Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

କଟକରେ କୋହଳ କଟକଣା , ୫୦ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

13/07/2020 at 7:14 AM

କଟକ ୧୩।୦୭: କଟକରେ କରୋନା ଲକଡାଉନରେ ପରିବର୍ତ୍ତନ । ସୋମବାର କଟକ ସହରରୁ ହଟିବ କଟକଣା । ୧୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିବା ସଟଡାଉନ ୧୨ ତାରିଖ ପର୍ଯ୍ୟନ୍ତ ବଢ଼ିଥିଲା । ତେଣୁ ୧୩ ତାରିଖ ଠାରୁ କଟକ ମୁନିସିପାଲିଟି ଅଞ୍ଚଳରୁ ସଟଡାଉନ ହଟିବ । ଏହି ଅନୁଯାୟୀ ନୂଆ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଏବେ ସିଏମସି ଅଞ୍ଚଳରେ ସକାଳ ୫ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ ।

ସେହିପରି କଟକ ସହରରେ ସପିଂ ମଲ୍ ଖୋଲିବା ନେଇ ମଧ୍ୟ ଅନୁମତି ଦିଆଯାଇଛି । ପୂର୍ବ ନିର୍ଦ୍ଧାରିତ କୋଭିଡ ଗାଇଡଲାଇନ ପାଳନ କରି ସପିଂ ମଲ ଖୋଲିପାରିବ । ଏଥିରେ ସାମାଜିକ ଦୂରତା ପାଳନ କରାଯିବ। ସେପଟେ ସଂକ୍ରମଣ ଯେପରି ନ ବ୍ୟାପିବ ସେନେଇ ସଂପିଂ ମଲ୍ ରେ ବ୍ୟବସ୍ଥା କରାଯିବ । ସେହିପରି ରେଷ୍ଟୁରାଣ୍ଟ ପାର୍ସଲ ପାଇଁ ଖୋଲା ରହିବ । ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ବିବାହ ପାଇଁ ସର୍ବାଧିକ ୫୦ ଏବଂ ମୃତ କ୍ରିୟା କର୍ମ ପାଇଁ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ଦେବା ଲାଗି ଥିବା ନିୟମ ବଳବତ୍ତର ରହିବ ।

   Related Posts