Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଲଞ୍ଚ୍ ହେଲା ହୋଣ୍ଡାର ଦମଦାର୍ ବାଇକ୍ ହାୟନେସ୍ ସିବି ୩୫୦, ରହିଛି ସ୍ମାର୍ଟ ଫିଚର୍, ଦାମ୍ ମାତ୍ର ଏତିକି

8/10/2020 at 9:03 PM

ନୂଆଦିଲ୍ଲୀ, ୦୮ ।୧୦: ହୋଣ୍ଡା ଗୁରୁବାର ଦମଦାର୍ ବାଇକ୍ ହାୟନେସ୍ ସିବି ୩୫୦ ଲଞ୍ଚ୍ କରିଛି । ଦଶହରା ପୂଜାକୁ ନଜରରେ ରଖି କମ୍ପାନୀ ଏହାକୁ ଲଞ୍ଚ୍ କରିଛି ।

ହାୟନେସ୍ ସିବି୩୫୦ର ପ୍ରାରମ୍ଭିକ ଦାମ୍ ରହିଛି ୧ ଲକ୍ଷ ୮୫ ହଜାର ଟଙ୍କା । ଏହା ଦୁଇଟି ଭାରିଏଣ୍ଟରେ ଉପଲବ୍ଧ । ଡିଏଲଏକ୍ସ ଓ ଡିଏଲଏକ୍ସ ଭାରିଏଣ୍ଟରେ ଏହି ବାଇକ୍ ଉପଲବ୍ଧ ହେବ ।

ଏହି ବାଇକ ଇଞ୍ଜିନର କ୍ଷମତା ହେଉଛି ୩୫୦ ସିସି । ଏହା ୪ ଷ୍ଟ୍ରୋକ୍ ଇଞ୍ଜିନ ବିଶିଷ୍ଟ । ଏହା ସର୍ବାଧିକ ୨୦.୮ ପିଏସର ପାଓ୍ୱାର ଜେନେରେଟ୍ କରିଥାଏ । ସେହିପରି ୩୦ ଏନଏମର ଟର୍କ ମଧ୍ୟ ସୃଷ୍ଚି କରିଥାଏ । ଏଥିରେ ହୋଣ୍ଡା ସିଲେକ୍ଟେବଲ ଟର୍କ କଣ୍ଟ୍ରୋଲ , ସ୍ମାର୍ଟଫୋନ୍ ଭଏସ କଣ୍ଟ୍ରୋଲ ସିଷ୍ଟମ, ଆସିଷ୍ଟ, ସ୍ଲିପର୍ କ୍ଲଚ୍, ଆଡଭାନ୍ସଡ୍ ଡିଜିଟାଲ ଆନାଲୋଗ ସ୍ପିଡୋମିଟର୍ ଓ ଏଲଇଡି ପ୍ୟାକେଜ୍ ରହିଛି ।

ଏହାର ଡିଜାଇନ ଦମଦାର୍ ରହିଛି । ଏହା ଆପଣହଙ୍କୁ କ୍ରୁଜିଂର ମଜା ଦେବ । ଏହାର ସମସ୍ତ ଲ୍ୟାଂମ୍ପ୍ ଏଲଇଡିଯୁକ୍ତ ଅଟେ । ବାଇକରେ ଲାଗିଥିବା କ୍ରୋମ୍ ପ୍ଲେଟ୍ ପ୍ରିମିୟମ୍ ଲୁକ୍ ଦେଇଥାଏ ।

ଏହି ବାଇକ୍ ଉପରେ କମ୍ପାନୀ ୬ ବର୍ଷର ଓ୍ୱାରେଣ୍ଟି ପ୍ରଦାନ କରୁଛି । ଏହି ବାଇକ ଯୁବ ପିଢୀକୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ହୋଣ୍ଡାର ପରିଚାଳନା ନିର୍ଦ୍ଦେଶକ ଅତସୁସୀ ଓଗାଟା କହିଛନ୍ତି ।

   Related Posts