ମାତ୍ର ୧୧୦୦ ଟଙ୍କାର ଡାଉନ ପେମେଣ୍ଟରେ କିଣିପାରିବେ ହୋଣ୍ଡା ଆକ୍ଟିଭା ୧୨୫ ସିସିର ସ୍କୁଟି, ମିଳିବ ମଧ୍ୟ ୭୦୦୦ ଟଙ୍କାର କ୍ୟାସବ୍ୟାକ୍, ଜାଣନ୍ତୁ ଅଫର୍

Published By : Prameya-News7 Bureau | September 11, 2019 IST

ନୂଆଦିଲ୍ଲୀ୧୧|୯: ଦୁଇ ଚକିଆ ଯାନ ସ୍କୁଟି କିଣିବା ପାଇଁ ଆପଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି।ବଜାରରେ ବିଭିନ୍ନ କମ୍ପାନିର ସ୍କୁଟି ସୋରୁମ୍‌ରେ ବିକ୍ରି ହେଉଛି।ସେଥିମଧ୍ୟରୁ ହୋଣ୍ଡା କମ୍ପାନିର ଆକ୍ଟିଭା ସ୍କୁଟି ବହୁତ ଲୋକପ୍ରିୟ ହୋଇପାରିଛି।ହୋଣ୍ଡା ଆକ୍ଟିଭା ୧୨୫ ସିସି ସ୍କୁଟି ଉପରେ ନୂଆ ଅଫର ଆସିଛି। ଏହି ଅଫରରେ ଆପଣ ୨୧୦୦ ଟଙ୍କାରୁ ୭୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟକ୍‌ ପାଇ ପାରିବେ।

ହୋଣ୍ଡା ଆକ୍ଟିଭା ସ୍କୁଟି କିଣିବା  ପାଇଁ ପ୍ରଥମ ସୁଯୋଗ ରହିଛି। ହୋଣ୍ଡା ଆକ୍ଟିଭା ୧୨୫ ସିସିର ସ୍କୁଟିକୁ ମାତ୍ର ୧୧୦୦ ଟଙ୍କା ଡାଉନ ପେମେଣ୍ଟ ଦେଇ କିଣି ପାରିବେ।ଏହି ହୋଣ୍ଡା ଆକ୍ଟିଭା ସ୍କୁଟି ଉପରେ କମ୍ପାନୀ ନୋ କଷ୍ଟ ଇଏମ୍ଆଇ(No cost EMI)ର ସୁବିଧା ଦେଉଛି।ସ୍କୁଟି କିଣିବା ସମୟରେ ଫାଇନାସ୍‌ କମ୍ପାନିଗୁଡିକ ଗ୍ରାହକଙ୍କଠାରୁ ମୋଟା ଅଙ୍କର ପ୍ରୋସେସିଂ ଫିସ୍‌ ନେଇଥାନ୍ତି।କିନ୍ତୁ ହୋଣ୍ଡା ଆକ୍ଟିଭାର ଏହି ଅଫ୍‌ରରେ ଆପଣଙ୍କୁ କୌଣସି ପ୍ରୋସେସିଂ ଫିସ୍‌ ଦେବାକୁ ପଡିବ ନାହିଁ।

ହୋଣ୍ଡା ଆକ୍ଟିଭା ୧୨୫ ସିସିର ସ୍କୁଟି କିଣିଲେ ୨୧୦୦ ଟଙ୍କାର ବେନିଫିଟ୍‌ ଗ୍ରାହକ ପାଇ ପାରିବେ।ଯଦି ପେଟିଏମ ମାଧ୍ୟମରେ ହୋଣ୍ଡା ଆକ୍ଟିଭା ୧୨୫ ସ୍କୁଟି  କିଣିବେ ତେବେ ୭ ହଜାର ଟଙ୍କାର କ୍ୟାସ ବ୍ୟାକ୍ ଗ୍ରାହକଙ୍କୁ ମିଳିବ।ଏହି ଅଫ୍‌ର ସଂପର୍କରେ ଅଧିକ ଜାଣିବା ପାଇଁ ହୋଣ୍ଡା ଟୁ ହ୍ବିଲର କମ୍ପାନୀର ଓ୍ବେବସାଇଟ୍‌ କିମ୍ବା ଟୋଲ ଫ୍ରି ନମ୍ବର 7240400666 ମାଧ୍ୟମରେ ଯୋଗାଯୋଗ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.