୟାଲେରିଆ ଜନ୍ମ କରିଥିବା ସୁକ୍ଷ୍ମଜୀବକୁ କିଭଳି ଆଉ ଏକ ସୁକ୍ଷ୍ମଜୀବ ପ୍ରତିରୋଧକ କାମ କରିବ ତାହା ଦେଖିବା ରୋମାଞ୍ଚକ ହେବ ବୋଲି ସେ କହିଛନ୍ତି |

   Related Posts