ଲକ୍‌ଡାଉନ୍ ୫.୦ : ଦେଶରେ ଜୁନ୍‌ ୩୦ ଯାଏଁ ବଢିଲା କଟକଣା, ରେସ୍ତୋରାଁ-ଧାର୍ମିକ ସ୍ଥଳ-ସେଲୁନ୍ ଖୋଲିବା ପାଇଁ ଅନୁମତି

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧।୦୫: କରୋନା ସଂକ୍ରମଣକୁ ରୋକିବା ପାଇଁ ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।  ମେ’ ୩୧ରେ ଲକ୍ ଡାଉନ୍ ୪.୦ ସରିବା ପୂର୍ବରୁ ଆସିଲା କେନ୍ଦ୍ରର ନୂଆ ଗାଇଡ୍ ଲାଇନ୍ । କେନ୍ଦ୍ରର ଏହି ନୂଆ ଗାଇଡଲାଇନରେ କେବଳ କଣ୍ଟେନମେଣ୍ଟ ଜୋନ୍ ଗୁଡ଼ିକରେ ଜୁନ୍ ୩୦ଯାଏଁ ଲକଡାଉନ୍ ବଳବତ୍ତର ରହିବ । ଲକ୍‌ଡାଉନ୍‌ ୫.୦ ଜୁନ୍‌ ୧ରୁ ଜୁନ୍‌ ୩୦ଯାଏଁ ରହିବ ।  ତେବେ ଅନ୍ୟ ଅଂଚଳରୁ ପର୍ଯ୍ୟାୟ କ୍ରମେ ହେବ ତାଲା ଖୋଲିବା ପ୍ରକ୍ରିୟା ହେବ  । କଣ୍ଟେନମେଣ୍ଟ ଜୋନ୍ ବାହାରେ ସରକାର ଏହାକୁ ପର୍ଯ୍ୟାୟକ୍ରମେ ଛାଡ କରିଛନ୍ତି। ନିର୍ଦ୍ଦେଶାବଳୀ ଅନୁଯାୟୀ, ତିନିଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଖୋଲିବ | ପ୍ରଥମ ପର୍ଯ୍ୟାୟରେ ଜୁନ୍ ୮ ରୁ ଧାର୍ମିକ ସ୍ଥାନ, ହୋଟେଲ, ସେଲୁନ୍, ରେଷ୍ଟୁରାଣ୍ଟ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ ସର୍ତ୍ତ ସହିତ ଖୋଲିବାକୁ ସରକାର ଅନୁମତି ମଧ୍ୟ ଦେଇଛନ୍ତି।

ଦେଶ ବର୍ତ୍ତମାନ କରୋନା ଭାଇରସର ସଂକ୍ରମଣରୁ ରୋକିବା  ପାଇଁ ଏକ ଲକଡାଉନ୍ର ବିଭିନ୍ନ ପର୍ଯ୍ୟାୟ  ଦେଇ ଗତି କରୁଛି। ଲକ୍‌ଡାଉନ୍‌ ୪.୦ ମେ ୩୧ ରେ ସମାପ୍ତ ହେବ | ଏଭଳି ପରିସ୍ଥିତିରେ ସରକାର ଏହାକୁ ଆହୁରି ବୃଦ୍ଧି କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ଓ କଲେଜ ଖୋଲିବାକୁ ରାଜ୍ୟଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ଜୁଲାଇରେ ରାଜ୍ୟମାନେ ଏହା ଉପରେ ନିଷ୍ପତ୍ତି ନେବେ।

ଦେଶରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସନ୍ଧ୍ୟା ୭ ରୁ ସକାଳ ୭ ପର୍ଯ୍ୟନ୍ତ ଥିଲା । ନୂତନ ଗାଇଡ୍‌ଲାଇନ୍ ଅନୁସାରେ ଲୋକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ । ଲୋକମାନେ ବର୍ତ୍ତମାନ ପାସ୍ ଦେଖାଇବାକୁ ମଧ୍ୟ ଆବଶ୍ୟକ କରିବେ ନାହିଁ | ଏଥି ସହିତ ସପିଂ ମଲ୍ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି।

wp:html /wp:html

କ’ଣ ଖୋଲିବ ଏବଂ କ’ଣ ବନ୍ଦ ରହିବ-

-ନୂତନ ନିର୍ଦ୍ଦେଶାବଳୀ ଜୁନ୍ ୧, ୨୦୨୦ଠାରୁ ଆରମ୍ଭ ହେବ, ଯାହା ଜୁନ୍ ୩୦, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ । 

