କୁମ୍ଭମେଳା ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂତନ ଗାଇଡ୍‌ଲାଇନ୍, ରହିବେ ୧୪ ଦିନିଆ କ୍ଵାରେଣ୍ଟାଇନ୍‌ରେ, ଆରଟି ପିସିଆର ଟେଷ୍ଟ ବାଧ୍ୟତାମୂଳକ

Published By : Prameya-News7 Bureau | April 17, 2021 IST

ଭୁବନେଶ୍ଵର ୧୭।୦୪: ଦେଶରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି କୁମ୍ଭମେଳା ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଖାଡାର ମହନ୍ତଙ୍କୁ ଅପିଲ୍ କରିଥିଲେ। କାରଣ କୁମ୍ଭମେଳାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କୁମ୍ଭ ମେଳା ସରୁଥିବାରୁ ଏବେ ସାଧୁ ସନ୍ଥ ନିଜ ଘରକୁ ବାହୁଡିବେ। ଏମିତି ସ୍ଥିତିରେ ସଂକ୍ରମଣ ଆହୁରି ବ୍ୟାପିବାର ମଧ୍ୟ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ  ସ୍ଵତନ୍ତ୍ର ରିଲିଫ କମିଶନର କୁମ୍ଭମେଳା ଫେରନ୍ତାଙ୍କ ପାଇଁ ନୂତନ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। କୁମ୍ଭମେଳା ଫେରନ୍ତାଙ୍କୁ ୧୪ ଦିନିଆ କ୍ଵାରେଣ୍ଟାଇନ୍‌ରେ ରଖିବାକୁ ପରାମର୍ଶ ଦିଆଯାଇଛି।

ଗାଇଡ୍‌ଲାଇନ୍ ଅନୁଯାୟୀ, ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ ଆରଟି ପିସିଆର ଟେଷ୍ଟ ବାଧ୍ୟତାମୂଳକ। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ କୁମ୍ଭମେଳାର ଶ୍ରଦ୍ଧାଳୁ ଏହି ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ ଏସଆରସି ଚିଠି ଲେଖିଛନ୍ତି। କୁମ୍ଭମେଳାରେ ସାମିଲ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

{"id":440041,"width":834,"height":513,"sizeSlug":"large","linkDestination":"none"}

ଓଡିଶା ଫେରିବା ପରେ କୁମ୍ଭମେଳା ଫେରନ୍ତାଙ୍କୁ ୧୪ ଦିନିଆ କ୍ଵାରେଣ୍ଟାଇନ୍‌ରେ ରହିବେ। ଲକ୍ଷଣ ଦେଖା ଦେଲେ ସେମାନଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରାଯିବା ସହ ଆଇସୋଲେସନରେ ରହିବାକୁ ଅଙ୍ଗନବାଡି ଓ ଆଶା କର୍ମୀ ପରାମର୍ଶ ଦେବେ। ପିଏଚସି, ସିଏଚସି, ବିଡିଓ ଓ ଏନଏସି ଅଧିକାରୀଙ୍କୁ ରିପୋର୍ଟ କରିବେ। ଏହାର ସବିଶେଷ ରିପୋର୍ଟ ଜିଲ୍ଲାପାଳ ସ୍ଵାସ୍ଥ୍ୟ ବିଭାଗ ଓ ଏସଆରସିଙ୍କୁ ଦେବେ।

କୁମ୍ଭ ମେଳାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ମାତ୍ର ଗୋଟିଏ ଦିନରେ ସେଠାରୁ ପ୍ରାୟ ୭୮ଟି ପଜିଟିଭ କେସ୍‌ ସାମ୍ନାକୁ ଆସିଛି । କେବଳ ନିରଞ୍ଜନ ଆଖଡାରେ ଏକତ୍ରିତ ହୋଇଥିବା ସାଧୁଙ୍କ ମଧ୍ୟରୁ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି।

ଏହା ବାଦ ହରିଦ୍ବାରର ଅନ୍ୟ ଆଖଡାମାନଙ୍କରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ହରିଦ୍ବାରରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏସ୍‌କେ ଝା କହିଛନ୍ତି ଯେ, ଆଖଡାଶାଳ ମାନଙ୍କରେ ନମୂନା ସଂଗ୍ରହକୁ ବ୍ୟାପକ କରାଯାଉଛି । ଅନ୍ୟ ସାଧୁମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.