Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଆଜି ନୂତନ ଇତିହାସ ସୃଷ୍ଟି ହୋଇଛି, ମୁଁ ଗଣତନ୍ତ୍ର ଓ ଆମେରିକାର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଉଛି: ଜୋ ବାଇଡେନ୍

20/01/2021 at 11:09 PM

ଓ୍ଵାଶିଂଟନ ୨୦।୦୧: ପଡିଲା ଟ୍ରମ୍ପ ଶାସନର ଯବନିକା ଏବଂ ଆମେରିକାରେ ଆରମ୍ଭ ହେଲା ଜୋ ରବିନେଟ୍ ବାଇଡେନ୍ ଜୁନିୟର ଯୁଗ। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜୋ ବାଇଡେନ୍ ବିଶ୍ଵର ଅନ୍ୟତମ ଗଣତାନ୍ତ୍ରିକ ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ର ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ବାଇଡେନ୍ ରାଜଧାନୀ ଓ୍ଵାଶିଂଟନ ଡିସିରେ କ୍ୟାପିଟାଲ ହିଲ୍ସରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଶଥଥ ପାଠ ପରେ ବାଇଡେନ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଆଜିର ଦିନ ଆମେରିକାର ଦିନ। ଗଣତନ୍ତ୍ରର ବିଜୟ ଘଟିଛି। ଆମେରିକାରେ ଆଜି ନୂତନ ଇତିହାସ ସୃଷ୍ଟି ହୋଇଛି। ଆଜି ଆଶା ଓ ଇତିହାସର ଦିନର ବୋଲି କହିଛନ୍ତି ବାଇଡେନ।

ସେ କହିଛନ୍ତି, ଦେଶରେ ଗଣତନ୍ତ୍ର ସଶକ୍ତ ପାଇଁ ଆମେ ସମସ୍ତେ ଏକତ୍ର ଅଛୁ। ହିଂସା ରାଜନୀତି ବିରୋଧରେ ଆମର ଲଢେଇ ଜାରି ରହିବ। ମୁଁ କୌଣସି ଦଳର ନୁହେଁ ସମଗ୍ର ଆମେରିକାର ରାଷ୍ଟ୍ରପତି। ଦେଶର ଏକତା ପ୍ରତି ମୁଁ ପ୍ରତିଶ୍ରୁତିବଦ୍ଧ। ଦେଶରେ ସଂପ୍ରତି କରୋନା ଏକ ବଡ ସଙ୍କଟ ଭାବେ ଉଭା  ହୋଇଛି। ବିଶ୍ଵ ମହାମାରୀରେ ଆମେରିକାରେ ଲକ୍ଷାଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସ୍ଥିତିର ମୁକାବିଲା ପାଇଁ ମିଶିକି କାମ କରିବା ଏବଂ ଆମେରିକା ଆହୁରି ମଜଭୁତ ହେବ। ଆମର ସେନା ସବୁ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତ। ମୁଁ ଗଣତନ୍ତ୍ର ଓ ଆମେରିକାର ସୁରକ୍ଷା ପାଇଁ ମୁଁ ପ୍ରତିଶ୍ରୁତି ଦେଉଛି। ସେ ଦେଶର ସୁରକ୍ଷା ପାଇଁ ସମସ୍ତ ଆମେରିକାବାସୀଙ୍କୁ ଆହ୍ଵାନ କରିଛନ୍ତି।

ବାଇଡେନ୍ କହିଛନ୍ତି ଆମେରିକା ପଡୋଶୀ ଦେଶ ସହିତ ମଜବୁତ ସଂପର୍କ ସ୍ଥାପନ କରିବ। ଆମେରିକା ନିଜ ସ୍ଥିତିକୁ ସୁଧାରିବ। ଆମେ ଶକ୍ତିରେ ନେତୃତ୍ଵ କରିବୁ ନାହିଁ ବରଂ ଆମ ଶକ୍ତିର ବ୍ୟବହାର କରି କେମିତି କରାଯାଏ ଦର୍ଶାଇବୁ। ଆଉ କେବେ ମଧ୍ୟ କ୍ୟାପିଟାଲ ପରି ହିଂସା ଘଟିବ ନାହିଁ। ମୋର ବିଶ୍ଵାସ ଆମେରିକା ଆଜିର ଆମେରିକାଠୁ ଅଧିକ ଉନ୍ନତ ହେବ।

