Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ନୂତନ ଇତିହାସର ସାକ୍ଷୀ ଅଯୋଧ୍ୟା : ରାମ ମନ୍ଦିରର ଆଧାରଶୀଳା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁପା କୋଦାଳରେ ମାଟି ହାଣି ପୋତିଲେ ପାରିଜାତ ଚାରା

5/08/2020 at 3:04 PM

ଅଯୋଧ୍ୟା, ୦୫|୦୮: ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜନ କରିଛନ୍ତି । ପ୍ରାୟ ୫୦୦ ବର୍ଷର ଅପେକ୍ଷା ପରେ ବୁଧବାର ଅଯୋଧ୍ୟାନଗରୀ ପୁଲକିତ ହୋଇଛି । କୋଟି କୋଟି ରାମ ଭକ୍ତଙ୍କ ସ୍ୱପ୍ନ ସାକାର ହୋଇଛି । ଶୁଭ ମୁହୂର୍ତ୍ତରେ ରାମ ମନ୍ଦିରର ଭୂମି ପୂଜନ ଉତ୍ସବ ସମ୍ପନ୍ନ ହୋଇଛି । ଏହାସହ ମନ୍ଦିରର ଶୁଭାରମ୍ଭ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ରାମ ଜନ୍ମଭୂମି ମନ୍ଦିର ପାଇଁ ଶୀଳା ପ୍ରତିଷ୍ଠା କରିଛନ୍ତି । ଭୂମି ପୂଜନର ଶୁଭ ମୁହୂର୍ତ୍ତ ୧୨ଟା ୪୪ ଥିଲା । ଏହାପୂର୍ବରୁ ସମ୍ପୂର୍ଣ୍ଣ ରୀତିନୀତିରେ ମହାଆୟୋଜନ ଆରମ୍ଭ ହୋଇଯାଇଥିଲା । ୧୨ଟା ୭ରେ ମୋଦୀ ଭୂମି ପୂଜନ ପାଇଁ ପହଁଚିଥିଲେ । ୨ ମିନଟ  ମଧ୍ୟରେ ଭୂମି ପୂଜନ ଆରମ୍ଭ ହୋଇଯାଇଥିଲା 

ଯଜମାନ ଭାବେ ମୋଦୀ ଭୂମି ପୂଜନ ସ୍ଥଳର ଗୋଟିଏ ପାର୍ଶ୍ୱରେ ବସିଥିଲେ । ବିଦ୍ୱାନମାନେ ମନ୍ତ୍ରପାଠ ଆରମ୍ଭ କରିଥିଲେ । ଏହି ସମୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ୍ ମଧ୍ୟ ପୂଜାରେ ସାମିଲ ଥିଲେ । ମୋଦୀ ମଧ୍ୟ ମନ୍ତ୍ରପାଠକୁ ଦୋହରାଉଥିବା ଦେଖିବାକୁ ମିଳିଥିଲା । 

ଶୁଭ ମୁହୂର୍ତ୍ତରେ ମୋଦୀ ଆଧାରଶୀଳା ରଖିଥିଲେ । ଯେଉଁ ସ୍ଥାନରେ ରାମଲାଲା ବିରାଜମାନ ଥିଲେ ସେଠାରେ ୯ଟି ଶୀଳା ରଖାଯାଇଥିଲା । ଏହାକୁ ଧଳା କପଡାରେ ଆଚ୍ଛାଦିତ କରାଯାଇଥିଲା ।

ରାମଲାଲାଙ୍କ ଆରତୀ ପରେ ମୋଦୀ ପାରିଜାତ ଗଛ ଲଗାଇଥିଲେ । ପାରିଜାତ ଚାରା ଲଗାଇବା ପାଇଁ ମୋଦୀଙ୍କ ପାଇଁ ରୁପାର କୋଦାଳ ପ୍ରସ୍ତୁତ କରାଯାଇଥିଲା । ଏହି ଫୁଲକୁ ଭଗବାନ ବିଷ୍ଣୁଙ୍କଠାରେ ପୂଜା କରାଯାଏ । ଏପରିକି ଏହି ଫୁଲକୁ ସ୍ପର୍ଶ କରିବା ପରେ କ୍ଳାନ ପ୍ରଶମିତ ହୋଇଯାଏ ବୋଲି ମଧ୍ୟ ଧାରଣା ରହିଛି ।

   Related Posts