ଅନ୍‌ଲକ୍ ୧ରେ ଲକଡାଉନ୍ ଟାଇଟ୍: ଜୁନ ୩୦ ଯାଏଁ ଖୋଲିବନି ମଲ୍-ହଲ୍-ହୋଟେଲ୍, ଧର୍ମାନୁଷ୍ଠାନ ବନ୍ଦ, ମାସ୍କ ନଥିଲେ ଫାଇନ୍

Published By : Prameya-News7 Bureau | June 01, 2020 IST

ଭୁବନେଶ୍ୱର, ୦୧|୦୬: ଦେଶରେ ଯେତେବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢୁଛନ୍ତି ସେତେବେଳେ କେନ୍ଦ୍ର ସରକାର ଲକଡାଉନ ଖୋଲିବା ନେଇ ନିଷ୍ପତ୍ତି ନେଇଥିବା ବେଳେ ଆଜି ରାଜ୍ୟ ସରକାର କିନ୍ତୁ ଲକାଡାଉନ ଜାରି ରଖିବା ନେଇ ଗାଇଡଲାଇନ୍ ଜାରି ରଖିଛନ୍ତି। ଏହା ଅନୁଯାୟୀ ଜୁନ୍‌ ୩୦ ସୁଦ୍ଧା ନା ମନ୍ଦିର ଖୋଲିବ ନା ମଲ୍ କିମ୍ବା ସିନେମା ହଲ୍‌। ସେହିପରି ମାସ୍କ ଏବଂ ସାମାଜିକ ଦୂରତା ନିୟମ ଆହୁରି କଡ଼ାକଡ଼ି କରାଯିବ। ୧୧ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ପାଳନ କରାଯିବ ।

{"id":279843,"width":834,"height":495,"sizeSlug":"large"}

କେନ୍ଦ୍ର ସରକାର ସିନା ଅନ୍‌ଲକ କଲେ କିନ୍ତୁ ରାଜ୍ୟ ସରକାର ତାଲା ଆହୁରି ଟାଇଟ୍‌ କଲେ। କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ୍ ଜାରି କରିଛନ୍ତି ସେଥିରେ ରାଜ୍ୟକୁ ନିଷ୍ପତ୍ତି ନେବା ଲାଗି କ୍ଷମତା ଦେଇଛନ୍ତି। ସେହି କ୍ଷମତା ଅନୁସାରେ ରାଜ୍ୟ ସରକାର ଲକଡାଉନର ନୂଆ ଗାଇଡଲାଇନ ଜାରି କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏବଂ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏହି ନୂଆ କଟକଣାର ଗାଇଡଲାଇନ୍ ଖୁଲାସା କରିଛନ୍ତି। ଏହା ଅନୁଯାୟୀ ଜୁ୍ନ୍‌ ୩୦ ଯାଏଁ ମନ୍ଦିର ମସଜିଦ୍‌ ଗିର୍ଜ୍ଜା ବା ଧର୍ମାନୁଷ୍ଠାନ ଖୋଲିବନି। ସେହିପରି ମଲ୍‌ ସିନେମା ହଲ ବନ୍ଦ ରହିବ। ଖାଲି ସେତିକି ନୁହେଁ ଜୁଲାଇ ୩୧ ଯାଏଁ ସ୍କୁଲ କଲେଜ ଖୋଲିବ ନାହିଁ। ଆନ୍ତର୍ଜାତିକ ବିମାନ ଚଳାଚଳ ଯେଉଁଠି ରହିଛି ସେହିଠାରେ ସୀମତ ରହିବ।

{"id":279844,"width":828,"height":499,"sizeSlug":"large"}

ତେବେ ରାଜ୍ୟ ସରକାର କାହିଁକି ଲକଡାଉନକ ଅଧିକ କଡ଼ାକଡ଼ି କଲେ। କାରଣ ସ୍ପଷ୍ଟ । ଓଡ଼ିଶାରେ ମଧ୍ୟ ଗତ କିଛି ଦିନ ଧରି ହୁ ହୁ ହୋଇ ବଢ଼ି ଚାଲୁଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୫ ଲକ୍ଷ ଲୋକ ଓଡ଼ିଶା ଆସିବାର ଅଛି । ତେଣୁ ଜୁନ୍‌ ମାସ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏତିକିବେଳେ ଲୋକେ ଢିଲା ମାରିଛନ୍ତି । ଲୋକେ ମଧ୍ୟ ଆଉ ସତର୍କତା ଅବଲମ୍ବନ କରୁନାହାନ୍ତି। ଏସବୁକୁ ଦେଖି ଓଡ଼ିଶାରେ ନିୟମ କଡ଼ାକଡ଼ି କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।  ଏଥର ମାସ୍କ୍ ନପିନ୍ଧିଲେ କିମ୍ବା ବାହାରେ ଛେପ ପକାଇଲେ ୫ଶହ ଟଙ୍କାରୁ ହଜାରେ ଟଙ୍କା ଯାଏଁ ଫାଇନ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ୧୧ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଇଛି, ଯେଉଁଠାକୁ ଅଧିକ ସଂଖ୍ୟାରେ ପ୍ରବାସୀ ଆସିଛନ୍ତି। ତେଣୁ ଏହି ୧୧ ଜିଲ୍ଲାରେ ଶନିବାର, ରବିବାର,ସଟଡାଉନ କରାଯିବ।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲାଣି। ପ୍ରତିଦିନ ନୂଆ ରେକର୍ଡ ହେଉଛି। ସେଥିପାଇଁ କ୍ବାରାଣ୍ଟାଇନ ନିୟମରେ ବଦଳାଯାଇଛି । ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ କ୍ବାରାଣ୍ଟାଇନ କେନ୍ଦ୍ରରେ ରହିବାକୁ ବାଧ୍ୟ। ସେମିତି ପଜିଟିଭ୍‌ ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନଙ୍କ ପାଇଁ ୭ ଦିନ । କେନ୍ଦ୍ର ସରକାରଙ୍କ ଠାରୁ କଟକଣା କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ନିୟମ ଭଳି ସାମାଜିକ ଉତ୍ସବ ଉପରେ କଟକଣା ଜାରି ରହିବ। ଏଥିସହିତ ସାଂଧ୍ୟକାଳିନ କର୍ଫ୍ୟୁ କେନ୍ଦ୍ର ସରକାର ରାତି ୯ରୁ ସକାଳ ୫ ଯାଏଁ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର କିନ୍ତୁ ସ୍ପଷ୍ଟ

ତେବେ ଜୀବନ ଜୀବୀକା ଯେମିତି ପ୍ରଭାବିତ ନ ହୁଏ । ସେଥିପ୍ରତି ରାଜ୍ୟ ସରକାର ନଜର ରଖିଛନ୍ତି। ତେଣୁ ପୂର୍ବଭଳି ସମସ୍ତ କାର୍ଯ୍ୟ ଜାରି ରହିବ କିନ୍ତୁ ସାମାଜିକ ଦୂରତା ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ନିର୍ମାଣ କାର୍ଯ୍ୟ କୃଷି କାର୍ଯ୍ୟ ଆଦି ଜାରି ରହିବ। ଛୋଟ ଦୋକାନରେ ୨ ଜଣ ବଡ଼ ଦୋକାନରେ ୫ ଜଣ କାର୍ଯ୍ୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.