ଏବେ ଗାଡି ଚୋରିରେ ଲାଗିବ ଲଗାମ-ସରକାର ନେଉଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

Published By : Prameya-News7 Bureau | October 07, 2019 IST

ନୂଆଦିଲ୍ଲୀ - ଦେଶରେ ଗାଡି ଚୋରି ରୋକିବା ପାଇଁ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିବା ପାଇଁ ଯାଉଛନ୍ତି । ଏବେ ସମସ୍ତ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିବ । ଏହାର ନମ୍ବରକୁ ଏକ ଡାଟା ବେସ୍‌ରେ ରଖାଯିବ । ସମସ୍ତ ଗାଡି ନିର୍ମାତା ଓ କମ୍ପାନୀମାନଙ୍କୁ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅକ୍ଟୋବର ୪ ତାରିଖରେ ଏହି ନିର୍ଦେଶ ଦିଆଯାଇଛି ।ଗୋଟିଏ ମାସ ମଧ୍ୟରେ ଏହାକୁ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଗାଡି ଡିଲର୍ସଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ହେବା ଦ୍ୱାରା ଗାଡି ଚୋରିରେ ଲଗାମ ଲାଗିବ । ଏହି ନମ୍ବର ପ୍ଲେଟରେ ଏକ ଜିପିଏସ୍‌ ବେସ୍ଡ୍‌ ଚିପ୍‌ ଲାଗିବ । ଏହା ଦ୍ୱାରା ପୁଲିସ ନିୟନ୍ତ୍ରଣ ରୁମ୍‌ ଓ ଆର୍‌ଟିଓ ଯେ କୌଣସି ଗାଡିକୁ ଟ୍ରାକ୍‌ କରିପାରିବେ ।
କେବଳ ସେତିକି ନୁହେଁ ନକଲି ବା ଡୁପ୍ଲିକେଟ୍‌ ନମ୍ବର ପ୍ଲେଟ ତିଆରି କରାଯାଇ ପାରିବ ନାହିଁ । ଏଥିରେ ଲେଜର ମାର୍କ ଓ ହୋଲଗ୍ରାମ ବି ରହିବ ।

{"id":167436}

ସଡକ ଓ ପରିବହନ ମନ୍ତ୍ରାଳୟ ଗତ ବର୍ଷ ଡିସେମ୍ବର ଓ ଚଳିତ ବର୍ଷ ଏପ୍ରିଲ୍‌ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ଆଦେଶ ଜାରି କରିଥିଲେ । ଗାଡି ପ୍ରସ୍ତୁତ କରୁଥିବା କମ୍ପାନୀମାନେ ନିଜର ଡିଲର୍ସମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଯୋଗାଇ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.