ବାଇଡେନ୍ ରାଜଧାନୀ ଓ୍ଵାଶିଂଟନ ଡିସିରେ କ୍ୟାପିଟାଲ ହିଲ୍ସରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ତାଙ୍କୁ ଜଷ୍ଟିସ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉପରାଷ୍ଟ୍ରପତି ଭାବେ ଭାରତୀୟ ମୂଳର କମଲା ହ୍ୟାରିସ୍ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍, ବିଲ୍ କ୍ଲିଣ୍ଟନ ଓ ବାରାକ ଓବାମା ସମାରୋହରେ ଉପସ୍ଥିତ ଅଛନ୍ତି। କଡା ସୁରକ୍ଷା ମଧ୍ୟରେ ଶପଥ ସମାରୋହ ଆୟୋଜିତ ହୋଇଛି। ପ୍ରାୟ ୨୫ ହଜାର ନ୍ୟାସନାଲ ଗାର୍ଡ ଆମେରିକା ରାଜଧାନୀରେ ମୁତୟନ ଅଛନ୍ତି।

ଛଅ ଥର ସିନେଟର ରହିଥିବା ଡେମୋକ୍ରାଟିକ ନେତା ବାଇଡେନ୍ ୭୮ ବର୍ଷ ବୟସରେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକନ ନେତା ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ୧୯୮୮ ଓ ୨୦୦୮ରେ ରାଷ୍ଟ୍ରପତି ପଦ ଦୌଡରେ ଦୁଇ ଥର ଅସଫଳ ରହିଥିଲେ। ଡେଲାଓ୍ଵେୟର ସଂପ୍ରଦାୟର ବରିଷ୍ଠ ନେତା ବାଇଡେନ ପିଲାଟି ବେଳରୁ ରାଷ୍ଟ୍ରପତି ହେବାର ସ୍ଵପ୍ନ ଥିଲା। ହେଲେ ତୃତୀୟ ପ୍ରଚେଷ୍ଟାରେ ତାଙ୍କ ସ୍ଵପ୍ନ ପୂରଣ ହୋଇଛି।

ଓ୍ଵାଶିଂଟନରେ ପାଞ୍ଚ ଦଶନ୍ଧି ସମୟ ଅତିବାହିତ କରି ସାରିଥିବା ବାଇଡେନ୍ ହ୍ଵାଇଟ୍ ହାଉସ୍‌ରେ ଦୁଇ ଥର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଅଧୀନରେ ଉପ ରାଷ୍ଟ୍ରପତି ରହି ସାରିଛନ୍ତି। ଏଥର ସେ ନିଜକୁ ଆମେରିକାର ଜନତାଙ୍କ ସାମ୍ନାରେ ଟ୍ରମ୍ପଙ୍କ ବିକଳ୍ପରେ ଭାବେ ନିଜକୁ ମଜବୁତର ସହ ଉପସ୍ଥାପନ କରିଥିଲେ। ନିର୍ବାଚନରେ ଟ୍ରମ୍ପଙ୍କୁ ମାତ୍ ଦେଇ ଆମେରିକାର ୪୬ତମ ରାଷ୍ଟ୍ରପତି ହେବାର ଗୌରବ  ଅର୍ଜନ କରିଛନ୍ତି।

ବାଇଡେନ ନିଜର ପ୍ରଶାସନରେ ମହତ୍ଵପୂର୍ଣ୍ଣ ପଦରେ ଅତି କମରେ ୨୦ ଭାରତୀୟ-ଆମେରିକୀୟଙ୍କୁ ନାମିତ କରିଛନ୍ତି। ଏଥିରେ ୧୩ ଜଣ ମହିଳା ସାମିଲ। ୧୯୪୨ରେ ପେନସିଲଭେନିଆରେ କ୍ୟାଥୋଲିକ ପରିବାରରୁ ଜନ୍ମିତ ଜୋ ରବିନେଟ୍ ବାଇଡେନ୍ ଜୁନିୟର ୟୁନିଭର୍ସିଟି ଅଫ ଡେଲାଓ୍ଵେଭରରେ ପଢିଥିଲେ ଏବଂ ପରେ ୧୯୬୮ରେ ସିରକସ ୟୁନିଭର୍ସିଟିରେ ଆଇନ୍‌ରେ ଡିଗ୍ରୀ ହାସଲ କରିଥିଲେ। ତାଙ୍କ ବାପା ଭଟ୍ଟି ସଫା କରିବା ସ ହିତ ପୁରୁଣା କାର ବିକିବା କାମ କରି ପରିବାର ଭରଣପୋଷଣ କରୁଥିଲେ। ବାଇଡେନ୍ ପ୍ରଥମ ଥର ୧୯୭୨ରେ ନିର୍ବାଚିତ ହୋଇଥିଲେ ଏବଂ ଡେଲାଓ୍ଵେୟର ରାଜ୍ୟରୁ ଛଅ ଥର ସିନେଟର ରହିଥିଲେ।

   Related Posts