-ମାର୍ଚ୍ଚ ୨୪, ୨୦୨୦ ପରେ ସାରା ଦେଶରେ କଡାକଡି ଭାବେ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା। କେବଳ ଆବଶ୍ୟକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଥିଲା । ଅନ୍ୟ ସମସ୍ତ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

- ପୂର୍ବରୁ ନିଷିଦ୍ଧ ହୋଇଥିବା ସମସ୍ତ କାର୍ଯ୍ୟକଳାପ ବର୍ତ୍ତମାନ ପର୍ଯ୍ୟାୟ କ୍ରମେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଖୋଲାଯିବ |

-ପ୍ରଥମ ପର୍ଯ୍ୟାୟରେ ୮ଜୁନ୍ ୨୦୨୦ରୁ ଧାର୍ମିକ ସ୍ଥାନ, ହୋଟେଲ, ରେଷ୍ଟୁରାଣ୍ଟ, ସପିଂ ମଲ୍ ଖୋଲିବାକୁ ଅନୁମତି ଦିଆଯାଇଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଥିପାଇଁ ଏକ SOP ଜାରି କରିବ |

- ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଅନୁମତି ପରେ ବିଦ୍ୟାଳୟ ଓ କଲେଜଗୁଡ଼ିକ ଖୋଲାଯିବ।

- ସମଗ୍ର ଦେଶରେ ସୀମିତ ସଂଖ୍ୟକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯିବ | ଏହି କାର୍ଯ୍ୟକଳାପଗୁଡ଼ିକ ହେଉଛି : ଆନ୍ତର୍ଜାତୀୟ ବିମାନ ଉଡ଼ାଣ, ମେଟ୍ରୋ ରେଳର କାର୍ଯ୍ୟ, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ଥିଏଟର, ବାର୍ ଏବଂ ଅଡିଟୋରିୟମ୍, ଆସେମ୍ବଲି ହଲ୍ | ତୃତୀୟ ପର୍ଯ୍ୟାୟରେ ସରକାର ଏହା ଉପରେ ନିଷ୍ପତ୍ତି ନେଇପାରିବେ।

- କେବଳ ଆବଶ୍ୟକୀୟ ସେବାଗୁଡିକ କଣ୍ଟେନମେଣ୍ଟ ଜୋନ୍‌ରେ ଜାରି ରହିବ। କଣ୍ଟେନମେଣ୍ଟ ଜୋନ୍‌ରେ କେବଳ କଡାକଡି ଭାବେ ଲକ୍‌ଡାଉନ୍ ନିୟମବଳୀ ପାଳନ କରାଯିବ

କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ତାଲା ୩୦ ଜୁନ୍, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ସ୍ଥାନୀୟ ଜିଲ୍ଲା ଅଧିକାରୀମାନେ କଣ୍ଟେନମେଣ୍ଟ ଜୋନ୍ ସ୍ଥିର କରିବେ ଏବଂ ସେଠାରେ କେବଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ | ଡାକ୍ତରୀ ସେବା , ଜରୁରୀକାଳୀନ ସେବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣ ବ୍ୟତୀତ, କଣ୍ଟେନମେଣ୍ଟ ଜୋନ୍‌ରେ ଲୋକଙ୍କ ଗତିବିଧି ଉପରେ ସମ୍ପୂର୍ଣ୍ଣ ନିଷେଧ ହେବ। କଣ୍ଟେନମେଣ୍ଟ ଜୋନ୍‌ରେ ଅନୁସନ୍ଧାନର ସହ କଣ୍ଟାଣ୍ଟ ଟ୍ରେସିଂ ଜାରି ରହିବ | ଘର ଘର ବୁଲି ମନିଟରିଂ କରାଯିବ ଏବଂ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବ ।

ରାଜ୍ୟ ସରକାର ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ବାହାରେ ବଫର୍ ଜୋନ୍ ଚିହ୍ନଟ କରିବାରେ ସକ୍ଷମ ହେବେ। ଏଗୁଡିକ ଏପରି କ୍ଷେତ୍ର ହେବ ଯେଉଁଠାରେ ନୂତନ ମାମଲା ହେବାର ଆଶଙ୍କା ଅଧିକ | ବଫର୍ ଜୋନ୍ ମଧ୍ୟରେ ମଧ୍ୟ ପ୍ରତିବନ୍ଧକ ଜାରି କରାଯାଇପାରେ । ନିଜ ଅଞ୍ଚଳରେ ପରିସ୍ଥିତିର ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ୍ ବାହାରେ କିଛି କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇ ପାରିବେ କିମ୍ବା ଆବଶ୍ୟକ ସ୍ଥଳେ ପ୍ରତିବନ୍ଧକ ଲାଗୁ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.